ଓଡ଼ିଆ ଅଭିନେତା, ଉପସ୍ଥାପକ From Wikipedia, the free encyclopedia
କୁନା ତ୍ରିପାଠୀ (ଜନ୍ମନାମ: ସତ୍ୟବ୍ରତ ତ୍ରିପାଠୀ), ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତା ।[୧] ସେ ଅଭିନୟ ବ୍ୟତୀତ ନିର୍ବାଚନ ବେଳେ ପ୍ରଚାର[୨] ଏବଂ ଦୂରଦର୍ଶନରେ ଉପସ୍ଥାପକ ଭାବରେ କାର୍ଯ୍ୟ କରୁଛନ୍ତି । ଏତଦ ବ୍ୟତୀତ ସେ ହାସ୍ୟାତ୍ମକ କବିତା, ଓଡ଼ିଆ ସାହିତ୍ୟ କବିତା, ଗପ ଆଦି ରଚନା ମଧ୍ୟ କରନ୍ତି ।[୩] ମାଆ ଗୋଜବାୟାଣୀ ଚଳଚ୍ଚିତ୍ରରୁ ଅଭିନୟ ଆରମ୍ଭ କରିଥିବା କୁନା ଖଳନାୟକ, ସହକାରୀ ଅଭିନେତା, ହାସ୍ୟ ଅଭିନେତା ଭଳି ଭୂମିକାରେ ଅଭିନୟ କରିଛନ୍ତି । କୁନା ତ୍ରିପାଠୀ ଓ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ନ୍ୟୁଜ୍ ଫ୍ୟୁଜ୍ରେ ଉପସ୍ଥାପକ ଭାବରେ ୨୦୦୭ରୁ କାର୍ଯ୍ୟ କରି ଆସୁଥିଲେ ।[୪] ୨୦୧୮ ମସିହା ମଇ ମାସରେ କୁନା "ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ"ର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଛନ୍ତି ।[୫]
କୁନା ତ୍ରିପାଠୀ ପ୍ରଥମେ ଜଣେ ଖଳନାୟକ ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହାପରେ ସେ ସହକାରୀ ଅଭିନେତା ଏବଂ ହାସ୍ୟ ଅଭିନେତା ଭାବରେ ମଧ୍ୟ କିଛି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଓଡ଼ିଆ ଦୂରଦର୍ଶନରେ ମଧ୍ୟ କଛି ଧାରାବାହିକରେ ସେ ଅଭିନୟ କରିଥିଲେ । ଓ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ନ୍ୟୁଜ୍ ଫ୍ୟୁଜ୍ରେ ଉପସ୍ଥାପକ ଭାବରେ ସେ ୨୦୦୭ରୁ କାର୍ଯ୍ୟ କରି ଆସୁଥିଲେ ।
ବର୍ଷ | ଚଳଚ୍ଚିତ୍ର | ଭୂମିକା |
---|---|---|
୧୯୯୯ | ପୁଅ ଭାଙ୍ଗିଦେଲା ସୁନା ସଂସାର | ସତ୍ୟବ୍ରତ ତ୍ରିପାଠୀ |
ମା ଗୋଜବାୟାଣୀ | ତାନ୍ତ୍ରିକ | |
ଲାଟ୍ ସାହେବ | ||
ରକତ ଚିହ୍ନିବ ନିଜର କିଏ | ନାଗ ମଣି | |
୨୦୦୦ | ବାବୁ ପର୍ଶୁରାମ | ସେଟ୍ ଯୋଜାଡ଼ିଆ |
୨୦୦୨ | ରହିଚି ରହିବି ତୋରି ପାଇଁ | ଅଭିଜିତ |
ସମୟ ଚକରେ ସଂସାର ରଥ | ଦିବାକର ମହାପାତ୍ର | |
୨୦୦୩ | ନାରୀ ଆଖିରେ ନିଆଁ | |
୨୦୦୫ | ତୁ ମୋ ଆଖିର ତାରା | ପିୟୁସ୍ |
ଓ ମାଇଁ ଲଭ୍ | ସଂଗ୍ରାମ | |
ଧର୍ମର ହେବ ଜୟ | ଶ୍ରୀଖଣ୍ଡି ପଟ୍ଟନାୟକ | |
ତୋତେ ମୋ ରାଣ | ସାମନ୍ତରାୟ | |
୨୦୦୬ | ତୁ ଏକା ଆମ ସାହା ଭରଷା | ବିନୋଦ |
ଶାଶୁ ଘର ଚାଲିଯିବି | ରଘୁନାଥ | |
୨୦୦୭ | ବନ୍ଧୁତା | |
ତୋ ପାଇଁ ନେବି ମୁଁ ଶହେ ଜନମ | ଆନନ୍ଦ | |
କାଳୀଶଙ୍କର | ଗୀଟୁ | |
ଲାଲ ଟୁକୁ ଟୁକୁ ସାଧବ ବୋହୂ | ବଜରଙ୍ଗ ବାବା | |
୨୦୦୮ | ସତ୍ୟମେବ ଜୟତେ | ଚକ୍ରଧର ସ୍ୱାଇଁ |
୨୦୦୯ | ଧୀରେ ଧୀରେ ପ୍ରେମ ହେଲା | ଶଙ୍କର ସଉରା |
ଲଭ୍ ଡଟ୍ କମ୍ | ରାଣା ପ୍ରତାପ ରାଇସିଂଘ | |
୨୦୧୦ | ଦିଲ୍ ତତେ ଦେଇଚି | |
ତତେ ଭଲ ପାଉଚି ବୋଲି | ||
ମେଘ ସବାରୀରେ ଆସିବ ଫେରି | ରାଜା | |
୨୦୧୧ | ଦୋସ୍ତି | ଲିସାର ବାପା |
ଚୋରି ଚୋରି ମନ ଚୋରି | ||
ଆଇନ କାନୁନ | ||
୨୦୧୨ | ଥୁକୁଲ | ଆକ୍ରମ ଭାଇ |
୨୦୧୩ | ତୁ ମୋ ସୁନା ତୁ ମୋ ହୀରା | ପ୍ରିୟାର ବାପା |
ହାତ ଧରି ଚାଲୁଥା | ଦୁସ୍ମନ୍ତ କୁମାର | |
ଓମ୍ ସାଇ ସଲାମ | ||
ମିତ ବସିଚି ମୁଁ ଭୂତ ସାଥୀରେ | ରାଜୁର ବାପା | |
କେହି ଜଣେ ଭଲ ଲାଗେରେ | ପ୍ରିନ୍ସର ବାପା | |
୨୦୧୪ | ତୁ ଆଉ ମୁଁ | |
ତମେ ଥିଲେ ସାଥିରେ | ରାଜେଶ୍ୱର | |
୨୦୧୫ | ପିଲାଟା ବିଗିଡ଼ି ଗଲା | ଏସ୍.ଆଇ. ଦୁର୍ଯ୍ୟୋଧନ ସାହୁ |
ମୋ ଦିଲ୍ କହେ ଇଲୁ ଇଲୁ | ||
ରଙ୍ଗିଲା ବାବା | ବାବା ଭାରତୀ | |
କେହି ନୁହେଁ କାହାର |
ଧାରାବାହିକ | ଚେନାଲ | ଭୂମିକା |
---|---|---|
ମା | ଡିଡି ଓଡ଼ିଆ | ମିଷ୍ଟର ଡିସୋଜା |
ରାଜନୀତି | ତରଙ୍ଗ ଟିଭି | ରାଜା ସାହେବ |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.