From Wikipedia, the free encyclopedia
ମଥୁରା ପେଡ଼ା ଏକ ଉତ୍ତର ଭାରତୀୟ ମିଠା ଦ୍ରବ୍ୟ ଯାହା ମଥୁରାରୁ ବିଶେଷ କରି ପ୍ରସ୍ତୁତ ହୋଇଥାଏ ଏବଂ ଚିହ୍ନା ପଡ଼ିଥାଏ । ସାଧାରଣତଃ ଉତ୍ତର ଭାରତରେ ମିଠା ମାବା ବା ଖୁଆରୁ ତିଆରି ହୋଇଥାଏ । ଏହି ମିଠା ଭାରତୀୟ ଭୌଗଳିକ ସଂକେତ ଭାବେ ପଂଜିକୃତ ହୋଇଛି ।[1]
ମଥୁରା କୃଷ୍ଣଙ୍କର ଜନ୍ମଭୂମି ବିଶ୍ୱାସ କରାଯାଉଥିବାରୁ କୃଷ୍ଣଙ୍କୁ ଭୋଗ ଭାବେ ପେଡ଼ା ଅର୍ପଣ କରାଯାଏ । [2] ଏକା ସଙ୍ଗେ ମାବା, ଖିର, ଚିନି, ଏବଂ ଘିଅ ଦେଇ ରନ୍ଧନ କରାଯାଏ ଏବଂ ସ୍ୱାଦପାଇଁ କେଶର ଗୁଣ୍ଡ ଦିଆଯାଏ । ଭାରତରେ ଜନ୍ମାଷ୍ଟମୀ ଛୁଟିଦିନ ପେଡ଼ା ବିନା ଅସମ୍ପୁର୍ଣ୍ଣ ମନେହୁଏ । କୃଷ୍ଣଭକ୍ତ ମାନସିକଧାରୀ ଉପବାସ ଭଂଗ ପାଇଁ ଉପବାସ ପରେ ପେଡ଼ା ଗ୍ରହଣ କରନ୍ତି ।[3]
ଏକ ଋଢିପଦ ଭାବେ ବ୍ୟବହୃତ ହୁଏ ଯଥା ମଥୁରାର ପେଡ଼ା ଆଉ ଛତିଶଗଡ଼ର ଖେଡ଼ା । ଅର୍ଥାତ ଯେପରି ମଥୁରାର ପେଡ଼ା ପ୍ରସିଦ୍ଧ ସେପରି ଛତିଶଗଡ଼ର ଛୋଟ ଗାଁ ସେମିତି ପ୍ରସିଦ୍ଧ ।[4] ମଥୁରା ପେଡ଼ା ଏକ ବ୍ରାଣ୍ଡ ନାମ ଭାବେ ଦେଶରେ ପରିଚିତ ।[5] ମଥୁରାକୁ ବୁଲି ଆସୁଥିବା ପର୍ଯ୍ୟଟକଙ୍କପାଇଁ ସ୍ୱତନ୍ତ୍ର ପେଡ଼ା ତିଆରି ହୋଇ ବିକ୍ରୀ କରାଯାଏ । ମଥୁରାକୁ ବୁଲି ଆସିବାର ଏହା ମଧ୍ୟ ଏକ କାରଣ ହୋଇପାରେ ।[6] ଭାରତର ପ୍ରାୟ ସମସ୍ତ ହିନ୍ଦୁ ଧାର୍ମିକ ସ୍ଥଳରେ ମିଳିଥାଏ । [7]
ଗୁଗୁଲ ଅାଣ୍ଡ୍ରଏଡ଼ ବୈଶିଷ୍ଟ୍ୟର ଏକ ନୂଆ ସଂସ୍କରଣ ନାମକରଣ ବେଳେ ଭାରତୀୟ ମିଠାର ଏକ ବଛା ତାଲିକାରେ ପେଡ଼ା ସ୍ଥାନ ପାଇଥିଲା । ଏହି ପ୍ରସ୍ଥାବ ୨୦୧୮ ପର୍ଯ୍ୟନ୍ତ ଘୁଂଚେଇଦିଆଯାଇଛି । [10]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.