From Wikipedia, the free encyclopedia
ରୋଜେସା (ଇଂରାଜୀ ଭାଷାରେ Rosacea) ଏକ କ୍ରନିକ ବା ଦୀର୍ଘକାଳୀନ (long-term) ରୋଗ ଯେଉଁଥିରେ ମୁହଁର ଚର୍ମ (skin condition) ପ୍ରଭାବିତ ହୁଏ ।[2][3] ଏହି ରୋଗ ହେବା ଫଳରେ ମୁଖ ଲାଲ ରଙ୍ଗ (redness), ବ୍ରଣ (pimple)s, ଇଡିମା (swelling), ଓ ଟେଲାଞ୍ଜିଏକ୍ଟାସିସ (small and superficial dilated blood vessels) ଇତ୍ୟାଦି ଦେଖାଯାଏ ।[2] ଅଧିକାଂଶ ସମୟରେ ନାକ, ଗାଲ ଓ ଥୋଡ଼ିରେ ଏହା ଦେଖାଯାଏ ।[3] ସାଂଘାତିକ ରୋଗରେ ନାକ ବଡ଼ ହୋଇଯାଇ ଲାଲ ଦେଖାଯାଏ ଯାହାକୁ ରାଇନୋଫାଇମା (Rhinophyma) କୁହାଯାଏ ।[3]
ରୋଜେସା (Rosacea) | |
---|---|
ଆକ୍ନେ ରୋଜେସା (Acne rosacea) | |
ଉଚ୍ଚାରଣ |
|
ବିଭାଗ | ଚର୍ମ ରୋଗ ବିଜ୍ଞାନ (Dermatology) |
ଲକ୍ଷଣ | ମୁଖ ଲାଲ ରଙ୍ଗ (redness), ବ୍ରଣ (pimple)s, ଇଡିମା (swelling), ଓ ଟେଲାଞ୍ଜିଏକ୍ଟାସିସ (small and superficial dilated blood vessels)[2][3] |
ଆକ୍ରାନ୍ତ ସମୟ | ୩୦ – ୫୦ ବର୍ଷ ବୟସ[2] |
ଅବଧି | ଦୀର୍ଘକାଳୀନ[2] |
କାରଣ | ଅଜ୍ଞାତ[2] |
ବିପଦ କାରକ | ପାରିବାରିକ ଇତିହାସ[3] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁସାରେ[2] |
ସଠିକ ରୋଗ ନିର୍ଣ୍ଣୟ | ଆକ୍ନେ (Acne), ପେରିଓରାଲ ଡର୍ମାଟାଇଟିସ (perioral dermatitis), ଡର୍ମାଟୋମାୟୋସାଇଟିସ (dermatomyositis), ଲୁପସ (lupus)[2] |
ଔଷଧ | ଆଣ୍ଟିବାୟୋଟିକ (Antibiotics) ପାଟି ବାଟେ ବା ଚର୍ମରେ ଲଗାଯାଏ । [3] |
ପୁନଃପୌନିକ | ~୫%[2] |
ରୋଜେସା ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[2] ପରିବାରର ଲୋକଙ୍କର ପୂର୍ବରୁ ଏହି ରୋଗ ଥିଲେ ଅନ୍ୟମାନଙ୍କର ଏହି ରୋଗ ସଙ୍କଟ ରହିପାରେ ।[3] କେତେକ କାରକ ଏହି ରୋଗକୁ ସାଂଘାତିକ କରିବା ସମ୍ଭାବନା ରହେ; ସେମାନଙ୍କର ନାମ ଉତ୍ତାପ, ବ୍ୟାୟାମ, ସୂର୍ଯ୍ୟାଲୋକ, ଥଣ୍ତା, ମସଲାପୂର୍ଣ୍ଣ ଖାଦ୍ୟ, ଆଲକୋହୋଲ, ଋତୁବନ୍ଦ, ମାନସିକ ଚାପ (psychological stress) ଓ କର୍ଟିକୋସ୍ଟିରଏଡ କ୍ରିମ (steroid cream) ।[3] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଇପାରେ । [2]
ଏହି ରୋଗର ଲକ୍ଷଣ ଉପଶମ ନିମନ୍ତେ ଚିକିତ୍ସା କରାଯାଏ ।[3] ମେଟ୍ରୋନିଡାଜୋଲ ଡକ୍ସିସାଇକ୍ଲିନ ଓ ଟେଟ୍ରାସାଇକ୍ଲିନ ଆଦି ଆଣ୍ଟିବାୟୋଟିକ ଦେଇ ଏହାର ଚିକିତ୍ସା କରାଯାଏ ।[4] ଆଖିରେ ରୋଗ ହେଲେ ଆଜିଥ୍ରୋମାଇସିନ ଆଖି ଡ୍ରପ ପକାଯାଏ ।[5] ବ୍ରିମୋନିଡିନ (brimonidine) କ୍ରିମ, ଆଇଭରମେକ୍ଟିନ କ୍ରିମ (ivermectin) ଓ ଆଇସୋଟ୍ରେଟିନଏନ (isotretinoin) ଆଦି ଔଷଧ ମଧ୍ୟ ଉପକାର କରେ । [4] ଡର୍ମାବ୍ରାସନ (Dermabrasion) ବା ଲେଜର ଅପରେଶନ (laser surgery) ମଧ୍ୟ କରାଯାଏ ।[3] ସନସ୍କ୍ରିନ (sunscreen) ବ୍ୟବହାର କରିବାକୁ ଉପଦେଶ ଦିଆଯାଏ । [3]
ଜନସଂଖ୍ୟାର ୧ରୁ ୧୦% ଲୋକ ରୋଜେସା ରୋଗରେ ଆକ୍ରାନ୍ତ ହୁଅନ୍ତି ।[2] ଏହି ରୋଗୀଙ୍କ ବୟସ ୩୦ରୁ ୫୦ ବର୍ଷ ମଧ୍ୟରେ ଥାଏ ଓ ମହିଳାମାନେ ଆକ୍ରାନ୍ତ ହୁଅନ୍ତି ।[2] ଏହି ରୋଗ ମୂଖ୍ୟତଃ କକେସିଆନମାନଙ୍କୁ (Caucasians) ହୁଏ । [2] ସନ ୧୩୦୦ରେ ପ୍ରକାଶିତ କାଣ୍ଟରବେରି (Canterbury Tales) ଗଳ୍ପମାଳାରେ ଏହି ରୋଗର ଉଲ୍ଲେଖ ଅଛି ଓ ଖ୍ରୀ:ପୂ: ୨୦୦ରେ ଥିଓକ୍ରାଇଟସଙ୍କଦ୍ୱାରା (Theocritus) ମଧ୍ୟ ରଚିତ ହୋଇଥାଇପାରେ ।[6][7]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.