From Wikipedia, the free encyclopedia
ମୋଲୁସ୍କମ କୋଣ୍ଟାଜିଓସମ ବା ଏମସି (Molluscum contagiosum or MC ଅନ୍ୟ ନାମ ୱାଟର ୱାର୍ଟ) ଏକ ଭୁତାଣୁ ସଂକ୍ରମଣ (viral infection) ଯାହା ଚର୍ମରେ (skin) ହୁଏ ଓ ଏକ ଛୋଟ ପିଙ୍କ ରଙ୍ଗର ଫୁଲା ଦେଖାଯାଏ ଯାହା ମଝିରେ ଏକ ଛୋଟ ଗାତ ଥାଏ ।[1] ବେଳେ ବେଳେ ଏହି ଗଲୁ କରେ ଓ ଘାଆ ମଧ୍ୟ ହୋଇପାରେ ।[1] ଏକକ ବା ଦଳଗତ ଭାବରେ ମଧ୍ୟ ରୋଗ ଦେଖାଯାଇପାରେ ।[1] ମୁଖ ମଣ୍ଡଳରେ ଏହା ସର୍ବାଧିକ ଦେଖାଯାଏ ଓ ଏହା ବ୍ୟତୀତ ଉଦର, ଗୋଡ଼, ବାହୁ, ବେକ, ଯୌନାଙ୍ଗମାନଙ୍କର ଚର୍ମରେ ଦେଖାଯାଏ ।[1] ସଂକ୍ରମଣର ପ୍ରାୟ ୭ ସପ୍ତାହ ପରେ ଏହା ଆରମ୍ଭ ହୁଏ ।[4] ସାଧାରଣତଃ ଏକ ବର୍ଷ ମଧ୍ୟରେ ଏହା ଉପଶମ ହୋଇଯାଏ ଓ କୌଣସି ସ୍କାର ଦାଗ (scarring) ଛାଡ଼ିଯାଏ ନାହିଁ ।[1]
ମୋଲୁସ୍କମ କୋଣ୍ଟାଜିଓସମ (Molluscum contagiosum) | |
---|---|
ୱାଟର ୱାର୍ଟସ (Water warts) | |
ବିଭାଗ | ଚର୍ମ ରୋଗ ବିଜ୍ଞାନ (Dermatology) |
ଲକ୍ଷଣ | ଛୋଟ ଆକାରର ପିଙ୍କ ରଙ୍ଗ ଥିବା ଚର୍ମ ବେମାରୀ ଯାହାର ମଧ୍ୟ ଭାଗରେ ଏକ କ୍ଷୁଦ୍ର ଗର୍ତ୍ତ ଥାଏ [1] |
ଆକ୍ରାନ୍ତ ସମୟ | ଏକରୁ ୧୦ ବର୍ଷ ବୟସ୍କ ପିଲାଙ୍କର ଏ ରୋଗ ହୁଏ ।[2] |
ଅବଧି | ୬ରୁ ୧୨ ମାସ, ୪ ବର୍ଷ ପର୍ଯ୍ୟନ୍ତ ରହିପାରେ । [1] |
କାରଣ | ମୋଲୁସ୍କମ କୋଣ୍ଟାଜିଓସମ ଭୁତାଣୁ (Molluscum contagiosum virus) ଯୋଗୁ ଓ ସଂସ୍ପର୍ଶରେ ତଥା ଅପମିଶ୍ରିତ ପଦାର୍ଥ ଯୋଗୁ ଏ ରୋଗ ହୁଏ ।[3] |
ବିପଦ କାରକ | ଇମ୍ମ୍ୟୁନୋଦମନ (Weak immune system), ଆଟୋପିକ ଡର୍ମାଟାଇଟିସ (atopic dermatitis), ଭିଡ଼ଯୁକ୍ତ ଜୀବନଯାପନ [2] |
ରୋଗ ନିର୍ଣ୍ଣୟ ପଦ୍ଧତି | ଦେଖାଯାଉଥିବା ମତେ ନିର୍ଣ୍ଣୟ କରାଯାଏ ।[4] |
ସଠିକ ରୋଗ ନିର୍ଣ୍ଣୟ | ୱାର୍ଟ (Warts), ହର୍ପିସ ସିମ୍ପ୍ଲେକ୍ସ (herpes simplex), ହାଡ଼ଫୁଟି (chickenpox), ଫୋଲିକ୍ୟୁଲାଇଟିସ (folliculitis)[5] |
ପ୍ରତିକାର | ହସ୍ତ ପ୍ରକ୍ଷାଳନ (Hand washing, ଯୁଗ୍ମ ବ୍ୟବହାର ନିଷିଦ୍ଧ ।[6] |
ଔଷଧ | ସାଇମେଟିଡିନ (Cimetidine), ପୋଡୋଫାଇଲୋଟକ୍ସିନ (podophyllotoxin)[7] |
ଚିକିତ୍ସା | ନାସ୍ତି, କ୍ରାୟୋଥେରାପି (freezing), ରୋଗ ସ୍ଥାନ ଖୋଲି କୋରିଦିଆଯାଏ, ଲେଜର ଥେରାପି (en:laser therapy)[7] |
ପୁନଃପୌନିକ | ୧୨୨ ନିୟୁତ/ ୧.୮% (୨୦୧୦)[8] |
ମୋଲୁସ୍କମ କୋଣ୍ଟାଜିଓସମ ରୋଗ ଏକ ପ୍ରକାର ପକ୍ସଭିରିଡି (poxvirus) ଭୁତାଣୁ ଯୋଗୁ ହୁଏ ଓ ଏହି ଭୁତାଣୁକୁ ମୋଲୁସ୍କମ କୋଣ୍ଟାଜିଓସମ ଭୁତାଣୁ (molluscum contagiosum virus ବା MCV) ମଧ୍ୟ କୁହାଯାଏ ।[1] ଯୌନ ସମ୍ପର୍କ (sexual activity) ଓ ସାଧାରଣ ସଂସ୍ପର୍ଶରେ ଆସିଲେ ଓ ପ୍ରଦୂଷିତ ପଦାର୍ଥ ବ୍ୟବହାର କରିବାଦ୍ୱାରା ଏହି ରୋଗ ବ୍ୟାପିଥାଏ ।[3] ନିଜ ଦେହର ବିଭିନ୍ନ ସ୍ଥାନକୁ ସ୍ୱୟଂ ରୋଗୀଦ୍ୱାରା ସଂକ୍ରମିତ ହୋଇଥାଏ ।[3] ବିଭିନ୍ନ ସଙ୍କଟଦାୟୀ କାରଣମାନଙ୍କ ନାମ ଦୁର୍ବଳ ଇମ୍ମ୍ୟୁନ ସିସ୍ଟମ (weak immune system), ଆଟୋପିକ ଡର୍ମାଟାଇଟିସ ଓ ସଂଖ୍ୟାଧିକ ଲୋକଙ୍କ ଏକତ୍ର ବାସ କରିବା ଯୋଗୁ ହୁଏ ।[2] ଏକ ସଂକ୍ରମଣ ପରେ ରୋଗୀ ପୁନଃସଂକ୍ରମିତ ହୋଇପାରେ । [9] ଏହି ରୋଗକୁ ଦେଖି ନିର୍ଣ୍ଣୟ କରାଯାଏ ।[4]
ପ୍ରତିଷେଧ ପାଳନରେ ହାତଧୁଆ (hand washing) ଓ ବ୍ୟକ୍ତଗତ ଜିନିଷ ନ ବାଣ୍ଟିବା ମୁଖ୍ୟ ସ୍ଥାନ ଅଧିକାର କରିଛି ।[6] ଏହି ଚର୍ମ ରୋଗର ଚିକିତ୍ସା ଏତେ ଆବଶ୍ୟକ ନହେଲେ ମଧ୍ୟ ଅସୁନ୍ଦର ଦେଖାଯିବାରୁ ଓ ବ୍ୟାପିବା ରୋକିବାକୁ ଅନେକ ରୋଗୀ ଏହାକୁ ବିଦାୟ କରିବାକୁ ଇଚ୍ଛୁକ ହୁଅନ୍ତି ।[7] କ୍ରାୟୋ ଥେରାପି (freezing) ସାହାଯ୍ୟରେ, ଅପରେଶନ କରି ଏହାକୁ କୋରି ବାହାର କରିଦେବା ଓ ଲେଜର ସାହାଯ୍ୟରେ ଏହାର ଚିକିତ୍ସା କରାଯାଇପାରେ ।[7] କୋରିବାଦ୍ୱାରା (Scraping) ସ୍କାର ବା କ୍ଷତ ଦାଗ ରହିଯାଏ ।[9] ପାଟିରେ ସାଇମେଟିଡିନ (cimetidine) ଓ ରୋଗ ଥିବା ସ୍ଥାନରେପୋଡୋଫାଇଲୋଟକ୍ସିନ (podophyllotoxin) କ୍ରିମ ବ୍ୟବହାର କରାଯାଏ ।[7]
ସାରା ପୃଥିବୀରେ ବାର୍ଷିକ ପ୍ରାୟ ୧୨୨ ନିୟୁତ (ଜନସଂଖ୍ୟାର ୧.୮%) ଲୋକ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[8] ଏକରୁ ଦଶ ବର୍ଷ ବୟସର ପିଲା ଅଧିକ ଆକ୍ରାନ୍ତ ହୁଅନ୍ତି । [2] ସନ ୧୯୬୬ ପରଠାରୁ ଏହି ରୋଗ ଯୁକ୍ତରାଷ୍ଟ୍ର ଆମେରିକାରେ ଅଧିକ ଦେଖାଯାଉଛି ।[2] ଏହି ରୋଗ ହେବାଯୋଗୁ କୌଣସି ପିଲାକୁ ଅନ୍ୟମାନଙ୍କ ସାଥୀରେ ମିଶିବାକୁ ନ ଦେବା ଅନୁଚିତ ।[10]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.