![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/e/e6/Huma_01.jpg/640px-Huma_01.jpg&w=640&q=50)
ବିମଳେଶ୍ୱର ଦେଉଳ
ଭାରତର ଏକ ହିନ୍ଦୁ ମନ୍ଦିର / From Wikipedia, the free encyclopedia
ସମ୍ବଲପୁର ଜିଲ୍ଲାରମାନେଶ୍ୱର ବ୍ଳକ ଅନ୍ତର୍ଗତ ହୁମା ଗାଁର ଶେଷମୁଣ୍ଡରେ ବହିଯାଉଥିବା ମହାନଦୀ କୂଳରେ ବାବା ବିମଳେଶ୍ୱର ପୂଜା ପାଇ ଆସୁଛନ୍ତି ।[1] ଏହି ମନ୍ଦିର ଭୁପୃଷ୍ଠ ଆଡ଼କୁ ଢଳି ରହିଥିବାରୁ ଏହା ବକ୍ର ଦେଉଳ ଭାବେ ପରିଚିତ । ମନ୍ଦିରକୁ ଲାଗିରହିଥିବା ନଦୀଘାଟରେ ଦେଖାଯାଉଥିବା ଈଷତ୍ ଲାଲ ରଙ୍ଗର କୁଡ଼ୋ ମାଛ ହୁମାର ଅନ୍ୟତମ ଆକର୍ଷଣ । ସେମାନେ ପୋଷାମାଛ ପରି । ଏଠାରେ ଭଗବାନ ବିଷ୍ଣୁ ମୀନ ଅବତାରରେ ଅଛନ୍ତି ବୋଲି ବିଶ୍ୱାସ କରାଯାଏ ।[2] ଥରେ ଜଣେ ବୃଦ୍ଧ ଏହି ସ୍ଥାନର ଗୋଟିଏ କୁଡ଼ୋ ମାଛକୁ ପନିକିରେ କାଟିବା ଉଦ୍ୟମ କରନ୍ତେ ନିଜେ ପଥର ପାଲଟି ଯାଇଥିବା ପ୍ରବାଦ ଅଛି ।[3]
Quick Facts ବିମଳେଶ୍ୱର ଦେଉଳ, Religion ...
ବିମଳେଶ୍ୱର ଦେଉଳ | |
---|---|
![]() | |
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ସମ୍ବଲପୁର |
Location | |
ସ୍ଥାନ | ହୁମା |
Country | ଭାରତ |
Close
![Thumb image](http://upload.wikimedia.org/wikipedia/commons/thumb/0/04/Huma_Leaning_Temple-04.jpg/640px-Huma_Leaning_Temple-04.jpg)
![Thumb image](http://upload.wikimedia.org/wikipedia/commons/thumb/4/4b/Huma%2C_Sambalpur.jpg/640px-Huma%2C_Sambalpur.jpg)