ବେଞ୍ଜଏଲ ପେରକ୍ସାଇଡ (ଇଂରାଜୀ ଭାଷାରେ Benzoyl peroxide ବା BPO) ଏକ ଔଷଧ ଓ କାରଖାନାରେ ବ୍ୟବ‌ହାର କରାଯାଉଥିବା ରାସାୟନିକ ପଦାର୍ଥ (industrial chemical) । [1] ସାମାନ୍ୟରୁ ମଧ୍ୟମ ଧରଣର ବ୍ରଣ (acne) ଚିକିତ୍ସାରେ ଏହା ବ୍ୟବ‌ହାର କରାଯାଏ । ସାଂଘାତିକ ହୋଇଥିଲେ ଅନ୍ୟାନ୍ୟ ଔଷଧ ସ‌ହିତ ଦିଆଯାଏ ।[2] ଏହା କେତେକ ସ୍ଥଳରେ କ୍ଲିଣ୍ଡାମାଇସିନ (clindamycin) ଭଳି ଆଣ୍ଟିବାୟୋଟିକ (antibiotic) ସାଥିରେ ମିଶ୍ରିତ ହୋଇ ଥାଏ ।[3] ଅନ୍ୟାନ୍ୟ ବ୍ୟବ‌ହାର ମଧ୍ୟରେ ଅଟା ପରିଷ୍କାର (bleaching flour), କେଶ ଉଜ୍ଜ୍ୱଳ (hair bleaching), ସଫେଦ ଦାନ୍ତ (teeth whitening) ଓ ଲୁଗା ଧଳା (textile bleaching) କରିବାକୁ ବ୍ୟବ‌ହାର କରାଯାଏ ।[4][5][6] ପ୍ଲାସ୍ଟିକ କାରଖାନାରେ (plastic industry) ମଧ୍ୟ ବ୍ୟବ‌ହୃତ ହୁଏ । [1]

Quick Facts Clinical data, Trade names ...
ବେଞ୍ଜଏଲ ପେରକ୍ସାଇଡ
Thumb
Thumb
Skeletal formula (top) Ball-and-stick model (bottom)
Clinical data
Trade namesBenzac, Clearasil, PanOxyl, others
Synonymsbenzoperoxide, dibenzoyl peroxide (DBPO)
AHFS/Drugs.com
Pregnancy
category
  • US: C (Risk not ruled out)
    ATC code
    Identifiers
    IUPAC name
    • dibenzoyl peroxide
    CAS Number
    PubChem CID
    ChemSpider
    UNII
    KEGG
    ChEMBL
    ECHA InfoCard100.002.116 Edit this at Wikidata
    Chemical and physical data
    FormulaC14H10O4
    Molar mass୨୪୨.୨୩ g·mol−1
    3D model (JSmol)
    Density1.334 g/cm3
    Melting point103 to 105 °C (217 to 221 °F) decomposes
    Solubility in waterpoor mg/mL (20 °C)
    SMILES
    • c1ccc(cc1)C(=O)OOC(=O)c2ccccc2
    InChI
    • InChI=1S/C14H10O4/c15-13(11-7-3-1-4-8-11)17-18-14(16)12-9-5-2-6-10-12/h1-10H
       checkY
    • Key:OMPJBNCRMGITSC-UHFFFAOYSA-N
    Close

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ମ ଶୁଷ୍କ ହୋଇ ଚୋପା ଛାଡ଼େ ଓ ଗଲୁ ହୁଏ ।[2][7] ଗର୍ଭାବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ ।[8] ଏହା ପେରକ୍ସାଇଡ (peroxide) ପରିବାରର ଏହ ରାସାୟନିକ ଦ୍ରବ୍ୟ ।[5] ବ୍ରଣ ରୋଗରେ ଏହା ଜୀବାଣୁ (bacteria) ମାରିଦିଏ । [4]

    ବେଞ୍ଜଏଲ ପେରକ୍ସାଇଡ ସନ ୧୯୦୫ରେ ପ୍ରଥମେ ପ୍ରସ୍ତୁତ କାର‌ଯାଇଥିଲା ଓ ଚିକିତ୍ସା କ୍ଷେତ୍ରରେ ସନ ୧୯୩୦ରୁ ବ୍ୟବ‌ହାର କରାଗଲା ।[4] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[9] ଏହା ଜେନେରିକ ଔଷଧ ନାମରେ (generic medication) ବିନା ପ୍ରେସକ୍ରିପସନରେ ବିକ୍ରୟ ହୁଏ ।[7] ସଂଯୁକ୍ତ ରାଷ୍ଟ୍ରରେ ଏହାର ୧୦%ର ଏକ ୧୫୦ମି:ଲି: ବୋତଲର ଦାମ ୪ ପାଉଣ୍ଡ ।[3] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଚିକିତ୍ସାରେ ୨୫ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[7]

    ଆଧାର

    Wikiwand in your browser!

    Seamless Wikipedia browsing. On steroids.

    Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

    Wikiwand extension is a five stars, simple, with minimum permission required to keep your browsing private, safe and transparent.