ଏହା ଦେଖିବାକୁ ଧଳା ବା କଳା, ତେଲିଆ ଚର୍ମ ଓ ସ୍କାର (scar) ସଂଯୁକ୍ତ ହୋଇପାରେ । From Wikipedia, the free encyclopedia
ବ୍ରଣ (ଇଂରାଜୀ ଭାଷାରେ Acne/ ଆକନେ, ବା acne vulgaris/ ଆକନେ ଭଲଗାରିସ) ଏକ ଦୀର୍ଘକାଳୀବ ଚର୍ମ ରୋଗ ଯାହା ମୃତ ଚର୍ମ ଜୀବକୋଷ (dead skin cells) ଓ ସେବମ (oil from the skin) ମିଶି ହେୟାର ଫଲିକ୍ଲରେ (hair follicle) ଜମା ହୋଇଯାଏ ।[8] ଏହା ଦେଖିବାକୁ ଧଳା ବା କଳା, ତେଲିଆ ଚର୍ମ ଓ ସ୍କାର (scar) ସଂଯୁକ୍ତ ହୋଇପାରେ ।[1][2][9] ଅଧିକ ସଂଖ୍ୟକ ସେବାସେଅସ ଗ୍ରନ୍ଥି ଥିବା ସ୍ଥାନମାନଙ୍କରେ ଏହି ରୋଗ ଅଧିକ ହୁଏ । [10] ଏହି ରୋଗ ହେଲେ ରୋଗୀର ଉଦ୍ବେଗ, ଆତ୍ମ ସମ୍ମାନ ଓ ଅବସାଦ ତଥା ଆତ୍ମହତ୍ୟା ଚିନ୍ତାଧାରା ଦେଖାଯାଇପାରେ ।[11][12]
ବ୍ରଣ | |
---|---|
Acne vulgaris | |
ବିଭାଗ | Dermatology |
ଲକ୍ଷଣ | Blackheads, whiteheads, pimples, oily skin, scarring[1][2] |
ଆକ୍ରାନ୍ତ ସମୟ | Puberty[3] |
ବିପଦ କାରକ | Genetics[2] |
ସଠିକ ରୋଗ ନିର୍ଣ୍ଣୟ | Folliculitis, rosacea, hidradenitis suppurativa, miliaria[4] |
ଔଷଧ | Azelaic acid, benzoyl peroxide, salicylic acid, antibiotics, birth control pills, isotretinoin[5] |
ଚିକିତ୍ସା | Lifestyle changes, medications, medical procedures[6][5] |
ପୁନଃପୌନିକ | 633 million affected (2015)[7] |
ଶତକଡ଼ା ୮୦ ଭାଗ ରୋଗୀଙ୍କର ରୋଗର ପ୍ରାଥମିକ କାରଣ ଜେନେଟିକ (Genetics) ଥିବାର ଚିନ୍ତା କରାଯାଏ ।[2] ଧୂମ୍ରପାନ (cigarette smoking), ଖାଦ୍ୟର ପ୍ରଭାବ, ସ୍ୱାସ୍ଥ୍ୟରକ୍ଷା ବା ସୂର୍ଯ୍ୟାଲୋକ, ଏହି ରୋଗର କାରଣରୂପେ ସ୍ପଷ୍ଟ ହୋଇନାହିଁ ।[2][13][14] ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ଆଣ୍ଡ୍ରୋଜେନ (androgen) ହରମୋନ (hormone) ଯୋଗୁ ଅଧିକ ସେବାସେଅସ ଗ୍ରନ୍ଥିରୁ ସେବମ (sebum) ନିର୍ଗତ ହୁଏ ଓ ତାହାହିଁ ଆଂଶିକ ଭାବରେ ଏହି ରୋଗ ସୃଷ୍ଟି କରୁଥିବା ଜଣାଯାଏ ।[3] ସାଧାରଣତଃ ଚର୍ମରେ ଥିବା ଜୀବାଣୁ କ୍ୟୁଟିବ୍ୟାକ୍ଟେରିଅମ ଆକନେ (Cutibacterium acnes) ଜୀବାଣୁମାନଙ୍କର ଅତ୍ୟାଧିକ ସଂଖ୍ୟା ବୃଦ୍ଧି ଯୋଗୁ ମଧ୍ୟ ଏହି ରୋଗର ଏକ ଘଟକ ହେବାର ସମ୍ଭାବନା ହୋଇପାରେ ।[15]
ବ୍ରଣର ଅନେକ ପ୍ରକାରର ଚିକିତ୍ସା ବିଧିରେ ଜୀବନଚର୍ଯ୍ୟାର ପରିବର୍ତ୍ତନ, ଯୋଗାଭ୍ୟାସ ଓ ଡାକ୍ତରୀ ଚିକିତ୍ସା କରାଯାଏ । ଏମାନଙ୍କ ମଧ୍ୟରୁ ଅଳ୍ପ ପରିମାଣର ମୋନୋସାକାରାଇଡ (simple carbohydrates) ଯେପରିକି ଚିନି ଖାଇଲେ ସାହାଯ୍ୟ ମିଳେ ।[6] ରୋଗାକ୍ରାନ୍ତ ଚର୍ମ ଉପରେ ସାଧାରଣତଃ ଆଜେଲିକ ଏସିଡ (azelaic acid), ବେଞ୍ଜେଲ ପେରକ୍ସାଇଡ (benzoyl peroxide) ଓ ସାଲିସିଲିକ ଏସିଡ (salicylic acid) ଲଗାଯାଏ ।[5] ଫର୍ମାସୀ କମ୍ପାନୀ ପ୍ରସ୍ତୁତ ଆଣ୍ଟିବାୟୋଟିକ ଓ ରେଟିନଏଡ ଔଷଧ ବ୍ରଣ ଉପରେ ଲଗାଯାଏ ବା ପାଟିରେ ଦିଆଯାଏ ।[5] କିନ୍ତୁ ଆଣ୍ଟିବାୟୋଟିକ ଚିକିତ୍ସାର ବ୍ୟବହାର ଯୋଗୁ ପ୍ରତିରୋଧ ହୋଇପାରେ ।[16] ମହିଳାଙ୍କ କ୍ଷେତ୍ରରେ ମିଶ୍ରିତ ଜନ୍ମ ନିରୋଧ (birth control pills ) ବଟିକା ବ୍ୟବହାର କଲେ ଫଳପ୍ରଦ ହୁଏ ।[5] ସାଂଘାତିକ ଧରଣର ରୋଗ ନିମନ୍ତେ ଆଇସୋଟ୍ରେଟିନଏନ (Isotretinoin) ବଟିକା ସଞ୍ଚୟ ବା ରିଜର୍ଭ ରଖାଯାଇପାରେ ।[5][17] କେତେକ ଚିକିତ୍ସାକଙ୍କ ମତରେ ରୋଗ ଆରମ୍ଭ ହେବା ସଙ୍ଗେ ସଙ୍ଗେ ଚିକିତ୍ସା ଆରମ୍ଭ କଲେ ଦୀର୍ଘକାଳୀନ ପ୍ରଭାବ କମିଯାଏ ।[12]
ସନ ୨୦୧୫ରେ ସାରା ପୃଥିବୀରେ ୬୩୩ ନିୟୁତ ଲୋକ ଆକନେ ରୋଗର ଶିକାର ହୋଇଥିଲେ ଯାହା ସେହି ବର୍ଷର ଅଷ୍ଟମ ସାଧାରଣ ରୋଗରେ ପରିଗଣିତ ହୋଇଥିଲା ।[7][18] କିଶୋର ଅବସ୍ଥାରେ ଏହି ରୋଗ ହୁଏ; ପଶ୍ଚିମ ପୃଥିବୀରେ ପ୍ରାୟ ୮୦-୯୦% କିଶୋର ଓ କିଶୋରୀଙ୍କୁ ଏ ରୋଗ ହୁଏ ।[19][20][21] ଗାଁଗହଳିରେ ଏହି ରୋଗ କମ୍ ହେଉଥିବାର ରିପୋର୍ଟ ମିଳିବା ଦେଖାଯାଏ ।[21][22] କିଶୋର ବୟସ ପୂର୍ବରୁ ଓ ପରେ ମଧ୍ୟ ରୋଗ ହୋଇପାରେ ।[23] ବୟଃପ୍ରାପ୍ତ ହୋଇଗଲେ ଏହି ରୋଗ କମିଯାଏ, ବିଂଶ ଓ ତ୍ରିଂଶ ବୟସ ବେଳକୁ ପ୍ରାୟ ଅଧା ଲୋକଙ୍କର ଏହା ରହେ ଓ ଚାଳିଷ ଦଶକ ବେଳକୁ ଅଳ୍ପ ସଂଖ୍ୟକ ଲୋକଙ୍କର ଏହି ରୋଗ ରହେ ।[2]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.