From Wikipedia, the free encyclopedia
ପେରିଓଡୋଣ୍ଟାଲ ରୋଗ, ଅନ୍ୟ ନାମ ପାୟୋରିଆ, ଏକ ରୋଗ ଯେଉଁଥିରେ ଦାନ୍ତ ଚାରିପାଖରେ ଥିବା ମାଢ଼ିରେ ପ୍ରଦାହ ହୁଏ ।[4] ପ୍ରାରମ୍ଭିକ ଅବସ୍ଥାରେ ମାଢ଼ି ଫୁଲିଯାଇ ଲାଲ ଦେଖାଯାଏ ଏବଂ ରକ୍ତସ୍ରାବ ହୋଇପାରେ ଓ ଏହି ଅବସ୍ଥାକୁ ଜିଞ୍ଜିଭାଇଟିସ ମଧ୍ୟ କୁହାଯାଏ । [2] ଏହାର ଗମ୍ଭୀର ଅବସ୍ଥାକୁ ପେରିଓଡୋଣ୍ଟାଇଟିସ କୁହାଯାଏ ଯେଉଁଥିରେ ଦାନ୍ତରୁ ମାଢ଼ି ଦୂରକୁ ଘୁଞ୍ଚିଯାଏ, ହାଡ ନଷ୍ଟ ହୋଇପାରେ ଏବଂ ଦାନ୍ତ ହୋଇ ବାହାରି ଯାଇପାରେ । [2] ଖରାପ ନିଶ୍ୱାସ ମଧ୍ୟ ହୋଇପାରେ । [5]
Periodontal disease | |
---|---|
Gum disease, pyorrhea, periodontitis | |
ଉଚ୍ଚାରଣ |
|
ବିଭାଗ | Dentistry |
ଲକ୍ଷଣ | Red, swollen, painful, bleeding gums, loose teeth, bad breath[1] |
କାରଣ | Bacteria related plaque build up[1] |
ବିପଦ କାରକ | Smoking, diabetes, HIV/AIDS, certain medications[1] |
ରୋଗ ନିର୍ଣ୍ଣୟ ପଦ୍ଧତି | Dental examination, X-rays[1] |
ଚିକିତ୍ସା | Good oral hygiene, regular professional cleaning[2] |
ପୁନଃପୌନିକ | 538 million (2015)[3] |
ସାଧାରଣତଃ ଦାନ୍ତ ଚାରିପାଖରେ ଥିବା ତନ୍ତୁମାନଙ୍କୁ ପାଟିରେ ଥିବା ଜୀବାଣୁ ସଂକ୍ରମିତ କରନ୍ତି । [4] ରୋଗର ଆଶଙ୍କା ଥିବା କାରକଗୁଡ଼ିକ ମଧ୍ୟରେ ଧୂମପାନ, ମଧୁମେହ, ଏଚ୍.ଆଇ.ଭି./ଏଡସ୍, ପାରିବାରିକ ଇତିହାସ ଏବଂ କେତେକ ଔଷଧ ଅନ୍ତର୍ଭୁକ୍ତ | [5] ଦାନ୍ତର ଚାରିପାଖରେ ଥିବା ତନ୍ତୁମାନଙ୍କୁ ଯାଞ୍ଚ କରିବା ପାଇଁ ନିରୀକ୍ଷଣ ଓ ପ୍ରୋବର ସାହାଯ୍ୟ ନିଆଯାଏ ଏବଂ ଏକ୍ସ-ରେଦ୍ୱାରା ଦାନ୍ତର ଚାରିପାଖରେ ହାଡର କ୍ଷୟ ଥିଲେ ରୋଗ ନିର୍ଣ୍ଣୟ କରାଯାଏ | [6] [1]
ଚିକିତ୍ସାରେ ପାଟିର ସ୍ୱଚ୍ଛତା ଏବଂ ନିୟମିତ ବୃତ୍ତିଗତ ଦାନ୍ତ ସଫା କରିବା ଅନ୍ତର୍ଭୁକ୍ତ । ନିୟମିତ ବ୍ରଶ କରିବା ଏବଂ ଫ୍ଲସ୍ ଅନ୍ତର୍ଭୁକ୍ତ କରେ | କେତେକ କ୍ଷେତ୍ରରେ ଆଣ୍ଟିବାୟୋଟିକ୍ କିମ୍ବା ଦାନ୍ତର ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦିଆଯାଇପାରେ | ୨୦୧୫ ମସିହାରେ ବିଶ୍ୱରେ ୫୩୮ ନିୟୁତ ଲୋକ ପ୍ରଭାବିତ ହେବେ ବୋଲି ଅନୁମାନ କରାଯାଉଥିଲା। ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.