From Wikipedia, the free encyclopedia
ରିଙ୍ଗର ଲାକ୍ଟେଟ ସଲ୍ୟୁସନ (Ringer's lactate solution ବା ଆରଏଲ/RL, ଅନ୍ୟ ନାମ ସୋଡ଼ିଅମ ଲାକ୍ଟେଟ ସଲ୍ୟୁସନ/ sodium lactate solution ଓ ହାର୍ଟମ୍ୟାନ୍ସ ସଲ୍ୟୁସନ/ Hartmann's solution) ଏକ ମିଶ୍ରଣ ଯେଉଁଥିରେ ପାଣି (water) ସହିତ ସୋଡ଼ିଅମ କ୍ଲୋରାଇଡ (sodium chloride), ସୋଡ଼ିଅମ ଲାକ୍ଟେଟ (sodium lactate), ପୋଟାସିଅମ କ୍ଲୋରାଇଡ (potassium chloride) ଓ କ୍ୟାଲସିଅମ କ୍ଲୋରାଇଡ (calcium chloride) ଥାଏ ।[1] କମ୍ ରକ୍ତ ପରିମାଣ (low blood volume) ବା ନିମ୍ନ ରକ୍ତଚାପ (low blood pressure) ରୋଗରେ ତରଳ ପଦାର୍ଥ ଓ ଇଲେକ୍ଟ୍ରୋଲାଇଟର (electrolytes) ଅଭାବକୁ ପୂରଣ କରିବାକୁ ଏହା ଦିଆଯାଏ ।[2] ଆଖିର ରାସାୟନିକ ଦଗ୍ଧ (chemical burn) ଥିଲେ ଓ ଲାକ୍ଟିକ ଏସିଡୋସିସ (lactic acidosis) ବିନା ଅନ୍ୟ ମେଟାବୋଲିକ ଏସିଡୋସିସ (metabolic acidosis) ଥିଲେ ଏହି ଆରଏଲ ଦିଆଯାଇପାରେ । ଏହା ଶିରାଭ୍ୟନ୍ତର ଇନଫ୍ୟୁଜନ (injection into a vein) ଆକାରରେ ଦିଆଯାଏ ବା ପ୍ରଭାବିତ ସ୍ଥାନମାନଙ୍କରେ ଲଗାଯାଏ ।[2][3]
Clinical data | |
---|---|
Synonyms | compound sodium lactate, sodium lactate solution, Hartmann's solution, Ringer-Locke's solution, Ringer-lactate, lactated Ringer's solution (LRS) |
AHFS/Drugs.com | FDA Professional Drug Information |
Routes of administration | intravenous, topical |
ATC code |
|
ରିଙ୍ଗର ଲାକ୍ଟେଟ ସଲ୍ୟୁସନ ଯୋଗୁ ଆଲର୍ଜି ପ୍ରତିକ୍ରିୟା, ଅଧିକ ରକ୍ତ ପୋଟାସିଅମ (high blood potassium), ଭଲ୍ୟୁମ ଓଭରଲୋଡ (volume overload) ଓ ଉଚ୍ଚ ରକ୍ତ କ୍ୟାଲସିଅମ (high blood calcium) ଇତ୍ୟାଦି ପ୍ରତିକ୍ରିୟା ଦେଖାଯାଇପାରେ ।[2] ଅନ୍ୟ ଔଷଧ ସହିତ ତଥା ରକ୍ତ ଟ୍ରାନ୍ସଫ୍ୟୁଜନ (blood transfusion) ସାଥିରେ ଏହା ଦେବାକୁ ମନାକରାଯାଏ । [4] ତୁଳନାତ୍ମକ ଭାବରେ ନର୍ମାଲ ସାଲାଇନ (normal saline) ଅପେକ୍ଷା ରିଙ୍ଗର ଲାକ୍ଟେଟ ସଲ୍ୟୁସନ ଯୋଗୁ ଅଳ୍ପ ହାରରେ ହାଇପରକ୍ଲୋରେମିକ ଏସିଡୋସିସ (acidosis) ହୁଏ ।[1][4] ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହା ନିରାପଦ ଥିବା ଜଣାଯାଏ ।[2] ରିଙ୍ଗର ଲାକ୍ଟେଟ ସଲ୍ୟୁସନ ଏକ ଭଲ୍ୟୁମ ଏକ୍ସପାଣ୍ଡର କ୍ରିସ୍ଟାଲଏଡ (crystalloid) ପରିବାରର ଔଷଧ । [5] ଏହା ରକ୍ତ (en:blood) ସହିତ ଆସୋଟୋନିକ (same tonicity) । [2]
ସନ ୧୮୮୦ରେ ରିଙ୍ଗର ସଲ୍ୟୁସନ (Ringer's solution) ଉଦ୍ଭାବନ କରାଯିବା ପରେ ସନ ୧୯୩୦ରେ ଲାକ୍ଟେଟ ଯୋଗ କରାଯାଇଥିଲା ।[4] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[6] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[1] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଲିଟରର ହୋଲସେଲ ମୂଲ୍ୟ ୨.୩୦ ଆମେରିକୀୟ ଡଲାର ।[7] ଯକୃତ ଫେଲିଓର (poor liver function) ରୋଗ ଥିଲେ ରିଙ୍ଗର ଲାକ୍ଟେଟ ଅପେକ୍ଷା ରିଙ୍ଗର ଆସେଟେଟ (acetate) ସଲ୍ୟୁସନ ଅଧିକ ଉପଯୋଗୀ ହୁଏ ।[8] ସ୍କାଣ୍ଡିନେଭିଆରେ (Scandinavia) ରିଙ୍ଗର ଆସେଟେଟ (acetate) ସଲ୍ୟୁସନ ସ୍ୱାଭାବିକ ଭାବରେ ବ୍ୟବହାର କରାଯାଏ ।[9]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.