![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/9/93/RLS_sleep_patterns_diagram_-_en.svg/langor-640px-RLS_sleep_patterns_diagram_-_en.svg.png&w=640&q=50)
ରେସ୍ଟଲେସ ଲେଗ୍ସ ସିଣ୍ଡ୍ରୋମ
From Wikipedia, the free encyclopedia
ରେସ୍ଟଲେସ ଲେଗ୍ସ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ restless legs syndrome ବା ଆରଏଲଏସ/RLS) ଏକ ପ୍ରକାର ବେମାରୀ ଯେଉଁଥିରେ ଗୋଡ଼ ସଞ୍ଚାଳନ ନିମନ୍ତେ ଦୁର୍ବାର ଇଚ୍ଛା ଜାଗ୍ରତ ହୁଏ । [2] ଅନେକ ସମୟରେ ଏକ ଅରୁଚିକର ଅନୁଭବ ଗୋଡ଼ରେ ହୁଏ ଯାହା ଚାଳନାଦ୍ୱାରା ଭଲ ଲାଗେ । ବେଳେ ବେଳେ ବାହୁ ବି ଆକ୍ରାନ୍ତ ହୁଏ । ବିଶ୍ରାମ ନେଲାବେଳେ ଏଭଳି ହେବା ଯୋଗୁ ଶୋଇବାକୁ ଅସୁବିଧା ହୁଏ । ରାତିରେ ନିଦ୍ରା ସମସ୍ୟା ଯୋଗୁ ଦିନରେ ନିଦୁଆ ଲାଗେ, ଶକ୍ତି ହ୍ରାସ ହୁଏ, ଚିଡ଼ଚିଡ଼ା ଲାଗେ ଓ ଅବସାଦ ମନୋଭାବ (depressed mood) ହୁଏ ।[2] ଅଧିକନ୍ତୁ କେତେକ ଲୋକଙ୍କର ଶୋଇବାବେଳେ ସାମୟିକ ଅବୟବ ଚଳନ (limb twitching during sleep) ହୁଏ ।[3]
ରେସ୍ଟଲେସ ଲେଗ୍ସ ସିଣ୍ଡ୍ରୋମ | |
---|---|
Willis-Ekbom disease (WED),[1] Wittmaack-Ekbom syndrome | |
![]() ଶୟନ ଭଙ୍ଗି; ରେସ୍ଟଲେସ ଲେଗ୍ସ ସିଣ୍ଡ୍ରୋମ (ଲାଲ) ବନାମ ସୁସ୍ଥ ଲୋକର ଶୟନ (ନୀଳ) । | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | ଶୟନ ମେଡିସିନ |
ଆଇସିଡ଼ି-୧୦ | G25.8 |
ଆଇସିଡ଼ି-୯-ସିଏମ୍ | 333.94 |
ଓଏମ୍ଆଇଏମ୍ | 102300 608831 |
ରୋଗ ଡାଟାବେସ | 29476 |
ମେଡ଼ିସିନ-ପ୍ଲସ | 000807 |
ଇ-ମେଡ଼ିସିନ | neuro/509 |
Patient UK | ରେସ୍ଟଲେସ ଲେଗ୍ସ ସିଣ୍ଡ୍ରୋମ |
MeSH | D012148 |
ଏହି ରୋଗ ସଙ୍କଟ ସାଧାରଣତଃ ଦେହରେ ଲୌହ ଅଭାବ (low iron levels), ବୃକ୍କ ଅସାମର୍ଥ୍ୟ, ପାର୍କିନସନ ଡିଜିଜ (Parkinson disease), ମଧୁମେହ, ରିଉମାଟଏଡ ଆର୍ଥ୍ରାଇଟିସ, ଓ ଗର୍ଭାବସ୍ଥାରେ ସୃଷ୍ଟି ହୋଇପାରେ ।[4][2] ଆଣ୍ଟିଡିପ୍ରେସାଣ୍ଟ (antidepressants), ଆଣ୍ଟିସାଇକୋଟିକ (antipsychotics), ଆଣ୍ଟିହିସ୍ଟାମିନ (antihistamines) ଓ କ୍ୟାଲସିଅମ ଚ୍ୟାନେଲ ବ୍ଲକର (calcium channel blockers) ଭଳି ଅନେକ ଔଷଧ ଏହି ରୋଗ ସଙ୍କଟ ସୃଷ୍ଟି କରିପାରନ୍ତି ।[5] ଏହି ରୋଗ ଦୁଇ ପ୍ରକାର ଦେଖାଯାଏ; ଜୀବନର ପୂର୍ବଭାଗରେ ଓ ପଶ୍ଚାତ୍ଭାଗରେ । ଅଳ୍ପ ବୟସରେ ଆରମ୍ଭ ହେଉଥିବା ରୋଗ ପରିବାରରେ ରହୁଥିବା ଦେଖାଯାଏ ଓ ସମୟକ୍ରମେ ଅତି ଖରାପ ଦିଗକୁ ଯିବା ଦେଖାଯାଏ । ପଶ୍ଚାତ ଜୀବନରେ ଆରମ୍ଭ ହେଉଥିବା ରୋଗ ହଠାତ୍ ଆରମ୍ଭ ହୁଏ କିନ୍ତୁ ଅତି ଖରାପ ହୁଏ ନାହିଁ ।[2] ରୋଗ ଲକ୍ଷଣ ଅନୁଶୀଳନ କରି ଓ ଅନ୍ୟାନ୍ୟ ସମ୍ଭାବ୍ୟ ରୋଗ ନ ଥିବା ନିଶ୍ଚିତ କରି ଏହି ରୋଗ ନିର୍ଣ୍ଣୟ କରାଯାଏ । [6]
ଅନ୍ତର୍ନିହିତ କାରଣ ଦୂର କରିଦେଲେ ରେସ୍ଟଲେସ ଲେଗ୍ସ ସିଣ୍ଡ୍ରୋମ ଉପଶମ ହୋଇଯାଇପାରେ ।[7] ଅନ୍ୟଥା ଜୀବନଚର୍ଯ୍ୟାରେ ପରିବର୍ତ୍ତନ ଓ ଔଷଧ ଦେଇ ଚିକିତ୍ସା କରାଯାଏ ।[2] ମଦ୍ୟପାନ ଓ ଟବାକୋ ଗ୍ରହଣ ବନ୍ଦ କରି ଓ ନିଦ୍ରା ସ୍ୱାସ୍ଥ୍ୟରକ୍ଷା (sleep hygiene) ନିୟନ ପାଳନ କରି ଜୀବନଚର୍ଯ୍ୟାରେ ପରିବର୍ତ୍ତନ ଅଣାଯାଇପାରେ ।[7] ଲେଭୋଡୋପା (levodopa) ବା ପ୍ରାମିପେକ୍ସୋଲ (pramipexole) ଭଳି ଡୋପାମିନ ଆଗୋନିସ୍ଟ (dopamine agonist) ଔଷଧ ଦେଇ ଚିକିତ୍ସା କରାଯାଏ । ଆମେରିକା ଜନସଂଖ୍ୟାର ୨.୫–୧୫% ଲୋକଙ୍କର ଏହି ରୋଗ ଥାଏ ।[4] ପରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ଓ ବୟସ ଅନୁସାରେ ଏହାର ବୃଦ୍ଧି ହୁଏ । [8]