From Wikipedia, the free encyclopedia
ଭାତୁଡ଼ି (ଇରାଜୀ ଭାଷାରେ Warts) ଏକ ଛୋଟ, ଖଦଡ଼ା ଓ ଟାଣ ଅର୍ବୁଦ ସମ୍ପନ୍ନ ଚର୍ମ ରୋଗ ଯାହାର ରଙ୍ଗ ଅନ୍ୟାନ୍ୟ ସ୍ଥାନର ଚର୍ମ ରଙ୍ଗ ସହ ସମାନ ଥାଏ ।[1][3] ଏଥିରେ ଅନ୍ୟ କୌଣସି ଲକ୍ଷଣ ପ୍ରକାଶ ପାଏ ନାହିଁ; କେବଳ ପାଦ ତଳେ ହେଲେ କଷ୍ଟ ହୁଏ । [3] ସାଧାରଣ ଭାବରେ ହାତ ଓ ପାଦରେ ହେଉଥିଲେ ମଧ୍ୟ ଦେହର ଯେ କୌଣସି ସ୍ଥାନରେ ହୋଇପାରିବ । [1] ଏକ ବା ଏକାଧିକ ଭାତୁଡ଼ି ବାହାରିପାରେ । ଏହାର କର୍କଟ ରୋଗ ସହିତ ସମ୍ପର୍କ ନ ଥାଏ । [3]
ଭାତୁଡ଼ି | |
---|---|
verruca (ଭେରୁକା),[1] papillomas (ପାପିଲୋମା)[2] | |
ବିଭାଗ | ଚର୍ମରୋଗ ବିଜ୍ଞାନ (dermatology) |
ଲକ୍ଷଣ | କଷ୍ଟହୀନ ଛୋଟ ଚର୍ମ ଅର୍ବୁଦ । [1][3] |
ଅବଧି | ମାସ ବର୍ଷ ଧରି ହୁଏ । [1] |
କାରଣ | ମାନବ ପାପୋଲୋମା ଭୁତାଣୁ (human papillomavirus)[1] |
ବିପଦ କାରକ | ସାର୍ବଜନୀନ ସ୍ନାନାଗାର, ଏକଜିମା eczema[3] |
ସଠିକ ରୋଗ ନିର୍ଣ୍ଣୟ | କ୍ୟାଲସ (callus), ସେବୋରିକ ଡର୍ମାଟାଇଟିସ (seborrheic keratosis), ସ୍କ୍ୱାମସ ସେଲ କାର୍ସିନୋମା (squamous cell carcinoma)[4] |
ଚିକିତ୍ସା | ସାଲିସିଲିକ ଏସିଡ (salicylic acid), କ୍ରାୟୋଥେରାପି (cryotherapy)[1] |
ପୁନଃପୌନିକ | ଅତି ସାଧାରଣ .[2] |
ଏକ ପ୍ରକାର ମାନବ ପାପିଲୋମାଭୁତାଣୁ (human papillomavirus ବ HPV) ଏହି ରୋଗ ସଂକ୍ରମଣ କରନ୍ତି ।[1] ସାର୍ବଜନୀନ ସ୍ଥାନରେ ସ୍ନାନ କଲେ, ମାଂସ କଟା କାମ କଲେ, ଏକଜିମା (eczema) ଥଲେ ଓ ଇମ୍ମ୍ୟୁନିଟି କମ ଥିଲେ ଏହି ରୋଗ ସମ୍ଭାବନା ଅଧିକ ରହେ ।[1][3] ଚର୍ମରେ ସାମାନ୍ୟ ଆଘାତ ଥିବା ସ୍ଥାନରେ ଭୁତାଣୁ ପ୍ରବେଶ କରେ । [1] ଅନେକ ପ୍ରକାର ଭାତୁଡ଼ି ଦେଖାଯାଏ ଯେପରିକି: ସାଧାରଣ ଭାତୁଡ଼ି, ପାଦ ଭାତୁଡ଼ି (plantar warts), ଫିଲିଫର୍ମ ଭାତୁଡ଼ି ଓ ଯୌନାଙ୍ଗ ଭାତୁଡ଼ି (genital warts) ।[3] ଯୌନ କ୍ରୀଡ଼ା ସମୟରେ ଯୌନାଙ୍ଗ ଭାତୁଡ଼ି ସଞ୍ଚାରିତ ହୁଏ । [5]
ଅଧିକାଂଶ ଭାତୁଡ଼ି କିଛି ମାସ ବା କିଛି ବର୍ଷ ମଧ୍ୟରେ ଆପେ ଆପେ ମିଳେଇ ଯାଏ । ଭାତୁଡ଼ି ଉପରେ ସାଲିସିଲିକ ଏସିଡ (salicylic acid ) ଲଗେଇଲେ ଓ କ୍ରାୟୋଥେରାପି (cryotherapy)ରେ ଏହି ରୋଗ ମିଳେଇବା ସମୟ ଦୃତ ହୋଇଯାଏ । ଅନ୍ୟଥା ସୁସ୍ଥ ବ୍ୟକ୍ତିଙ୍କର ଭାତୁଡ଼ି ଯୋଗୁ କୌଣସି ସମସ୍ୟା ହୁଏନାହିଁ । [1] ଯୌନାଙ୍ଗ ଭାତୁଡ଼ି ନିମନ୍ତେ ଅଲଗା ଚିକିତ୍ସା କରାଯାଏ । [3]
ଭାତୁଡ଼ି ଏକ ସର୍ବସାଧାରଣ ରୋଗ, ଅଧିକାଂଶ ଲୋକଙ୍କ ଦେହରେ ଜୀବନରେ କେତେବେଳେ ନା କେତେବେଳେ ହୁଏ । [2] ଅଣଯୌନାଙ୍ଗ ଭାତୁଡ଼ି ପ୍ରାୟ ୧ରୁ ୧୩% ଲୋକଙ୍କର ଥାଏ । ଯୁବାବସ୍ଥାରେ ସାଧାରଣତଃ ଏହି ରୋଗ ହୁଏ ।[1] ସକ୍ରିୟ ଯୌନସମ୍ଭୋଗକାରୀ ମହିଳାଙ୍କର ଏହି ରୋଗ ହାର ପ୍ରାୟ ୧୨% । [5] ଅନ୍ୟୁନ ଖ୍ରୀ:ପୂ: ୪୦୦ ଶତାବ୍ଦୀରେ ହିପୋକ୍ରେଟ (Hippocrates) ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ । [4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.