ଓଡ଼ିଶାର ଏକ ନଦୀ From Wikipedia, the free encyclopedia
ମହାନଦୀ ଓଡ଼ିଶାର ବଡନଦୀ। ଛତିଶଗଡ଼଼ର ଅମରକଣ୍ଟକ ମାଳଭୁମିରୁ (ଧମତରି ଜିଲ୍ଲା) ବାହାରି ଏହା ଝାରସୁଗୁଡ଼ା ଜିଲ୍ଲାରେ ଓଡ଼ିଶାକୁ ପ୍ରବେଶ କରିଛି । ଏହାର ଦୈର୍ଘ୍ୟ ୮୫୮ କି.ମି । [୧] ଏହା ପାରାଦ୍ୱୀପ ନିକଟସ୍ଥ ବତିଘରର ଦକ୍ଷିଣରେ ବଙ୍ଗୋପ ସାଗରରେ ପଡ଼ିଛି । ଏହା ଭାରତର ୬ଷ୍ଠ ବୃହତ୍ତମ ନଦୀ । ଓଡ଼ିଶାରେ ଏହାର ଦୈର୍ଘ୍ୟ ୪୯୪ କି.ମି. । ବୌଦ୍ଧ ଜିଲ୍ଲାର ସୁନାଖଣିଆରୁ ଦଶପଲ୍ଲାର ବଡମୂଳ ଘାଟି ମଧ୍ୟରେ ଏହା ଏକ ଗଭୀର ଗଣ୍ଡ ସୃଷ୍ଟିକରିଛି । ଏହାକୁ ସାତକୋଶିଆ ଗଣ୍ଡ କୁହାଯାଏ । ଓଡ଼ିଶା ଭିତରେ ତେଲ୍ ଓ ଇବ୍ ମହାନଦୀର ଦୁଇଟି ଉପନଦୀ । ଏହାର ଶାଖାନଦୀମାନ ହେଲେ କାଠଯୋଡି, କୁଆଖାଇ, ବିରୁପା, ଦେବୀ, ଦୟା, ଭାର୍ଗବୀ, କୁଶଭଦ୍ରା, ଚିତ୍ରୋତ୍ପଳା, ଧନୁଆ ଓ ଲୁଣୀ । ମହାନଦୀର ସବୁଠାରୁ ଗଭୀର ପାଣି ଥିବା ଜାଗା, ସାତକୋଶିଆ ଗଣ୍ଡ ।
ମହାନଦୀ | |
ନଦୀ | |
ମହାନଦୀ | |
ନାମର ଉତ୍ପତ୍ତି: ସଂସ୍କୃତ ଭାଷାରୁ "ମହା'" (great) and "ନଦୀ" (river) | |
ଦେଶ | ଭାରତ |
---|---|
ଅଂଶ ଗୁଡ଼ିକ | ଛତିଶଗଡ଼଼, ମଧ୍ୟ ପ୍ରଦେଶ, ଓଡ଼ିଶା |
ଅଞ୍ଚଳ | ଦଣ୍ଡକାରଣ୍ୟ, ଦକ୍ଷିଣ କୋଶଳ ରାଜ୍ୟ |
ପ୍ରଶାସନିକ କ୍ଷେତ୍ର ଗୁଡ଼ିକ | ବେଟୁଲ ଜିଲ୍ଲା, ରାୟପୁର, ଜଞ୍ଜଗିର, ବିଳାସପୁର, ସମ୍ବଲପୁର, ସୋନପୁର, ବୌଦ୍ଧ, ଅନୁଗୋଳ, କଟକ, କେନ୍ଦ୍ରାପଡ଼ା |
Tributaries | |
- left | Seonath, Telen, ଇବ୍ |
Cities | ସମ୍ବଲପୁର, କଟକ, ସୋନପୁର, ବିରମହାରାଜପୁର |
Landmarks | ସାତକୋସିଆ ଗଣ୍ଡ, Sonapur Lanka, Hookitola Falls |
Source | |
- location | ସିଂହବା, ଧମତରି, ଦଣ୍ଡକାରଣ୍ଯ, ଛତିଶଗଡ଼଼, ଭାରତ |
- elevation | ୮୭୭ m (୨,୮୭୭ ft) |
- coordinates | 20.11°N 81.91°E |
Mouth | |
- location | False Point, କେନ୍ଦ୍ରାପଡ଼ା, Delta, ଓଡ଼ିଶା, ଭାରତ |
- elevation | ୦ m (୦ ft) |
Length | ୮୫୮ km (୫୩୩ mi) |
Basin | ୧,୪୧,୬୦୦ km2 (୫୪,୬୭୨ sq mi) |
Discharge | for ଓଡ଼ିଶା |
- average | ୨,୧୧୯ m3/s (୭୪,୮୩୨ cu ft/s) |
- max | ୫୬,୭୦୦ m3/s (୨୦,୦୨,୩୪୨ cu ft/s) |
କୁହାଯାଏ ପ୍ରାଚୀନ କାଳରେ ମହାନଦୀର ନାମ ଚିତ୍ରୋତ୍ପଳା ଥିଲା । ପୁରାଣ ଅନୁସାରେ ମହାନଦୀ ଓ ତାର ଉପନଦୀ ପ୍ରାଚୀନ ଶୁକ୍ଲମତ ପର୍ବତରୁ ବାହାରିଥିଲା । ଭିଷ୍ମପର୍ବରେ ବର୍ଣ୍ଣନା ଅନୁସାରେ ଚିତ୍ରୋତ୍ପଳାର ପାଣି ଭାରତୀୟମାନେ ପିଉଥିଲେ । ଅର୍ଥାତ ମହାଭାରତ ସମୟରେ ମହାନଦୀ କୂଳରେ ଆର୍ଯ୍ୟମାନେ ରହୁଥିଲେ ।
ବନ୍ୟା ନିୟନ୍ତ୍ରଣ,ଜଳ ବିଦ୍ୟୁତ ଉତ୍ପାଦନ ଓ ଜଳସେଚନ ଉଦ୍ଧେଶ୍ୟରେ ହୀରାକୁଦଠାରେ ଏକ ଡ୍ୟାମ ଓ ଜୋବ୍ରାଠାରେ ଏକ ବ୍ୟାରେଜ ନିର୍ମାଣ କରାଯାଇ କୂତ୍ରିମ ଜଳଭଣ୍ଡାର ସୃଷ୍ଟି କରାଯାଇଛି ।
ମହାନଦୀ ବେସିନର ସମୁଦାୟ ଜଳ ସଂଗୃହୀତ କ୍ଷେତ୍ରଫଳ ମଧ୍ୟରୁ ୫୪% ଛତିଶଗଡ଼଼ରେ ଥିବା ବେଳେ ୪୬% ଓଡ଼ିଶାରେ ଅବସ୍ଥିତ । ମହାନଦୀ ବର୍ଷାଋତୁରେ ଗଙ୍ଗା ସମାନ ଜଳ ନିଷ୍କାସନ କରିଥାଏ । ଖରାଦିନେ ଶୁଷ୍କ ହୋଇ କ୍ଷୀଣ ହୋଇଯାଏ । ଓଡ଼ିଶାରେ ବନ୍ୟା ସୃଷ୍ଟିର କାରଣ ସାଜୁଥିବାରୁ ୧୯୫୩ ମସିହାରେ ହୀରାକୁଦ ନଦୀବନ୍ଧ ସ୍ଥାପନ ହେବା ପୂର୍ବରୁ ମହାନଦୀ ଓଡ଼ିଶାର ଦୁଃଖ ଭାବେ ଅଭିହିତ ହେଉଥିଲା ।
ହୀରାକୁଦ ନଦୀବନ୍ଧକୁ ଆଗମନ ହେଉଥିବା ମହାନଦୀ ଜଳର ହାରାହାରି ମାତ୍ରା ୪୪,୭୭୩ ଅୟୁତ ଘନ ମିଟର (MCM) । ଏଥିରୁ ୩୫,୩୦୮ ଅୟୁତ ଘନ ମିଟର ଜଳ ବା ୯୦% ଜଳ ଛତିଶଗଡ଼଼ରୁ ଆସିଥାଏ । ଛତିଶଗଡ଼଼ ୯,୦୦୦ ଅୟୁତ ଘନ ମିଟର ଜଳ ନିଜ ଶିଳ୍ପ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ବ୍ୟବହାର କରିଥାଏ । ଅନ୍ୟ ପକ୍ଷରେ ଓଡ଼ିଶା ଯୁକ୍ତି ବାଢ଼େ ଯେ, ପାକ୍ଷିକ ଭାବେ ଛତିଶଗଡ଼଼ ତିନୋଟି ବ୍ୟାରେଜ ନିର୍ମାଣ କରି ଜଳ ପ୍ରବାହକୁ କ୍ଷୀଣ କରିଦେଇଛି ଯାହା ଫଳରେ ହୀରାକୁଦ ଜଳ ଭଣ୍ଡାର ଗ୍ରୀଷ୍ମ ଦିନେ ପ୍ରଭାବିତ ହେଉଛି । ପୁରାତନ କାଳରୁ ମହାନଦୀ ଜଳ ଓଡ଼ିଶା ବ୍ୟବହାର କରିଆସୁଥିବାରୁ ମହାନଦୀ ଜଳ ଉପରେ ଓଡ଼ିଶାର ସମ୍ପୂର୍ଣ୍ଣ ଅଧିକାର ଅଛି ଏବଂ ଛତିଶଗଡ଼଼ର ଯୋଜନାବଦ୍ଧ ଜଳଧାରା ପରିବର୍ତ୍ତନ ଓଡ଼ିଶାର କୃଷି ଓ ଅର୍ଥନୀତି ଉପରେ ବ୍ୟାପକ ପ୍ରଭାବ ପକାଇବ ବୋଲି । ଛତିଶଗଡ଼଼ ଯୁକ୍ତି କରେ ଯେ, ଉପର ମୁଣ୍ଡରେ ବ୍ୟାରେଜ ମହାନଦୀ ଜଳର ସମାନ ବଣ୍ଟନ କରିବ ଯେଉଁଥିପାଇଁ ଛତିଶଗଡ଼଼ ଏଯାବତ ଚିନ୍ତା କରିନଥିଲା । ମହାନଦୀ ଜଳ ଉପରେ ତାହାର ମଧ୍ୟ ସମାନ ଅଧିକାର ଅଛି । ଏଥିରୁ ହିଁ ମହାନଦୀ ଜଳ ବିବାଦର ସୂତ୍ରପାତ ହେଲା ।[୨]
ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହ ଉପରେ ବୁଝାମଣା ନାହିଁ ବୋଲି ଜଣାଯାଏ । ଓଡ଼ିଶା ତରଫରୁ ଥରକୁ ଥର 'ମହାନଦୀ ବଞ୍ଚାଅ' ବିକ୍ଷୋଭ ହୋଇଥିଲା । ୨୦୧୬ ମସିହା ଶେଷ ସୁଦ୍ଧା ଏହାର କୌଣସି ସମାଧାନ ହୋଇପାରିନଥିଲା । ୨୦୧୭ ମସିହା ବେଳକୁ ବିଜେପି ଓ ବିଜେଡ଼ି ମଧ୍ୟରେ ରାଜନୈତିକ ବିବାଦ ବଢ଼ିବା ସହିତ ଓଡ଼ିଶା ସରକାର ଓ ଛତିଶଗଡ଼଼ ସରକାରଙ୍କ ମଧ୍ୟରେ ମହନଦୀକୁ ନେଇ ଜଳ ବିବାଦ ଘନୀଭୂତ ହୋଇଥିଲା । ଏଥିସହ କେନ୍ଦ୍ର ନିକଟରେ ଓଡ଼ିଶା ସରକାର ଜଳ ବିବାଦ ସମାଧାନ ପାଇଁ ଗୁହାରି କରିଥିଲେ । ଛତିଶଗଡ଼଼ଦ୍ୱାରା ମହାନଦୀର ଉପର ମୁଣ୍ଡରେ ୬ଟି ନିର୍ମାଣାଧୀନ ବ୍ୟାରେଜର କାମକୁ ରୋକିବା ପାଇଁ ଓଡ଼ିଶା ତରଫରୁ ଏକ ପତ୍ର ମାଧ୍ୟମରେ ଦାବି ହୋଇଥିଲା ।[୩]
ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼଼ର ବେଆଇନ ବ୍ୟାରେଜ ନିର୍ମାଣକୁ ବିରୋଧ କରି ଓଡ଼ିଶା ପକ୍ଷରୁ ଆନ୍ତଃରାଜ୍ୟ ଜଳବିବାଦ ଆଇନ-୧୯୫୬ର ଧାରା ୩ ଅନୁସାରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟ ନିକଟରେ ପିଟିସନ ଦାଖଲ କରିଥିଲେ । ଓଡ଼ିଶାର ଏହି ଆବେଦନ ପରେ କେନ୍ଦ୍ର ଏକ ବୁଝାମଣା କମିଟି ଗଠନ କରିଥିଲେ । ଯେଉଁ କମିଟି ଦୁଇଗୋଟି ବୈଠକ ଡକାଇଥିଲେ, ଏଥିରେ ଓଡ଼ିଶା ସରକାର ଯୋଗ ଦେଇନଥିବାରୁ କୌଣସି ସୁଫଳ ମିଳିପାରିନଥିଲା । ଫଳରେ ଟ୍ରିବ୍ୟୁନାଲ ଗଠନ ଜିଦରେ ଅଟଳ ଓଡ଼ିଶା ୨୦୧୭ରେ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ମାମଲା ଦାଏର କରିଥିଲେ । ଓଡ଼ିଶା ପକ୍ଷରୁ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଅରିଜିନାଲ ସୁଟ ଦାଖଲ କରାଯାଇଥିଲା।[୪] ଟ୍ରିବ୍ୟୁନାଲ ଗଠନରେ ବିଳମ୍ବ ହୁଏ ତାହେଲେ ଏହାର ଲାଭ ଛତିଶଗଡ଼଼ ଉଠାଇବା ସହ ଓଡ଼ିଶା କ୍ଷତିଗ୍ରସ୍ତ ହେବ ବୋଲି ଓଡ଼ିଶା କହିଥିଲା ।[୫]୨୦୧୮ ଜାନୁଆରୀ ୨୩ରେ ସୁପ୍ରିମକୋର୍ଟ ବିଚାରପତି ଏସ ଏ ବବଦେ ଓ ଏଲ ନାଗେଶ୍ୱରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏକ ମାସ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ ।[୬]କୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର, ବିଚାରପତି ଖାନବିଲକରଙ୍କ ଅଧ୍ୟକ୍ଷତାରେ ଟ୍ରିବ୍ୟୁନାଲ ଗଠନ କରିଥିଲେ । ଏଥିରେ ସଦସ୍ୟ ଭାବେ ପାଟଣା ଉଚ୍ଚନ୍ୟାୟାଳୟର ବିଚାରପତି ଡକ୍ଟର ରବି ରଞ୍ଜନ ଏବଂ ଦିଲ୍ଲୀ ଉଚ୍ଚନ୍ୟାୟାଳୟ ବିଚାରପତି ଇନ୍ଦ୍ରମିତ କୌର ଅଛନ୍ତି । [୭] ସମ୍ପୂର୍ଣ୍ଣ ମହାନଦୀ ଶଯ୍ୟାରେ ଥିବା ଜଳର ପରିମାଣ, ପ୍ରତ୍ୟେକ ରାଜ୍ୟର ଯୋଗଦାନ, ପ୍ରତ୍ୟେକ ରାଜ୍ୟରେ ବର୍ତ୍ତମାନ ଜଳ ସମ୍ପଦର ଉପଯୋଗ ଏବଂ ଭବିଷ୍ୟତର ବିକାଶ ଲାଗି ରହିଥିବା ସମ୍ଭାବନା ଆଧାରରେ ଟ୍ରିବ୍ୟୁନାଲ ଏଥିପ୍ରତି ବିଚାର କରିବେ । ଆଇଏସଆରଡବ୍ଲ୍ୟୁଡି ଆଇନରେ ରହିଥିବା ବ୍ୟବସ୍ଥା ଅନୁଯାୟୀ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ୩ ବର୍ଷ ରହିବ ଏବଂ ଆବଶ୍ୟକତା ସ୍ଥଳେ ଏହାକୁ ଆହୁରି ୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ ।[୮] ଟ୍ରାଇବୁନାଲର ମୁଖ୍ୟାଳୟ ନୂଆଦିଲ୍ଲୀଠାରେ ରହିବ ବୋଲି ସ୍ଥିର କରାଯାଇଥିଲା ।[୯]
ଯେଉଁଠି ଛତିଶଗଡ଼଼ ସରକାର ନିଜ ଜଳ ସମ୍ପଦକୁ ସୁବିନିଯୋଗ କରିବାରେ ବହୁତ ପୂର୍ବରୁ ପଦକ୍ଷେପ ନେବା ଆରମ୍ଭ କରିସାରିଛନ୍ତି, ନବୀନ ସରକାର ତାଙ୍କର ୨୦ ବର୍ଷ ଶାସନକାଳ ସମୟରେ ମହାନଦୀ ଉପରେ କୌଣସି ବି ଉନ୍ନୟନ ମୂଳକ କାର୍ଯ୍ୟ କରିନାହାଁନ୍ତି ଓ ଜଳ ସଂରକ୍ଷଣ ନକରି ସମୁଦ୍ରକୁ ବହିଯିବାକୁ ଦେଇଛନ୍ତି । କେବଳ ମହାନଦୀ ନୁହେଁ ରାଜ୍ୟର ଅନ୍ୟ ନଦୀର ଜଳସମ୍ପଦକୁ ସୁବିନିଯୋଗ ନକରି ରାଜ୍ୟ ସରକାର ଅନ୍ୟ ଉପରେ ଦୋଷ ଲଦି ଖସିଯିବାକୁ ବସିଛନ୍ତି ଓ କେବଳ ନିର୍ବାଚନ ପାଇଁ ବିଜେଡି ମହାନଦୀ ପ୍ରସଙ୍ଗକୁ ଉଠାଇ ଲୋକଙ୍କୁ ବିଭ୍ରାନ୍ତି କରି ଚାଲିଛି ବୋଲି ବିଜେପି ପକ୍ଷରୁ ସମାଲୋଚନା କରାଯାଇଥିଲା ।[୧୦]
ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକରେ ରାଜ୍ୟ ସରକାର ୨୯ଟି ମଧ୍ୟମ, ବୃହତ ବ୍ୟାରେଜ ଓ ଆନିକଟ ନିର୍ମାଣ କରିବାକୁ ଯୋଜନା କରିଛନ୍ତି ବୋଲି ୨୦୧୮ ମେ ୧୨ତାରିଖରେ ଜଳ ସମ୍ପଦ ସଚିବ ପ୍ରଦୀପ ଜେନା କହିଥିଲେ । ମହାନଦୀର ତଳମୁଣ୍ଡରେ ବ୍ୟାରେଜ ଓ ଆନିକଟ ନିର୍ମାଣ କରିବାକୁ ୭ଟି ସ୍ଥାନ ଚିହ୍ନଟ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି, କେନ୍ଦ୍ର ସରକାରଙ୍କ ପରିବେଶ ଓ ଜଙ୍ଗଲ ବିଭାଗଠାରୁ ଅନୁମତି, କେନ୍ଦ୍ରୀୟ ଜଳ ଆୟୋଗ(ସିଡବ୍ଲ୍ୟୁସି) ଏବଂ କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟଠାରୁ ଅନୁମତି ମିଳିବା ପରେ ଆକ୍ସନ ପ୍ଲାନ ପ୍ରସ୍ତୁତ ହେବ । ଖଇରାମାଳଠାରେ ଏକ ବ୍ୟାରେଜ ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଥିବାବେଳେ ୨ଟି ବୃହତ ନଦୀବନ୍ଧ ପ୍ରକଳ୍ପ ଇବ ଓ ଅଙ୍ଗ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ, ଚିଲିକାର ଜଳରାଶି ଓ ଜୈବ ବିବିଧତା ବଜାୟ ରଖିବା ପାଇଁ ମହାନଦୀର ଶାଖାନଦୀ କାଠଯୋଡ଼ିରୁ ବାହାରିଥିବା କୁଆଖାଇ, କୁଶଭଦ୍ରା ଓ ଭାର୍ଗବୀ ନଦୀ ଜଳ ପରିଚାଳନା ପାଇଁ ସ୍ୱତନ୍ତ୍ର ଯୋଜନା କରାଯିବା ନିଷ୍ପତ୍ତି ନିଆଯାଇଥିବାର ଘୋଷଣା କରିଥିଲେ ।[୧୧]
୨୦୧୮ମେ ୧୬ରୁ ମହାନଦୀ ଉପକୂଳବର୍ତ୍ତୀ ୧୫ଟି ଜିଲ୍ଲାମାନଙ୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବିଜେଡ଼ି ତରଫରୁ ମହାନଦୀ ବଞ୍ଚାଅ ଆନ୍ଦୋଳନ ଡାକରା ଦିଆଯାଇଥିଲା । ବରଗଡ଼ ଓ ଝାରସୁଗୁଡ଼ାରୁ ଆରମ୍ଭ କରି ପାରାଦୀପଠାରେ ଶେଷ ହେବ ।[୧୨]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.