From Wikipedia, the free encyclopedia
ବେଞ୍ଜଏଲ ପେରକ୍ସାଇଡ (ଇଂରାଜୀ ଭାଷାରେ Benzoyl peroxide ବା BPO) ଏକ ଔଷଧ ଓ କାରଖାନାରେ ବ୍ୟବହାର କରାଯାଉଥିବା ରାସାୟନିକ ପଦାର୍ଥ (industrial chemical) । [1] ସାମାନ୍ୟରୁ ମଧ୍ୟମ ଧରଣର ବ୍ରଣ (acne) ଚିକିତ୍ସାରେ ଏହା ବ୍ୟବହାର କରାଯାଏ । ସାଂଘାତିକ ହୋଇଥିଲେ ଅନ୍ୟାନ୍ୟ ଔଷଧ ସହିତ ଦିଆଯାଏ ।[2] ଏହା କେତେକ ସ୍ଥଳରେ କ୍ଲିଣ୍ଡାମାଇସିନ (clindamycin) ଭଳି ଆଣ୍ଟିବାୟୋଟିକ (antibiotic) ସାଥିରେ ମିଶ୍ରିତ ହୋଇ ଥାଏ ।[3] ଅନ୍ୟାନ୍ୟ ବ୍ୟବହାର ମଧ୍ୟରେ ଅଟା ପରିଷ୍କାର (bleaching flour), କେଶ ଉଜ୍ଜ୍ୱଳ (hair bleaching), ସଫେଦ ଦାନ୍ତ (teeth whitening) ଓ ଲୁଗା ଧଳା (textile bleaching) କରିବାକୁ ବ୍ୟବହାର କରାଯାଏ ।[4][5][6] ପ୍ଲାସ୍ଟିକ କାରଖାନାରେ (plastic industry) ମଧ୍ୟ ବ୍ୟବହୃତ ହୁଏ । [1]
Clinical data | |
---|---|
Trade names | Benzac, Clearasil, PanOxyl, others |
Synonyms | benzoperoxide, dibenzoyl peroxide (DBPO) |
AHFS/Drugs.com | |
Pregnancy category |
|
ATC code | |
Identifiers | |
IUPAC name
| |
CAS Number | |
PubChem CID | |
ChemSpider | |
UNII | |
KEGG | |
ChEMBL | |
ECHA InfoCard | 100.002.116 |
Chemical and physical data | |
Formula | C14H10O4 |
Molar mass | ୨୪୨.୨୩ g·mol−1 |
3D model (JSmol) | |
Density | 1.334 g/cm3 |
Melting point | 103 to 105 °C (217 to 221 °F) decomposes |
Solubility in water | poor mg/mL (20 °C) |
SMILES
| |
InChI
|
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ମ ଶୁଷ୍କ ହୋଇ ଚୋପା ଛାଡ଼େ ଓ ଗଲୁ ହୁଏ ।[2][7] ଗର୍ଭାବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ ।[8] ଏହା ପେରକ୍ସାଇଡ (peroxide) ପରିବାରର ଏହ ରାସାୟନିକ ଦ୍ରବ୍ୟ ।[5] ବ୍ରଣ ରୋଗରେ ଏହା ଜୀବାଣୁ (bacteria) ମାରିଦିଏ । [4]
ବେଞ୍ଜଏଲ ପେରକ୍ସାଇଡ ସନ ୧୯୦୫ରେ ପ୍ରଥମେ ପ୍ରସ୍ତୁତ କାରଯାଇଥିଲା ଓ ଚିକିତ୍ସା କ୍ଷେତ୍ରରେ ସନ ୧୯୩୦ରୁ ବ୍ୟବହାର କରାଗଲା ।[4] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[9] ଏହା ଜେନେରିକ ଔଷଧ ନାମରେ (generic medication) ବିନା ପ୍ରେସକ୍ରିପସନରେ ବିକ୍ରୟ ହୁଏ ।[7] ସଂଯୁକ୍ତ ରାଷ୍ଟ୍ରରେ ଏହାର ୧୦%ର ଏକ ୧୫୦ମି:ଲି: ବୋତଲର ଦାମ ୪ ପାଉଣ୍ଡ ।[3] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଚିକିତ୍ସାରେ ୨୫ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[7]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.