From Wikipedia, the free encyclopedia
ମେଥୋଟ୍ରେକ୍ସେଟ (ଇଂରାଜୀ ଭାଷାରେ Methotrexate ବା MTX, ପୂର୍ବରୁ ଜଣାଥିବା ନାମ amethopterin), ଏକ କେମୋଥେରାପି ଔଷଧ (chemotherapy agent) ଓ ଇମ୍ମ୍ୟୁନ ସିସ୍ଟମ ସପ୍ରେସାଣ୍ଟ (immune system suppressant) ।[4] ଆଗରୁ ଏହି ଅନ୍ୟାନ୍ୟ ରୋଗ ଯଥା:- କର୍କଟ, ଅଟୋଇମ୍ମ୍ୟୁନ ଡିଜିଜ, ଅଥାନ ଗର୍ଭ ଓ ଡାକ୍ତରୀ ଗର୍ଭପାତ ସକାଶେ ବ୍ୟବହାର କରାଯାଉଥିଲା । ଏହାଦ୍ୱାରା ଚିକିତ୍ସା ହେଉଥିବା କର୍କଟ ରୋଗମାନଙ୍କର ନାମ: ସ୍ତନ କର୍କଟ, ଲିଉକେମିଆ, ଫୁସଫୁସ କର୍କଟ, ଲିମ୍ଫୋମା ଓ ଓସ୍ଟିଓସାର୍କୋମା (osteosarcoma) । ଅଟୋଇମ୍ମ୍ୟୁନ ରୋଗମାନଙ୍କର ନାମ: ସୋରିଆସିସ, ରିଉମାଟଏଡ ଆର୍ଥ୍ରାଇଟିସ ଓ କ୍ରନ୍ ରୋଗ । ଏ ଔଷଧ ଉଭୟ ପାଟିରେ ବା ଇଞ୍ଜେକସନ ଆକାରରେ ଦିଆଯାଏ ।[4]
Clinical data | |
---|---|
Pronunciation | /ˌmɛθəˈtrɛkˌseɪt, ˌmiː-, -θoʊ-/ (listen)[1][2][3] |
Trade names | Trexall, Rheumatrex, others[4] |
AHFS/Drugs.com | monograph |
MedlinePlus | a682019 |
data |
|
Pregnancy category |
|
Routes of administration | By mouth, IV, IM, SC, intrathecal |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 60% at lower doses, less at higher doses.[5] |
Protein binding | 35–50% (parent drug),[5] 91–93% (7-hydroxymethotrexate)[6] |
Metabolism | Hepatic and intracellular[5] |
Elimination half-life | 3–10 hours (lower doses), 8–15 hours (higher doses)[5] |
Excretion | Urine (80–100%), faeces (small amounts)[5][6] |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
PDB ligand | |
ECHA InfoCard | 100.000.376 |
Chemical and physical data | |
Formula | C20H22N8O5 |
Molar mass | 454.44 g/mol |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ଥକ୍କା, ଜ୍ୱର, ସଂକ୍ରମଣ ସଙ୍କଟ, ଲିଉକୋପିନିଆ ବା ସ୍ୱଳ୍ପ ଶ୍ୱେତ ରକ୍ତ କଣିକା (low white blood cell counts) ଓ ଅଲସରେଟିଭ ସ୍ଟୋମାଟାଇଟିସ (breakdown of the skin inside the mouth) ଇତ୍ୟାଦି ଅସୁବିଧା ଦେଖାଯାଏ । ଯକୃତ ରୋଗ (liver disease), ଫୁସଫୁସ ରୋଗ (lung disease, ଲିମ୍ଫୋମା ଓ ସାଂଘାତିକ ଚର୍ମ ରାସ ହୁଏ । ଦୀର୍ଘ କାଳ ଧରି ଚିକିତ୍ସିତ ହେଉଥିବା ରୋଗୀର ନିୟମିତ ପାର୍ଶ୍ୱ ପ୍ରତିକ୍ରିୟା ଅନୁଶୀଳନ ଆବଶ୍ୟକ ହୁଏ । ସ୍ତନ୍ୟପାନ (breastfeeding) ସମୟରେ ଏହା ନିରାପଦ ନୁହେଁ । ବୃକ୍କ ରୋଗ (kidney problem) ଥିଲେ ଅଳ୍ପ ମାତ୍ରାର ଔଷଧ ଦିଆଯାଏ । ଦେହର ଫୋଲିକ ଏସିଡ ବ୍ୟବହାରକୁ ଏହା ଅବରୋଧ କରେ । [4]
ମେଥୋଟ୍ରେକ୍ସେଟ ପ୍ରଥମେ ସନ ୧୯୪୭ରେ ପ୍ରସ୍ତୁତ ହୋଇ କର୍କଟ ରୋଗ ନିମନ୍ତେ ବ୍ୟବହାର କରାଗଲା କାରଣ ସେତେବେଳେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଅନ୍ୟାନ୍ୟ ଔଷଧମାନଙ୍କଠାରୁ ଅଳ୍ପ ଥିଲା ।[7] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[8] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[4] ବିକାଶଶୀଳ ଦେଶମାନଙ୍କରେ ପାଟିରେ ଦିଆଯାଉଥିବା ଏହି ଔଷଧର ହୋଲସେଲ ମୂଲ୍ୟ ଦୈନିକ ୦.୬ରୁ ୦.୩୬ ଆମେରିକୀୟ ଡଲାର ।[9] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମାସକୁ ଖର୍ଚ୍ଚ ୨୫ରୁ ୫୦ ଡଲାର ।[10]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.