ଓଡ଼ିଆ କଥାଚିତ୍ର ଅଭିନେତ୍ରୀ From Wikipedia, the free encyclopedia
ଭୂମିକା ଦାଶ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ୨୦୧୩ ମସିହାରେ ଓଡ଼ିଆ କଥାଚିତ୍ର ରୁମ୍କୁ ଝୁମାନା ଚଳଚ୍ଚିତ୍ରରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ । ଏହା ପରେ ସେ ଗପ ହେଲେ ବି ସତ ଚଳଚ୍ଚିତ୍ରରେ ମଧ୍ୟ ଜନେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ । ୨୦୧୭ ମସିହାରେ ଭୂମିକା ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ତରଙ୍ଗ ସିନେ ପ୍ରଡକ୍ସନ୍ର ୭ମ ଚଳଚ୍ଚିତ୍ର ତୁ ମୋ ଲଭ୍ ଷ୍ଟୋରୀ ଚଳଚ୍ଚିତ୍ରରେ ସେ ପ୍ରଥମ ଥର ପାଇଁ ନାୟିକା ଭାବରେ ଅଭିନୟ କରିଥିଲେ ।[1][2] ଭୂମିକା ଓଡ଼ିଶୀ ନୃତ୍ୟ ଶିକ୍ଷା କରିଛନ୍ତି ।[3]
ଭୂମିକା ୨୦୦୩ ଜାନୁଆରୀ ୨୨ତାରିଖରେ ଜନ୍ମଗ୍ରହଣ କରିଥିଲେ ।[4] ଏବେ ଦଶମ ଶ୍ରେଣୀରେ ପାଠ ପଢ଼ୁଛନ୍ତି । ସେ ମୁଖ୍ୟ ନାୟିକା ଭାବରେ ଦୁଇଟି ଚଳଚ୍ଚିତ୍ର କରିସାରିବା ପରେ ଦଶମ ବୋର୍ଡ଼ ପରୀକ୍ଷା ପାଇଁ କିଛିଦିନ ପାଇଁ ଚଳଚ୍ଚିତ୍ର ଜଗତରୁ ବିରତି ନେଇଥିଲେ ।[5][6]
ଭୂମିକା, ୨୦୧୩ ମସିହାରେ ଓଡ଼ିଆ କଥାଚିତ୍ର ରୁମ୍କୁ ଝୁମାନା ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[7][8] ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ତାପସ ସରଘରିଆ ।[9][10] ଏହି ଚଳଚ୍ଚିତ୍ରରେ ଭୂମିକାଙ୍କ ସହ ହରିହରି ମହାପାତ୍ର, ମିହିର ଦାସ, ହର ପଟ୍ଟନାୟକ, ପ୍ରିୟା ଚୌଧୁରୀ ପ୍ରମୁଖ ଅଭିନୟ କରିଥିଲେ । ଏହା ପରେ ତରଙ୍ଗ ସିନେ ପ୍ରଡକ୍ସନ୍ର ଚଳଚ୍ଚିତ୍ର ଗପ ହେଲେ ବି ସତ ଚଳଚ୍ଚିତ୍ରରେ ଏକ ଶିଶୁ କଳାକାର ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ଭୂମିକାଙ୍କୁ ୫ମ ତରଙ୍ଗ ସିନେ ଆୱାର୍ଡ଼ରେ ଶ୍ରେଷ୍ଠ ଶିଶୁ କଳାକାର ପୁରସ୍କାର ମିଳିଥିଲା ।[11]
୨୦୧୭ ମସିହାରେ ଭୂମିକା ନବମ ଶ୍ରେଣୀରେ ପଢୁଥିବା ବେଳେ ତରଙ୍ଗ ସିନେ ପ୍ରଡକ୍ସନ୍ର ୭ମ ଚଳଚ୍ଚିତ୍ର ତୁ ମୋ ଲଭ୍ ଷ୍ଟୋରୀରେ ନାୟିକା ଭାବରେ ଅଭିନୟ କରିଥିଲେ ।[12] ଏହି ଚଳଚ୍ଚିତ୍ରରେ ଭୂମିକାଙ୍କ ସହ ନାୟକ ଭାବରେ ସ୍ୱରାଜ ବାରିକ ଅଭିନୟ କରିଥିଲେ ।[13][5] ସ୍ୱରାଜ ମଧ୍ୟ ଜଣେ ଶିଶୁ କଳାକାର ଭାରେ ପୂର୍ବରୁ ଅନେକ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିରେ ମିହିର ଦାସ, ପ୍ରଜ୍ଞା ଖଟୁଆ, ମନୋଜ ମିଶ୍ର, ଦେବାଶିଷ ପାତ୍ର, ଚୈଧୁରୀ ବିକାଶ ଦାସ, ପୃଥିରାଜ ନାୟକ ପ୍ରମୁଖ ଅଭିନେତା ଅଭିନୟ କରିଥିଲେ ।[14] ଏହି ଚଳଚ୍ଚିତ୍ରଟି ସଫଳ ହୋଇଥିଲା । ଚଳଚ୍ଚିତ୍ର ପତ୍ରିକା "ଚଳଚ୍ଚିତ୍ର ଜଗତ"ର ପ୍ରତିଭା ସମ୍ମାନ ଉତ୍ସବରେ ଏହି ଚଳଚ୍ଚିତ୍ର ପାଇଁ ଭୂମିକାଙ୍କୁ ଶ୍ରେଷ୍ଠ ନବାଗତା ଅଭିନେତ୍ରୀ ପୁରସ୍କାର ମିଳିଥିଲା ।[15]
୨୦୧୭ ଦୂର୍ଗାପୂଜା ସମୟରେ ମୁକ୍ତିଲାଭ କରିଥିବା କଥାଚିତ୍ର ହିରୋ ନଂ ୱାନ୍ରେ ଭୂମିକା ନାୟକ ବାବୁଶାନ୍ଙ୍କ ସହ ଅଭିନୟ କରିଥିଲେ ।[16][17][18][19][20] ଏଥିରେ ସେ ଜଣେ ମହିଳା ସମ୍ବାଦଦାତା ଭାବରେ ଅଭିନୟ କରିଥିଲେ ।[21] ତାପସ ସରଘରିଆ ପୁଣିଥରେ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[22][23] ଏହି କଥାଚିତ୍ରଟିରେ ମିହିର ଦାସ, କୁନା ତ୍ରିପାଠୀ, ପିଣ୍ଟୁ ନନ୍ଦ, ଦୀପକ ମିଶ୍ର, ଅସୀତ ପତି, ପୁଷ୍ପା ପଣ୍ଡା, ପ୍ରଦ୍ୟୁମ୍ନ ଲେଙ୍କା ଆଦି କଳାକାରମାନେ ଅଭିନୟ କରିଥିଲେ ।[24][25]
ବର୍ଷ | ଚଳଚ୍ଚିତ୍ର | ମନ୍ତବ୍ୟ |
---|---|---|
୨୦୧୩ | ରୁମ୍କୁ ଝୁମାନା | ଶିଶୁ କଳାକାର ଭାବରେ ପ୍ରଥମ ଅଭିନୟ ଆରମ୍ଭ |
୨୦୧୫ | ଗପ ହେଲେ ବି ସତ | ବର୍ଷା |
୨୦୧୭ | ତୁ ମୋ ଲଭ୍ ଷ୍ଟୋରୀ | ନାୟିକା ଭାବରେ ପ୍ରଥମ ଅଭିନୟ |
ହିରୋ ନଂ ୱାନ୍ | ୨ୟ କଥାଚିତ୍ର | |
୨୦୧୮ | ଶ୍ରୀମାନ ସୁରଦାସ | |
୨୦୧୯ | ନାୟକର ନାଁ ଦେବଦାସ | |
ତୁ ମୋ ଲଭ୍ ଷ୍ଟୋରୀ ୨[26] | ||
୨୦୨୧ | ଚକ୍ଷୁବନ୍ଧନ[27] | |
୨୦୨୧ | ମନ ମୋ ନେଇଗଲୁ ରେ[26] |
୨୦୧୪: ୫ମ ତରଙ୍ଗ ସିନେ ଆୱାର୍ଡ଼- ଶ୍ରେଷ୍ଠ ଶିଶୁ କଳାକାର[11]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.