From Wikipedia, the free encyclopedia
ଖାଦ୍ୟ ଆଲର୍ଜି ଦେହରେ ଜାତ ହେଉଥିବା ଏକ ଅସ୍ୱାଭାବିକ ଇମ୍ମ୍ୟୁନ ପ୍ରତିକ୍ରିୟା । ଏହାର ଚିହ୍ନ ଓ ଲକ୍ଷଣମାନ ଅତି ସାଧାରଣରୁ ଅତି ଗମ୍ଭୀର ହୋଇପାରେ । ଗଲୁ କରିବା, ଜିଭ ଫୁଲିବା, ବାନ୍ତି ହେବା, ତରଳ ଝାଡ଼ା, ହାଇଭସ, ଶ୍ୱାସକ୍ରିୟା ସମସ୍ୟା କିମ୍ବା ନିମ୍ନ ରକ୍ତଚାପ ଇତ୍ୟାଦି ଲକ୍ଷଣ ଦେଖାଯାଇପାରେ । ପ୍ରଭାବିତ ହେବାର କିଛି ମିନିଟରୁ କିଛି ଘଣ୍ଟା ମଧ୍ୟରେ ଏହାର ଲକ୍ଷଣ ପ୍ରକାଶ ପାଏ । ଏହି ଲକ୍ଷଣଗୁଡ଼ିକ ଅତି ଗମ୍ଭୀର ଧରଣର ହେଲେ ଆନାଫାଇଲାକ୍ସିସ (anaphylaxis) ନାମ ଦିଆଯାଏ । ଖାଦ୍ୟ ଅସହିଷ୍ଣୁତା ଓ ଖାଦ୍ୟ ବିଷାକ୍ତତାଦ୍ୱୟ ଏହାଠାରୁ ଅଲଗା ପ୍ରସଙ୍ଗ । [1]
ସାଧାରଣ ଖାଦ୍ୟ ଯାହା ଆଲର୍ଜି କରାଏ:- ଗାଈ କ୍ଷୀର, ଚିନାବାଦାମ, ଅଣ୍ଡା, ସେଲଫିସ୍ (shellfish), ବୃକ୍ଷ ବାଦାମ (tree nuts), ଗହମ, ଚାଉଳ ଓ ଫଳ । [1][2][3] ଦେଶ ଅନୁଯାୟୀ ଖାଦ୍ୟ ଆଲର୍ଜି ବଦଳେ । [1] ଏହି ରୋଗର ଅନେକ ସଙ୍କଟଦାୟକ ପରିସ୍ଥିତି ଅଛି ଯେପରିକି ପାରିବାରିକ ଆଲର୍ଜି ଇତିହାସ, ଭିଟାମିନ ଡି ଅଭାବ, ମୋଟାପଣ ଓ ଅତ୍ୟଧିକ ପରିଚ୍ଛନ୍ନତା । [1][2] ଖାଦ୍ୟ କଣିକା ସହିତ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ଇ (ଦେହସ୍ଥ ଇମ୍ମ୍ୟୁନ ସିସ୍ଟମର ଏକ ଅଂଶ) ସଂଯୁକ୍ତ ହେଲେ ଆଲର୍ଜି ହୁଏ । [1] ଖାଦ୍ୟରେ ଥିବା କୌଣସି ପ୍ରୋଟିନ ଯୋଗୁ ଏହା ହୁଏ । [2] ହିସ୍ଟାମିନ ଭଳି ପ୍ରଦାହକାରୀ ରାସାୟନିକ ପଦାର୍ଥମାନଙ୍କୁ ଏହି ପ୍ରୋଟିନ ମୁକ୍ତ ବା ରିଲିଜ କରେ । [1] ରୋଗ ଇତିହାସ, ଖାଦ୍ୟ ପରିତ୍ୟାଗ, ଚର୍ମଫୋଡ଼ା ଟେଷ୍ଟ (skin prick test), ଖାଦ୍ୟ ବିଶିଷ୍ଟତା ଆଇଜିଇ ଆଣ୍ଟିବଡି ରକ୍ତ ପରୀକ୍ଷା (blood tests for food-specific IgE antibodies) କିମ୍ବା ଓରାଲ ଫୁଡ ଚାଲେଞ୍ଜ ଇତ୍ୟାଦି ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । [1][2]
ସମ୍ଭାବ୍ୟ ଆଲର୍ଜେନ ପ୍ରତି ପ୍ରାକ୍ ପ୍ରଭାବ ହିତକାରୀ ହୋଇପାରେ । ପ୍ରଥମେ ଆଲର୍ଜି କରାଉଥିବା ଖାଦ୍ୟଠାରୁ ଦୂରରେ ରହିବା ସହିତ ରୋଗ ପ୍ରତିହତ ନିମନ୍ତେ ଏକ ପ୍ଲାନ ତିଆରି କରିବ ଉଚିତ । [2] ଏହି ପ୍ଲାନ ଅନୁସାରେ ଆଡ୍ରେନାଲିନ ଦିଆଯାଏ ଓ ମେଡିକାଲ ଆଲର୍ଟ ଗହଣା ପିନ୍ଧିବା ଆବଶ୍ୟକ ହୋଇପାରେ । [1] ଖାଦ୍ୟ ଆଲର୍ଜି ପ୍ରତି ଆଲର୍ଜେନ ଇମ୍ମ୍ୟୁନୋଥେରାପିର ଉପକାରୀତା ସ୍ପଷ୍ଟ ହୋଇ ନ ଥିବାରୁ ଏହା ଦେବାକୁ ୨୦୧୫ ସୁଦ୍ଧା ସୁପାରିସ କରାଯାଇ ନାହିଁ । [4] କ୍ଷୀର, ଅଣ୍ଡା ଓ ସୋୟା ଆଦି କେତେକ ଖାଦ୍ୟ ପିଲାଦିନେ ଆଲର୍ଜି କରୁଥିଲେ ମଧ୍ୟ ବଡ଼ ହେଲେ ହୁଏ ନାହିଁ କିନ୍ତୁ ନଟ ଓ ସେଲଫିସ ଏହାର ବ୍ୟତିକ୍ରମ ହୁଏ । [2]
ବିକଶିତ ଦେଶମାନଙ୍କରେ ୪ରୁ ୮ % ଲୋକଙ୍କର ଅତି କମରେ ଗୋଟିଏ ଖାଦ୍ୟ ଆଲର୍ଜି ଥାଏ । [1][2] ପିଲାମାନଙ୍କର ଏହା ଅଧିକ ହୁଏ ଓ ସମୟକ୍ରମେ ସଂଖ୍ୟା ବଢ଼ୁଥିବା ଦେଖାଯାଉଛି । ଝିଅ ପିଲାଙ୍କ ଅପେକ୍ଷା ପୁଅପିଲାମାନଙ୍କର ଅଧିକ ଆଲର୍ଜି ହୁଏ । [2]କେତେକ ପ୍ରକାରର ଆଲର୍ଜି ପିଲାବେଳେ ହୁଏ ଓ କେତେକ ବଡ଼ ହେଲା ପରେ ହୁଏ । [1] ବିକଶିତ ଦେଶରେ ଜନସଂଖ୍ୟାର ଏହ ବୃହତ୍ ଅଂଶ ସେମାନଙ୍କର ଆଲର୍ଜି ନ ଥିଲେ ମଧ୍ୟ ବିଶ୍ୱାସ କରନ୍ତି ଯେ ସେମାନଙ୍କର ଅଛି । [5][6][7]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.