ମ୍ୟୁକୋର୍ମାଇକୋସିସ୍
ଏହା ଏକ କବକ ରୋଗ ଯାହା ମ୍ୟୁକୋରାଲେସ ଫିମ୍ପି ଯୋଗୁ ହୁଏ । / From Wikipedia, the free encyclopedia
ମ୍ୟୁକୋରମାଇକୋସିସ୍, (ପୂର୍ବରୁ ଜାଇଗୋମାଇକୋସିସ୍ [1] ନାମରେ ଜଣାଶୁଣା ଥିଲା ଏବଂ ଅଧୁନା କଳା ଫଙ୍ଗସ୍ ନାମରେ,[3] ପରିଚିତ) ଏକ ଗୁରୁତର କବକ ବା ଫଙ୍ଗାଲ୍ ସଂକ୍ରମଣ ଯାହା ସାଧାରଣତଃ ସଂକ୍ରମଣ ସହିତ ମୁକାବିଲା କରିବାର କ୍ଷମତା କମ୍ ଥିବା ଲୋକମାନଙ୍କଠାରେ ହୁଏ | [6] ଶରୀରର ସଂକ୍ରମିତ ଅଂଶ ଉପରେ ଏହାର ଲକ୍ଷଣ ନିର୍ଭର କରେ । ଏହା ସାଧାରଣତଃ ଅସ୍ଥି କୋଟର ବା ସାଇନସ୍ ଏବଂ ମସ୍ତିଷ୍କକୁ ସଂକ୍ରମିତ କରେ ଯାହା ଫଳରେ ନାକରୁ କ୍ଷରଣ ହୁଏ, ଗୋଟିଏ ପାର୍ଶ୍ୱ ମୁଖ ଫୁଲିଯାଏ ଓ ଯନ୍ତ୍ରଣା ହୁଏ, ମୁଣ୍ଡବିନ୍ଧା, ଜ୍ୱର ଏବଂ ତନ୍ତୁ ମୃତ୍ୟୁ ହୁଏ | [4] [8] ଫୁସଫୁସ, ପେଟ ଏବଂ ଅନ୍ତନଳୀ ଏବଂ ଚର୍ମକୁ ମଧ୍ୟ ଏହି ରୋଗ ସଂକ୍ରମିତ କରିପାରେ। [8]
Mucormycosis | |
---|---|
Zygomycosis,[1] black fungus[2][3] | |
ବିଭାଗ | Infectious disease |
ଲକ୍ଷଣ | Runny nose, black area of skin, facial swelling, headache, fever, cough[4][5] |
କାରଣ | Fungi of the Mucorales type[1] |
ବିପଦ କାରକ | Diabetes, HIV/AIDS, lymphoma, iron overload, organ transplant, long-term steroids[6] |
ରୋଗ ନିର୍ଣ୍ଣୟ ପଦ୍ଧତି | Biopsy, culture[4] |
ସଠିକ ରୋଗ ନିର୍ଣ୍ଣୟ | Orbital cellulitis, cavernous sinus thrombosis, aspergillosis[6] |
ପ୍ରତିକାର | Face masks, avoiding contact with soil or water-damaged buildings[7] |
ଚିକିତ୍ସା | Amphotericin B, surgical debridement[1] |
ପୁନଃପୌନିକ | Rare[1] |
ସାଧାରଣତଃ ପ୍ରଶ୍ୱାସରେ ନେବା ଯୋଗୁ, ଦୂଷିତ ଖାଦ୍ୟ ଖାଇବା କିମ୍ବା ଖୋଲା କ୍ଷତରେ ମୁକୋରାଲେସ୍ ପ୍ରକାରର ଲୋଲ୍ଡ ବା ଛାଞ୍ଚଦ୍ୱାରା ବିସ୍ତାର ପ୍ରାପ୍ତ ହୁଏ | [9] ଏହି କବକଗୁଡିକ ସାଧାରଣତଃ ପଚା ଫଳ ଏବଂ ପନିପରିବା, ପତ୍ର ଏବଂ ପଶୁ ଖତରେ ଥାଏ | ଏହା ଲୋକମାନଙ୍କ ପରସ୍ପର ମଧ୍ୟରେ ସଂକ୍ରମିତ ହୁଏ ନାହିଁ | ମଧୁମେହ, ଲିମ୍ଫୋମା, ଅଙ୍ଗ ପ୍ରତିରୋପଣ, ଆଇରନ୍ ଓଭରଲୋଡ୍, ଏଚ୍.ଆଇ.ଭି / ଏଡସ୍ ଏବଂ ଦୀର୍ଘକାଳୀନ ଷ୍ଟୋରଏଡ ବ୍ୟବହାର କିମ୍ବା ଇମ୍ୟୁନୋସପ୍ରେସାଣ୍ଟ ବ୍ୟବହାର କରୁଥିବା ଲୋକଙ୍କର ଏହି ରୋଗ ସଙ୍କଟ ଥାଏ । [6] ବାୟୋପ୍ସି ଓ କଲଚରଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ ଏବଂ ମେଡିକାଲ ଇମେଜିଙ୍ଗ ସାହାଯ୍ୟରେ ରୋଗର ପରିସୀମା ଓ ପରିମାଣ ନିର୍ଦ୍ଧାରଣ କରାଯାଏ ।[4]
ଚିକିତ୍ସାରେ ସାଧାରଣତଃ ଆମ୍ଫୋଟେରାଇସିନ୍ ବି ଦିଆଯାଏ ଏବଂ ଅସ୍ତ୍ରୋପଚାର କରି କ୍ଷତରେ ଥିବା ଆବର୍ଜନା ନିଷ୍କାସନ କରାଯାଏ | [1] ପ୍ରତିଷେଧ ନିମନ୍ତେ ଧୂଳିପୂର୍ଣ୍ଣ ଅଞ୍ଚଳରେ ଫେସ୍ ମାସ୍କ ପିନ୍ଧିବା, ଜଳ ନଷ୍ଟ କରୁଥିବା ଅଟ୍ଟାଳିକା ସହିତ ସମ୍ପର୍କକୁ ଏଡ଼ାଇବା ଏବଂ ବଗିଚା କିମ୍ବା କିଛି ବାହ୍ୟ କାର୍ଯ୍ୟ ସମୟରେ ଚର୍ମକୁ ମୃତ୍ତିକାର ସଂସ୍ପର୍ଶରେ ନ ଆସିବା ନିମନ୍ତେ ସୁରକ୍ଷା ଦେବା ଆବଶ୍ୟକ ହୁଏ ।[7] ଏହା ଦ୍ରୁତଗତିରେ ଅଗ୍ରଗତି କରିବାକୁ ଲାଗେ ଏବଂ ପ୍ରାୟ ଅର୍ଦ୍ଧେକ ସଂଖ୍ୟକ ସାଇନସ୍ ରୋଗରେ ଏବଂ ବ୍ୟାପକ ସଂକ୍ରମଣର ପ୍ରାୟ ସମସ୍ତ କ୍ଷେତ୍ରରେ ସାଂଘାତିକ ସାବ୍ୟସ୍ତ ହୁଏ |
ସାନ ଫ୍ରାନ୍ସିସ୍କୋରେ ପ୍ରତି ଏକ ନିୟୁତ ଲୋକଙ୍କ ମଧ୍ୟରେ ୨ ଜଣକୁ ପ୍ରଭାବିତ କରିପାରୁଥିବା ମ୍ୟୁକୋରମାଇକୋସିସ୍ ଏକ ବିରଳ ରୋଗ ଅଟେ | [1] ତଥାପି ଏହା ଭାରତରେ ପ୍ରାୟ ୮0 ଗୁଣ ଅଧିକ ହୁଏ । [10] ଅପରିପକ୍ୱ ଶିଶୁଙ୍କ ସମେତ ଯେ କୌଣସି ବୟସର ଲୋକମାନେ ଏହି ରୋଗଦ୍ୱାରା ପ୍ରଭାବିତ ହୋଇପାରନ୍ତି | [1] ମ୍ୟୁକୋରମାଇକୋସିସ୍ ରୋଗର ପ୍ରଥମ ବର୍ଣ୍ଣନା ଫ୍ରିଡ୍ରିକ କୁସେନମେଇସ୍ଟର (Friedrich Küchenmeister) ୧୮୫୫ ମସିହାରେ କରିଥିଲେ ।[11] ପ୍ରାକୃତିକ ବିପର୍ଯ୍ୟୟ ଯେପରିକି ୨୦୦୪ ଭାରତ ମହାସାଗରରେ ସୁନାମି ଏବଂ ୨୦୧୧ର ମିସୋରୀ ଘୂର୍ଣ୍ଣିବଳୟ ସମୟରେ ଏହି ରୋଗ ସାଧାରଣତଃ ଦେଖାଯାଏ | [12] କୋଭିଡ-୧୯ ମହାମାରୀ ସମୟରେ ଅନେକ କ୍ଷେତ୍ରରେ ଇମ୍ୟୁନୋସପ୍ରେସିଭ ଚିକିତ୍ସା ଗ୍ରହଣ କରୁଥିବା ଲୋକମାନେ ଏହି ରୋଗର ଶିକାର ହୋଇଥିବା ବିଷୟ ଡିସେମ୍ବର ୨୦୨୦ ମସିହାରେ ଭାରତରେ ରିପୋର୍ଟ ହୋଇଥିଲା [3]