From Wikipedia, the free encyclopedia
ବେରିଅମ ସଲଫେଟ ସସପେନସନ (ଇଂରାଜୀ ଭାଷାରେ Barium sulfate suspension, ଅଳ୍ପରେ କୁହାଯାଏ ବେରିଅମ barium) ଏକ କଣ୍ଟ୍ରାସ୍ଟ ଏଜେଣ୍ଟ/contrast agent ଯାହା ରଞ୍ଜନରଶ୍ମିରେ ବ୍ୟବହାର କରାଯାଏ ।[1] ବିଶେଷତଃ ସାଧାରଣ ଏକ୍ସ-ରେ ବା କମ୍ପ୍ୟୁଟର ଟୋମୋଗ୍ରାଫିରେ (computed tomography) ପାକଅନ୍ତନଳୀ ପ୍ରଣାଳୀର (gastrointestinal tract) ଅବସ୍ଥା ଦେଖିବା ନିମନ୍ତେ ଏହା ବ୍ୟବହାର କରାଯାଏ ।[2] ଏହା ପାଟିରେ ବା ମଳଦ୍ୱାର ପଥରେ (rectally) ଦିଆଯାଏ ।[3]
ବେରିଅମର ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ (constipation), ତରଳ ଝାଡ଼ା ଓ ଆପେଣ୍ଡିସାଇଟିସ ହୋଇପାରେ ଓ ଆଘ୍ରାଣ କଲେ ନିମୋନିଆ ହୋଇପାରେ । କ୍ଷୁଦ୍ରାନ୍ତ୍ର ରନ୍ଧ୍ର (intestinal perforation) ବା ଖାଦ୍ୟନଳୀ ଅବରୋଧ (bowel obstruction) ଥିଲେ ଏହା ଦିଆଯାଏନାହିଁ ।[2] ଆଲର୍ଜି ପ୍ରତିକ୍ରିୟା କ୍ୱଚିତ ହୁଏ ।[1] ଗର୍ଭାବସ୍ଥାରେ ଏହା ଶିଶୁପ୍ରତି ନିରାପଦ ରହେ ।[4] ବେରିଅମ ସଲଫେଟ (barium sulfate) ସହିତ ପାଣି ମିଶେଇ ଏହି ସସପେନସନ (suspension) ତିଆରି କରାଯାଏ । [1] ଏହା ଏକ ଅଣଆୟୋଡିନ କଣ୍ଟ୍ରାସ୍ଟ ମିଡିଆ (non-iodinated contrast media) ।[5]
ମଧ୍ୟ ଯୁଗରୁ (Middle Ages) ବେରିଅମ ସଲଫେଟ ବିଷୟ ମଣିଷ ଜାଣିଛି ।[6] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୧୦ରୁ ଏହା ବ୍ୟବହାର ହୋଇଆସୁଛି ।[7] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[8] ବିକାଶଶୀଳ ଦେଶମାନଙ୍କରେ (developing world) ଏହାର ହୋଲସେଲ ମୂଲ୍ୟ ୩୭.୮୦ରୁ ୭୯.୩୩ ଆମେରିକୀୟ ଡଲାର । [9] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷ ଦାମିକା ନୁହେଁ ।[5] କେତେକ କମ୍ପାନୀ ଏଥିରେ ଉତ୍ତମ ସ୍ୱାଦ ଭରି ଦେଇଛନ୍ତି ।[1]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.