![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/4/49/Amphotericin_B_new.svg/langor-640px-Amphotericin_B_new.svg.png&w=640&q=50)
ଆମ୍ଫୋଟେରିସିନ ବି
From Wikipedia, the free encyclopedia
ଆମ୍ଫୋଟେରିସିନ ବି (ଇଂରାଜୀ ଭାଷାରେ Amphotericin B) ଏକ କବକରୋଧୀ ଔଷଧ (antifungal medication) ଯାହା ସାଂଘାତିକ କବକ ସଂକ୍ରମଣ (fungal infection) ଓ ଲିସମାନିଆସିସ (leishmaniasis) ରୋଗମାନଙ୍କର ଚିକିତ୍ସା ନିମନ୍ତେ ଦିଆଯାଏ ।[1] ଆସପରଜିଲୋସିସ (aspergillosis), ବ୍ଲାସ୍ଟୋମାଇକୋସିସ (blastomycosis), କାଣ୍ଡିଡା ସଂକ୍ରମଣ (candida), କକସିଡିଓଇଡୋମାଇକୋସିସ (coccidioidomycosis) ଓ କ୍ରିପ୍ଟୋକକୋସିସ (cryptococcosis) ଇତ୍ୟାଦି କବକ ସଂକ୍ରମଣରେ ଏହି ଔଷଧ ଦିଆଯାଏ ।[2] କେତେକ ସଂକ୍ରମଣରେ ଏହା ସହିତ ଫ୍ଲୁସାଇଟୋସିନ (flucytosine) ଦିଆଯାଏ ।[3]ଏହା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[2]
![]() | |
![]() | |
Clinical data | |
---|---|
Trade names | Fungizone, Mysteclin-F, others |
AHFS/Drugs.com | monograph |
Pregnancy category |
|
Routes of administration | usually I.V. (slow infusion only) |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 100% (IV) |
Metabolism | kidney |
Elimination half-life | initial phase : 24 hours, second phase : approx. 15 days |
Excretion | 40% found in urine after single cumulated over several days biliar excretion also important |
Identifiers | |
IUPAC name
| |
CAS Number | |
PubChem CID | |
DrugBank |
|
ChemSpider |
|
KEGG |
|
ChEBI | |
ChEMBL | |
NIAID ChemDB | |
ECHA InfoCard | 100.014.311 ![]() |
Chemical and physical data | |
Formula | C47H73NO17 |
Molar mass | 924.091 |
3D model (JSmol) | |
Melting point | 170 °C (338 °F) |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱର, କମ୍ପ ଓ ମୁଣ୍ଡବଥା ଇତ୍ୟାଦି ଲକ୍ଷଣ ଔଷଧ ଦେବା ସଙ୍ଗେସଙ୍ଗେ ପ୍ରକାଶ ପାଏ ଓ ବୃକ୍କ ସମସ୍ୟା ମଧ୍ୟ ଦେଖାଯାଏ । ଆଲର୍ଜି ଓ ଆନାଫାଇଲାକ୍ସିସ ମଧ୍ୟ ଦେଖାଯାଇପାରେ ।[2] ଅନ୍ୟାନ୍ୟ ସାଂଘାତିକ ପ୍ରତିକ୍ରିୟା ହେଲେ ହାଇପୋକାଲେମିଆ ଓ ମାୟୋକାର୍ଡ଼ାଇଟିସ ଦେଖାଯାଏ ।[1] ଗର୍ଭାବସ୍ଥାରେ ଏହା ଅପେକ୍ଷାକୃତ ନିରାପଦ ଜଣାଯାଏ । ଏହି ଔଷଧର ଏକ ଲିପିଡ ଫର୍ମୁଲାରେ ଅଳ୍ପ ପ୍ରତିକ୍ରିୟା ଦେଖାଯାଏ ।[2] ଏହା ପଲିଇନ (polyene) ଶ୍ରେଣୀର ଔଷଧ ଯାହା କବକର କୋଷ ଆବରଣରେ (cell membrane) ବାଧା ସୃଷ୍ଟିକରେ ।[1][2]
ସନ ୧୯୫୫ରେ ପ୍ରଥମେ ସ୍ଟ୍ରେପ୍ଟୋମାଇସେସ ନୋଡୋସସରୁ (Streptomyces nodosus) ଆମ୍ଫୋଟେରିସିନ ବି ପ୍ରସ୍ତୁତ କରାଯାଇଥିଲା ।[4] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[5] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[2] ବିକାଶଶୀଳ ଦେଶମାନଙ୍କରେ ଏହାର ଏକ କୋର୍ଷର ମୂଲ୍ୟ ସନ ୨୦୧୦ରେ ୧୬୨ରୁ ୨୨୯ ଆମେରିକୀୟ ଡଲାର ଥିଲା ।[1]