ଫୋସ୍କାର୍ନେଟ
From Wikipedia, the free encyclopedia
ଫୋସ୍କାର୍ନେଟ (ଇଂରାଜୀ ଭାଷାରେ Foscarnet), ଫୋସ୍କାର୍ ତାହାର ବିକ୍ରୟ ନାମ, ହେଉଛି ଏକ ଭୂତାଣୁରୋଧି ଔଷଧ ଯାହା ସାଇଟୋମେଗାଲୋଭାଇରସ୍ (CMV), ହର୍ପିସ ସିମ୍ପଲେକ୍ସ ଭୂତାଣୁ (HSV) ଏବଂ ଭାରିସେଲା ଜୋଷ୍ଟର ଭୂତାଣୁ (VZV) ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[2] ମୁଖ୍ୟତଃ ଏଚ୍.ଆଇ.ଭି/ଏଡସ୍ କାରଣରୁ ଇମ୍ୟୁନୋକମ୍ପ୍ରମାଇଜଡ ହୋଇଥିବା ଲୋକାଙ୍କର ହୁଏ ।[2] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[3]
Clinical data | |
---|---|
Trade names | Foscavir |
Synonyms | Foscarnet sodium, phosphonomethanoic acid, dihydroxyphosphinecarboxylic acid oxide |
AHFS/Drugs.com | monograph |
MedlinePlus | a601144 |
data |
|
Pregnancy category |
|
Routes of administration | Intravenous |
Legal status | |
Legal status |
|
Pharmacokinetic data | |
Bioavailability | NA |
Protein binding | 14–17% |
Elimination half-life | 3.3–6.8 hours |
Identifiers | |
IUPAC name
| |
Chemical and physical data | |
Formula | CH3O5P |
Molar mass | ୧୨୬�00 g·mol−1 |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱର, ବାନ୍ତି, କମ୍ ଲାଲ ରକ୍ତ କଣିକା, ବୃକ୍କ ସମସ୍ୟା, ବାତ ଏବଂ ମୁଣ୍ଡବିନ୍ଧା ହୋଇପାରେ ।[2] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଇଲେକ୍ଟ୍ରୋଲାଇଟ୍ ଅସ୍ୱାଭାବିକତା, ଦୀର୍ଘସ୍ଥାୟୀ କ୍ୟୁଟି (QT), ଏବଂ ଆନାଫାଇଲକ୍ସିସ ହୋଇପାରେ ।[2] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[2] ଏହା ଭୂତାଣୁ ଡିଏନ୍ଏ ପଲିମେରେଜ୍ ଇନିବିବିଟର ଭାବରେ ପାଇରୋଫସଫେଟ୍ ପରି କାର୍ଯ୍ୟ କରେ ।[2]
୧୯୯୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଫସ୍କାର୍ନେଟ ଅନୁମୋଦିତ ହୋଇଥିଲା ।[4] [2] ଯୁକ୍ତରାଜ୍ୟରେ ୬ ଗ୍ରାମ ଔଷଧର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୨୦ ପାଉଣ୍ଡ ଥିଲା । [3] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୪,୮୦୦ ଡଲାର ଥିଲା ।[5]