ବାସୁଦେବପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନ ମଣ୍ଡଳୀ / From Wikipedia, the free encyclopedia
ବାସୁଦେବପୁର (କ୍ରମିକ ସଂଖ୍ୟା: ୪୫) ଭଦ୍ରକ ଜିଲ୍ଲା, ଭଦ୍ରକ ଲୋକ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [1]
ବାସୁଦେବପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୨୧,୬୩୫ |
ଜିଲ୍ଲା: | ଭଦ୍ରକ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ଭଦ୍ରକ |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | ୩୬+ ୭=୪୩ |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୧ |
ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବାସୁଦେବପୁର ପୌର ପରିଷଦ, ବାସୁଦେବପୁର ପଞ୍ଚାୟତ ସମିତି ଅନ୍ତର୍ଗତ ୩୬ଟି ଗ୍ରାମ ପଞ୍ଚାୟତ ଓ ତିହିଡ଼ି ପଞ୍ଚାୟତ ସମିତି ଅନ୍ତର୍ଗତ ୭ଟି ଗ୍ରାମ ପଞ୍ଚାୟତ ।[2][3]
ଗତ ୨୦୨୪ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଅଶୋକ କୁମାର ଦାସ, ବିଜୁ ଜନତା ଦଳ ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟଙ୍କ ଠାରୁ ୬୩୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।
ଗତ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଅଶୋକ କୁମାର ଦାସଙ୍କ ଠାରୁ ୯,୫୮୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟଶ୍ରୀ ରାଉତରାୟ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ମାଧବାନନ୍ଦ ମଲ୍ଲିକଙ୍କଠାରୁ ୬,୫୦୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[4]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟଶ୍ରୀ ରାଉତରାୟ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ମାଧବାନନ୍ଦ ମଲିକଙ୍କଠାରୁ ୬,୮୪୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[5]