![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/f/f1/Metronidazole.svg/langor-640px-Metronidazole.svg.png&w=640&q=50)
ମେଟ୍ରୋନିଡାଜୋଲ
From Wikipedia, the free encyclopedia
ମେଟ୍ରୋନିଡାଜୋଲ (ଏମଏନଜେଡ) ଔଷଧ ବଜାରରେ ଫ୍ଲାଜିଲ ନାମରେ ବିକ୍ରୟ ହୁଏ; ଏହା ଏକ ଆଣ୍ଟିବାୟୋଟିକ ଓ ଏକକୋଷୀ ଜୀବ ସମ୍ବନ୍ଧୀୟ ଔଷଧ । [1] ଏହାକୁ ଏକକ ବା ଏକତ୍ର ଭାବେ ଅନ୍ୟ ଆଣ୍ଟିବାୟୋଟିକ ସହିତ ମିଶେଇ ପେଲଭିକ ପ୍ରଦାହ ରୋଗ, ଏଣ୍ଡୋକାର୍ଡ଼ାଇଟିସ ଓ ଜୀବାଣୁ ଭାଜିନୋସିସ ଚିକିତ୍ସା ନିମନ୍ତେ ବ୍ୟବହାର ହୁଏ । ଡ୍ରାକୁନକୁଲିଆସିସ, ଜିଆଡିଆସିସ, ଟ୍ରାଇକୋମୋନିଆସିସ ଓ ଆମିବିଆସିସ ରୋଗମାନଙ୍କରେ କାର୍ଯ୍ୟକାରୀ ହୁଏ । [1]ସାମାନ୍ୟ ଓ ମଧ୍ୟମ ଧରଣର କ୍ଲସ୍ଟ୍ରିଡିଅମ ଡିଫିସିଲ କୋଲାଇଟିସ ରୋଗର ପ୍ରଥମ ଘଟଣା ନିମନ୍ତେ ଏହା ପସନ୍ଦୀୟ ଔଷଧ । [2] ଖାଇବା ନିମନ୍ତେ, କ୍ରିମ ଆକାରରେ ଓ ଶୀରା ମାଧମ ବ୍ୟବହାର ନିମନ୍ତେ ଏହି ଔଷଧ ମିଳେ । [1]
![]() | |
![]() | |
Clinical data | |
---|---|
Pronunciation | /mɛtrəˈnaɪdəzoʊl/ |
Trade names | Flagyl, |
AHFS/Drugs.com | monograph |
Pregnancy category |
|
Routes of administration | oral, topical, rectal, IV, vaginal |
ATC code | |
Legal status | |
Legal status |
|
Identifiers | |
IUPAC name
| |
CAS Number |
|
PubChem CID | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
NIAID ChemDB | |
ECHA InfoCard | 100.006.489 ![]() |
Chemical and physical data | |
Formula | C6H9N3O3 |
Molar mass | ୧୭୧.୧୬ g·mol−1 |
Melting point | 159 to 163 °C (318 to 325 °F) |
InChI
| |
![]() ![]() |
ଅଇ, ଏକ ଧାତବ ସ୍ୱାଦ, ଅରୁଚି ଓ ମୁଣ୍ଡବଥା ଇତ୍ୟାଦି ଲକ୍ଷଣ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଦର୍ଶାଏ । ବେଳେବେଳେ ବାତ (seizure) ଓ ଆଲର୍ଜି ହୁଏ । ଗର୍ଭର ପ୍ରଥମାବସ୍ଥାରେ ମେଟ୍ରୋନିଡାଜୋଲ ଦେବା ଉଚିତ ନୁହେଁ କିନ୍ତୁ ପରେ ଏହା ଅସୁବିଧା କରେ ନାହିଁ । ସ୍ତନ୍ୟପାନ କରାଉଥିଲେ ଏହା ବ୍ୟବହାର କରାଯାଏ ନାହିଁ । [1]
ଫ୍ରାନ୍ସରେ ସନ ୧୯୬୦ରେ ମେଟ୍ରୋନିଡାଜୋଲ ପ୍ରଥମେ ବଜାରରେ ବିକ୍ରି ହେଲା । [3] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [4] ପୃଥିବୀର ଅଧିକାଂଶ ସ୍ଥାନରେ ଏହା ମିଳେ । [5] ଏହା ଅତି ମୂଲ୍ୟବାନ ନୁହେଁ ଓ ଗୋଟିକୁ 0.0୧ରୁ 0.୧0 ଆମେରିକୀୟ ଡଲାର ମୂଲ୍ୟରେ ମିଳେ । [6][7] ଦଶ ଦିନର ଚିକିତ୍ସା ନିମନ୍ତେ ଏହାର ଖର୍ଚ୍ଚ ୨୬ ଅମେରିକୀୟ ଡଲାର । [1]