ଏକ ପ୍ରକାର ରକ୍ତ କର୍କଟ ରୋଗ From Wikipedia, the free encyclopedia
ମଲ୍ଟିପ୍ଲ ମାୟେଲୋମା (ଇଂରାଜୀ ଭାଷାରେ Multiple myeloma, ବା plasma cell myeloma), ଏକ କର୍କଟ ରୋଗ ଯାହା ଆଣ୍ଟିବଡି (antibodies) ପ୍ରସ୍ତୁତ କରୁଥିବା ଶ୍ୱେତ ରକ୍ତକଣିକା (white blood cell) ଦଳର ପ୍ଲାଜମା ସେଲକୁ (plasma cell) ଆକ୍ରମଣ କରେ ।[1] ଆରମ୍ଭରୁ କୌଣସି ଲକ୍ଷଣ ନ ଥାଏ । ଅଗ୍ରଗତି ହୋଇଗଲେ ହାଡ଼ ଯନ୍ତ୍ରଣା (bone pain), ରକ୍ତସ୍ରାବ ଓ ଆନିମିଆ ଲକ୍ଷଣମାନ ପ୍ରକାଶ ପାଏ ।[2] ରୋଗ ଜଟିଳ ହେଲେ ଆମିଲଏଡୋସିସ (amyloidosis) ରୋଗ ହୁଏ ।[3]
ମଲ୍ଟିପ୍ଲ ମାୟେଲୋମା | |
---|---|
ଇଂରାଜୀ ପ୍ରତିଶବ୍ଦ - Plasma cell myeloma, myelomatosis, or Kahler's disease | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | ରକ୍ତ ବିଜ୍ଞାନ (Hematology) ଓ କର୍କଟ ରୋଗ ବିଜ୍ଞାନ (oncology) |
ଆଇସିଡ଼ି-୧୦ | C90.0 |
ଆଇସିଡ଼ି-୯-ସିଏମ୍ | 203.0 |
ଆଇସିଡ଼ି-ଓ | ଛାଞ୍ଚ:ICDO |
ଓଏମ୍ଆଇଏମ୍ | 254500 |
ରୋଗ ଡାଟାବେସ | 8628 |
ମେଡ଼ିସିନ-ପ୍ଲସ | 000583 |
ଇ-ମେଡ଼ିସିନ | med/1521 |
Patient UK | ମଲ୍ଟିପ୍ଲ ମାୟେଲୋମା |
MeSH | D009101 |
ମଲ୍ଟିପ୍ଲ ମାୟେଲୋମା ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[4] ମଦ୍ୟପାନ ଓ ମୋଟାପଣ ଏହି ରୋଗର ସଙ୍କଟ କାରକ ।[5] ଏ ରୋଗର ଅନ୍ତର୍ନିହିତ କାର୍ଯ୍ୟବିଧିରୁ ଜଣାଯାଏ ଯେ ଏ ରୋଗର ଅସାଧାରଣ ପ୍ଲାଜମା ସେଲ ଏକ ପ୍ରକାର ଅସାଧାରଣ ଆଣ୍ଟିବଡି ମାୟେଲୋମା ପ୍ରୋଟିନ ତିଆରି କରନ୍ତି ଯାହା ବୃକ୍କ ସମସ୍ୟା ଓ ଗାଢ଼ ରକ୍ତ (overly thick blood|) ତିଆରି କରେ । ଅସ୍ଥି ମଜ୍ଜାରେ ବା କୋମଳ ତନ୍ତୁରେ ଏହି ପ୍ଲାଜମା ସେଲ ଏକ ଗୋଟାଳି (mass) ତିଆରି କରିପାରନ୍ତି । ଗୋଟିଏ ଗୋଟାଳି ଥିଲେ ତାହାକୁ ପ୍ଲାଜମାସାଇଟୋମା (plasmacytoma) କୁହାଯାଏ ଓ ଏକାଧିକ ଥିଲେ ମଲ୍ଟିପ୍ଲ ମାୟେଲୋମା କୁହାଯାଏ ।[2] ପରିସ୍ରା ବା ରକ୍ତ ପରୀକ୍ଷାରେ ଅସାଧାରଣ ଆଣ୍ଟିବଡି ମିଳିଲେ, ଅସ୍ଥିମଜ୍ଜା ବାୟୋପ୍ସିରେ (bone marrow biopsy) କର୍କଟ ପ୍ଲାଜମା ସେଲ ମିଳିଲେ ଓ ମେଡିକାଲ ଇମେଜିଙ୍ଗ (medical imaging) ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ । ଏ ରୋଗରେ ହାଇପରକ୍ୟାଲସେମିଆ ବା ରକ୍ତ କ୍ୟାଲସିଅମ (high blood calcium levels) ମାତ୍ରା ଅଧିକ ଥାଏ ।[1]
ମଲ୍ଟିପ୍ଲ ମାୟେଲୋମା ରୋଗ ଚିକିତ୍ସାଯୋଗ୍ୟ କିନ୍ତୁ ଆରୋଗ୍ୟଯୋଗ୍ୟ ନୁହେଁ ।[3] ଗ୍ଲୁକୋକର୍ଟିକଏଡ (steroids), କେମୋଥେରାପି (chemotherapy, ଥାଲିଡୋମାଇଡ (thalidomide) ବା ଲେନାଲିଡୋମାଇଡ (lenalidomide), ଓ ସ୍ଟେମ ସେଲ ଟ୍ରାନ୍ସପ୍ଲାଣ୍ଟ (stem cell transplant) ଆଦି ଚିକିତ୍ସାରେ ଏହି ରୋଗ ଉପଶମ ହୁଏ ।[3] ଅସ୍ଥି ବିକୃତି (lesion) ଜନିତ ଯନ୍ତ୍ରଣା ନିମନ୍ତେ ବେଳେବେଳେ ବାଇଫସଫୋନେଟ (Bisphosphonates) ଓ ରାଡିଏସନ ଥେରାପି (radiation therapy) ବ୍ୟବହାର କରାଯାଏ ।[1][3]
ମଲ୍ଟିପ୍ଲ ମାୟେଲୋମା ରୋଗ ଯୋଗୁ ସନ ୨୦୧୩ରେ ୪୨୭,୦୦୦ ଲୋକ ପୀଡ଼ିତ ହୋଇ ୭୯,୦୦୦ ଲୋକ ମୃତ୍ୟୁ ବରଣ କରିଥିଲେ ।[6][7] ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତି ୧୦୦,୦୦୦ଲୋକରେ ୬.୫ ଲୋକଙ୍କୁ ଜୀବନର ଯେ କୌଣସି ସମୟରେ ଏହି ରୋଗ ହୁଏ ।[8] ପ୍ରାୟ ୬୧ ବର୍ଷ ବୟସ ପାଖାପାଖି ଏହି ରୋଗ ହୁଏ ଓ ସାଧାରଣତଃ ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ଅଧିକ ହୁଏ ।[1] ଚିକିତ୍ସିତ ନ ହେଲେ ପ୍ରାୟ ୭ମାସ ବଞ୍ଚନ୍ତି । ଚଳନ୍ତି ଚିକିତ୍ସାରେ ପ୍ରାୟ ୪-୫ ବର୍ଷ ବଞ୍ଚିବା ସମ୍ଭବ ।[3] ଏହି ୫ ବର୍ଷ ବଞ୍ଚିବା ହାର ପ୍ରାୟ ୪୯% ।[8] ଗ୍ରୀକ ଭାଷାରେ ମାୟେଲୋ (myelo-) ଶବ୍ଦର ଅର୍ଥ ମଜ୍ଜା ("marrow") ଓ ଓମା (-oma) ଶବ୍ଦର ଅର୍ଥ ଅର୍ବୁଦ ("tumor") ।[9]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.