ଆଲର୍ଜି ସମୂହ ବା ଆଲର୍ଜି ରୋଗ ସମୂହ ଅନେକ ରୋଗମାନଙ୍କର ସମାହାର ଯେଉଁଥିରେ ପରିବେଶର କୌଣସି ଜିନିଷ ପ୍ରତି ଇମ୍ମ୍ୟୁନ ସିସ୍ଟମ ଅତିସୁଗ୍ରାହୀ ବା ଅତିସମ୍ବେଦନଶୀଳ ପ୍ରତିକ୍ରିୟା କରେ କିନ୍ତୁ ସାଧାରଣ ଅବସ୍ଥାରେ କୌଣସି ସମସ୍ୟା ହୁଏନି । [1] ଏହିଭଳି ରୋଗମାନଙ୍କର ନାମ ହେ ଫିଭର, ଖାଦ୍ୟ ଆଲର୍ଜି, ଆଟୋପିକ ଡର୍ମାଟାଇଟିସ, ଆଲର୍ଜିକ ଆଜମା, ଓ ଆନାଫାଇଲାକସିସ [2] ଏଭଳି ରୋଗରେ ଆଖି ଲାଲ ହୁଏ, ଗଲୁ ହେଉଥିବା ରାସ ହୁଏ, ନାକରୁ ପାଣିବୋହେ, ଛୋଟ ଶ୍ୱାସକ୍ରିୟା ହୁଏ ଓ ଫୁଲିଯାଏ । [3] ଖାଦ୍ୟ ଅସ‌ହ‌ନଶୀଳତାଖାଦ୍ୟ ବିଷାକ୍ତ‌ତା ରୋଗଦ୍ୱୟ ଏହାଠାରୁ ଅଲଗା ରୋଗ । [4][5]

Quick Facts ଆଲର୍ଜି, ଶ୍ରେଣୀବିଭାଗ ଓ ବାହାର ସ୍ରୋତ ...
ଆଲର୍ଜି
Thumb
Hives ସାଧାରଣ ଆଲର୍ଜି ଲକ୍ଷଣ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିimmunology[*]
ଆଇସିଡ଼ି-୧୦T78.4
ଆଇସିଡ଼ି-୯-ସିଏମ୍995.3
ରୋଗ ଡାଟାବେସ33481
ମେଡ଼ିସିନ-ପ୍ଲସ000812
ଇ-ମେଡ଼ିସିନmed/1101
MeSHD006967
Close

ମୂଖ୍ୟ ସାଧାରଣ ଆଲର୍ଜେନ ନାମ ପରାଗ ରେଣୁ ଓ ଖାଦ୍ୟ । ଧାତୁ ତ‌ଥା ଅନ୍ୟାନ୍ୟ ଦ୍ରବ୍ୟ ମଧ୍ୟ ସମସ୍ୟା ସୃଷ୍ଟି କରନ୍ତି । [1] ଖାଦ୍ୟ, କୀଟ ଶୁଣ୍ଢ ଓ ବିଭିନ୍ନ ଔଷଧ ଅତ୍ୟନ୍ତ ଅଧିକ ପ୍ରତିକ୍ରିୟା କରନ୍ତି । ପରିବେଶ ଓ ଜେନେଟିକ କାରଣ ଯୋଗୁ ଏହି ରୋଗ ହୁଏ । [6] ଶରୀରର ଇମ୍ମ୍ୟୁନ ସିସ୍ଟମର ଏକ ଅଂଶ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ଇ ଆଣ୍ଟିବଡି (ଆଇଜିଇ) ଆଲର୍ଜେନ ସ‌ହିତ ସଂଯୁକ୍ତ ହୋଇ ପ୍ରଦାହୀ ରାସାୟନିକ ପଦାର୍ଥ ଯେପରିକି ହିସ୍ଟାମିନ କ୍ଷରଣ କରନ୍ତି । [7] ରୋଗୀର ରୋଗ ଇତିହାସ ସଂଗ୍ରହ କରି ରୋଗ ନିର୍ଣ୍ଣୟ କରାଯାଏ । କେତେକ କେଶରେ ଚର୍ମ ଓ ରକ୍ତ ପରୀକ୍ଷା ଆବଶ୍ୟକ ହୁଏ । [5] ଏକ ଯୁକ୍ତାତ୍ମକ ପରୀକ୍ଷା ଅର୍ଥ ନୁହେଁ ଯେ ନିର୍ଦ୍ଦିଷ୍ଟ ବସ୍ତୁ ପ୍ରତି ଯଥେଷ୍ଟ ଆଲର୍ଜି ଅଛି । [8]

ସମ୍ଭାବ୍ୟ ଆଲର୍ଜେନ ପ୍ରତି ପ୍ରାରମ୍ଭିକ ସଂସ୍ପର୍ଶ ରକ୍ଷାକାରୀ ହୋଇପାରେ । [9] ଆଲର୍ଜେନ ଏଡ଼େଇବା, କର୍ଟିକୋସ୍ଟିରଏଡଆଣ୍ଟିହିସ୍ଟାମିନ ଭଳି ଓଷଧ ବ୍ୟବ‌ହାର କରି ଏହାର ଚିକିତ୍ସା କରାଯାଏ । [10] ଅବସ୍ଥା ଗମ୍ଭୀର ହେଲେ ଆଡ୍ରାନାଲିନ ଇଞ୍ଜେକସନ ଦିଆଯାଏ । [11] ହେ ଫିଭର ଓ କୀଟ ଦଂଶନ କେଶରେ ଆଲର୍ଜେନ ଇମ୍ମ୍ୟୁନୋଥେରାପି ଦିଆଯାଏ ଯାହା ଅଧିକରୁ ଅଧିକ ପରିମାଣର ଆଲର୍ଜେନ ସଂସ୍ପର୍ଷରେ ଆସିବାକୁ ଦିଏ । ଖାଦ୍ୟ ଆଲର୍ଜିରେ ଏହାର ଉପକାରୀତା ସ୍ପଷ୍ଟ ହୋଇନାହିଁ । [10]

ଆଲର୍ଜି ଏକ ସାଧାରଣ ରୋଗ । [12] ବିକଶିତ ଦେଶମାନଙ୍କରେ ୨୦ % ଲୋକଙ୍କର ଆଲର୍ଜିକ ନାକ ପ୍ରଦାହ ରୋଗ ଅଛି, [13] ପ୍ରାୟ ୬ % ଲୋକଙ୍କର ଖାଦ୍ୟ ଆଲର୍ଜି ଅଛି, [5][9] ଓ ପ୍ରାୟ ୨୦ % ଲୋକଙ୍କର ଆଟୋପିକ ଡର୍ମାଟାଇଟିସ ଅଛି । [14] ଦେଶ ଅନୁଯାୟୀ ୧ରୁ ୧୮ % ଲୋକଙ୍କର ଆଜମା ଥାଏ । [15] 0.0୫୨% ଲୋକଙ୍କର ଆନାଫାଇଲାକ୍‌ସିସ୍‌ ହୁଏ ।[16] ବିଭନ୍ନ ଆଲର୍ଜିର ରୋଗ ସଂଖ୍ୟା ବଢ଼ିବାକୁ ଲାଗିଛି । [11][17] ଏହି ଆଲର୍ଜି ଶବ୍ଦଟି ପ୍ରଥମେ ସନ ୧୯୦୬ରେ କ୍ଲେମେନ୍ସ ଭନ ପିରକ୍ୟେଟ ବ୍ୟବ‌ହାର କରିଥିଲେ । [6]

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.