ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଅଭିନେତ୍ରୀ From Wikipedia, the free encyclopedia
ମିନତି ମିଶ୍ର (୧୪ ଅପ୍ରେଲ ୧୯୩୬ - ୦୬ ଜାନୁଆରୀ ୨୦୨୦) ଓଡ଼ିଆ କଥାଚିତ୍ର ଜଗତର ଜଣେ ଅଭିନେତ୍ରୀ, ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ ଥିଲେ । ଭାରତ ବାହାରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ । ୧୯୬୬ରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷା ଭାବେ ନିଯୁକ୍ତି ପାଇ, ୧୯୯୨ ପର୍ଯ୍ୟନ୍ତ ଚାକିରିରେ ରହି ଅନେକ ଛାତ୍ରଛାତ୍ରୀଙ୍କୁ ତାଲିମ ଦେଇଥିଲେ । ସେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ ମଧ୍ୟ ସ୍ନାତକ ଥିଲେ । ଆକାଶବାଣୀରେ "ଏ ଗ୍ରେଡ଼" ଡ୍ରାମା କଳାକାର ମଧ୍ୟ ଥିଲେ ।[1] ୨୦୧୨ ମସିହାରେ ସେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।
ମିନତି ମିଶ୍ର | |
---|---|
ଜନ୍ମ | |
ମୃତ୍ୟୁ | ୬ ଜାନୁଆରୀ ୨୦୨୦ ୮୩) ଜୁରିକ, ସୁଇଜରଲ୍ୟାଣ୍ଡ | (ବୟସ
ମୃତ୍ୟୁର କାରଣ | କର୍କଟ |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର ଓଡ଼ିଆ, ପି.ଏଚ.ଡ଼ି(ନୃତ୍ୟଶାସ୍ତ୍ର) |
ବୃତ୍ତି | ଓଡ଼ିଶୀ ନୃତ୍ୟଗୁରୁ |
ସକ୍ରିୟ ବର୍ଷ | ୧୯୬୩-୧୯୬୭ |
ପ୍ରସିଦ୍ଧି | ଓଡ଼ିଶୀ ନୃତ୍ୟଶିଳ୍ପୀ, ଓଡ଼ିଆ କଥାଚିତ୍ର ଅଭିନେତ୍ରୀ |
ବୈବାହିକ-ସାଥୀ | ନିତ୍ୟାନନ୍ଦ ମିଶ୍ର |
ସନ୍ତାନ | ସବିତାଭ ମିଶ୍ର |
ପିତାମାତା | ବସନ୍ତ କୁମାର ଦାସ ବସନ୍ତ କୁମାରୀ ଦେବୀ |
ମିନତି, ୧୯୩୬ ମସିହାରେ କଟକରେ ଜନ୍ମ ଗ୍ରହଣ କରିଥିଲେ । ପିତାଙ୍କ ଥିଲା ବସନ୍ତ କୁମାର ଦାସ ଓ ମାତାଙ୍କ ନାମ ବସନ୍ତ କୁମାରୀ ଦେବୀ । ସମ୍ପର୍କୀୟ ବଡ଼ବାପା କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କଠାରୁ ଓ ପଡ଼ିଶା ଘରେ ରହୁଥିବା ଗୁରୁ ଦେବ ପ୍ରସାଦ ଦାସଙ୍କଠାରୁ ୧୯୪୮ରେ ପ୍ରଥମେ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ । ପରେ ଦୁର୍ଲଭ ଚନ୍ଦ୍ର ସିଂହ ଓ ଯୁଧିଷ୍ଟିର ମହପାତ୍ରଙ୍କଠାରୁ ମଧ୍ୟ ନୃତ୍ୟ ଶିକ୍ଷା କରିଥିଲେ । ପଚାଶ ଦଶକରେ ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ଏକ ଗୀତିନାଟ୍ୟ 'ଷଡ଼ଋତୁ' ପାଇଁ ନାଚ ଶିଖିଥିଲେ । ସେହି ସମୟରେ କେଳୁଚରଣଙ୍କର ପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ନୃତ୍ୟ ଦେଖି ଆକୃଷ୍ଟ ହେଇଥିଲେ ଓ କେଳୁଚରଣଙ୍କଠାରୁ ନାଚ ଶିଖିବା ଆରମ୍ଭ କରିଥିଲେ । ପରେ ଗୁରୁ ପଙ୍କଜ ଚରଣ ଦାସଙ୍କଠାରୁ ଓଡ଼ିଶୀ ଶିଖିଥିଲେ । ସେ ଓଡ଼ିଶୀ ନୃତ୍ୟର ତିନି ମୁଖ୍ୟ ଗୁରୁଙ୍କଠାରୁ ସେମାନଙ୍କ ଶୈଳୀରେ ଓଡ଼ିଶୀ ନୃତ୍ୟ ଶିଖିଥିଲେ । ପରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ ପରେ ୧୯୫୪ମସିହାରେ ସେ ଓଡ଼ିଶା ସରକାରଙ୍କଠାରୁ ବୃତ୍ତି ପାଇ, ତତ୍କାଳୀନ ମାଡ୍ରାସରେ ଥିବା ମୀନାକ୍ଷୀ ସୁନ୍ଦରମ ପିଲାଇଙ୍କଠାରୁ କଳାକ୍ଷେତ୍ରରେ ଭରତନାଟ୍ୟମ ନୃତ୍ୟ ଶିକ୍ଷା କରିଥିଲେ । ରୁକ୍ମିଣୀ ଅରୁଣ୍ଡଳେ, କୁଟ୍ଟୀ ସାରଦା ଓ ପେରିଆ ସାରଦାଙ୍କଠାରୁ ମଧ୍ୟ ସେ ନୃତ୍ୟଶିକ୍ଷା କରିଥିଲେ ।[2] ୧୯୫୫ ମସିହାରେ ସେ "ଇଣ୍ଡିଆନ ଇନଷ୍ଟିଉଟ ଅଫ ଆର୍ଟସ"ରେ ଯୋଗ ଦେଇଥିଲେ । ୧୯୫୯ରୁ ୧୯୬୩ ମଧ୍ୟରେ ସେ ଦେଶବିଦେଶରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି, ଏହାକୁ ଜନପ୍ରିୟ କରେଇଥିଲେ । ଓଡ଼ିଶୀ ନୃତ୍ୟରେ ପୂର୍ଣ୍ଣ ଚଉକର ଶୁଦ୍ଧତା ତାଙ୍କ ନୃତ୍ୟର ଏକ ବିଶେଷତା ଥିଲା ।
୧୯୬୩ ମସିହାରେ ସୂର୍ଯ୍ୟମୁଖୀ କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ମୀନତି, ୫ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି ।
କଥାଚିତ୍ର | ମୁକ୍ତିଲାଭ ବର୍ଷ | ନିର୍ଦ୍ଦେଶକ |
---|---|---|
ଅରୁନ୍ଧତୀ | ୧୯୬୭ | ପ୍ରଫୁଲ୍ଲ ସେନଗୁପ୍ତା |
ଭାଇ ଭାଉଜ | ୧୯୬୭ | ସାରଥୀ |
ସାଧନା | ୧୯୬୪ | ପ୍ରଭାତ ମୂଖାର୍ଜୀ |
ଜୀବନସାଥୀ | ୧୯୬୩ | ପ୍ରଭାତ ମୂଖାର୍ଜୀ |
ସୂର୍ଯ୍ୟମୁଖୀ | ୧୯୬୩ | ପ୍ରଫୁଲ୍ଲ ସେନଗୁପ୍ତା |
ନିର୍ଜନ ସୈକତେ | ୧୯୬୩ର ବଙ୍ଗଳା ଚଳଚ୍ଚିତ୍ର | ତପନ ସିଂହା |
୨୦୨୦ ମସିହା ଜାନୁଆରୀ ୦୬ ତାରିଖରେ ସୁଇଜରଲ୍ୟାଣ୍ଡରେ ମିନତିଙ୍କର ପରଲୋକ ଘଟିଥିଲା ।[9]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.