From Wikipedia, the free encyclopedia
ଖରାପ ନିଶ୍ୱାସ (Bad breath, ଅନ୍ୟ ନାମ ହାଲିଟୋସିସ/ halitosis) ଏକ ଡାକ୍ତରୀ ଲକ୍ଷଣ (symptom) ଯେଉଁଥିରେ ଦୁର୍ଗନ୍ଧ (odor) ଯୁକ୍ତ ଶ୍ୱାସକ୍ରିୟା (breath) ହୁଏ । ଏହାଯୋଗୁ ରୋଗୀର ଉତ୍କଣ୍ଠା (anxiety) ବୃଦ୍ଧି ହୁଏ । ଏହା ସହିତ ଅବସେସିଭ-କମ୍ପଲସିଭ ଡିଜଅର୍ଡ଼ର ଓ ଅବସାଦ (depression) ଥାଇପାରେ । [1]
ଖରାପ ନିଶ୍ୱାସ | |
---|---|
ଇଂରାଜୀରେ ହାଲିଟୋସିସ, ଫେଟର ଓରିସ, ଓରାଲ ମାଲଓଡୋର | |
ବିଭାଗ | ଜଠରାନ୍ତ୍ର ବିଜ୍ଞାନ, କର୍ଣ୍ଣନାସାଗଳା ବିଜ୍ଞାନ, ଦନ୍ତ ରୋଗ ବିଜ୍ଞାନ |
ଲକ୍ଷଣ | ନିଶ୍ୱାସରୁ (breath) ଅପ୍ରିତିକର ବାସନା (smell) ଆସେ । [1] |
କାରଣ | ପାଟି ଭିତରୁ[1] |
ଔଷଧ | କ୍ଲୋରହେକ୍ସିଡିନ (chlorhexidine) ବା ସେଟିଲପାଇରିଡିନିଅମ (cetylpyridinium chloride) ମିଶ୍ରିତ ପାଟିଧୁଆ । [1][2] |
ଚିକିତ୍ସା | କାରଣ ଉପରେ ନିର୍ଭର, ଜିଭ ସଫା (tongue cleaning), ପାଟିଧୁଆ (mouthwash), ଦାନ୍ତ ପରିସ୍କାର (flossing)[1] |
ପୁନଃପୌନିକ | ~୨୫% ଲୋକ [1] |
ପ୍ରକୃତ ଓ ଅପ୍ରକୃତ- ଏହି ଦୁଇ ପ୍ରକାର ଖରାପ ନିଶ୍ୱାସ ହୋଇପାରେ ।[3] ପ୍ରକୃତ ଖରାପ ନିଶ୍ୱାସ ପ୍ରାୟ ୮୫% କେଶ୍ରେ ପାଟିରୁ ବାହାରେ ।[1] ବାକିତକ ନାକ (nose), ପାରାନାଜାଲ ସାଇନସ (sinuses), ଗଳା (throat), ଫୁସଫୁସ, ଏସୋଫେଗସ (esophagus) ବା ପାକସ୍ଥଳୀରୁ (stomach) ବାହାରେ ।[4] କ୍ୱଚିତ୍ ଏହା କିଟୋଏସିଡୋସିସ (ketoacidosis) ବା ଯକୃତ ଫେଲ (liver failure) କାରଣରୁ ହୁଏ । ଅପ୍ରକୃତ କେଶ୍ରେ ଲୋକ ନିଜେ ଖରାପ ନିଶ୍ୱାସ ଥିବା ଅନୁଭବ କରେ କିନ୍ତୁ ଅନ୍ୟମାନଙ୍କୁ ଏହା ଅନୁଭବ ହୁଏନି । ଏହା ୫%ରୁ ୭୫% ଲୋକଙ୍କର ହେଉଥିବା ଦେଖାଯାଏ । [3]
ଅନ୍ତର୍ନିହିତ କାରଣ ଉପରେ ଚିକିତ୍ସା ନିର୍ଭର କରେ । ଆରମ୍ଭରୁ ଜିଭ ସଫା (tongue cleaning), ପାଟି ସଫା (mouthwash) ଓ ଦାନ୍ତ ସଫା (flossing) ଭଲରୂପେ ଚେଷ୍ଟା କରିବାକୁ ଉପଦେଶ ଦିଆଯାଏ । [1] କ୍ଲୋରହେକ୍ସିଡିନ (chlorhexidine) ବା ସେଟିଲପାଇରିଡିନିଅମ (cetylpyridinium chloride) ମିଶ୍ରିତ ପାଟିଧୁଆ ଉପକାର କରେ ।[1][2] ଜିଭ ଛେଲାଦ୍ୱାରା ଉପକାର ମିଳୁଥିବା ଜଣାଗଲେ ମଧ୍ୟ ନିର୍ଦ୍ଦିଷ୍ଟ ନିଷ୍କର୍ଷ ମିଳିନାହିଁ । [5] ଅନ୍ତର୍ନିହିତ ରୋଗ ଯେପରିକି ମାଢ଼ି ରୋଗ (gum disease), ଦନ୍ତ କ୍ଷୟ (tooth decay) ବା ଗାସ୍ଟ୍ରୋଇଣ୍ଟେସ୍ଟାଇନାଲ ରିଫ୍ଲକ୍ସ ଡିଜିଜ (gastroesophageal reflux disease) ଗୁଡ଼ିକର ଚିକିତ୍ସା କଲେ ଉପକାର ମିଳେ ।[1] ଅପ୍ରକୃତ କେଶ୍ରେ କାଉନସେଲିଙ୍ଗ (Counselling) କଲେ ଉପକାର ମିଳେ ।[1]
ଜନସଂଖ୍ୟାର ପ୍ରାୟ ୬%ରୁ ୫୦% ଲୋକଙ୍କର ଏହି ଲକ୍ଷଣ ପ୍ରକାଶ ପାଏ ।[1] ଦନ୍ତ କ୍ଷୟ ଓ ମାଢ଼ି ରୋଗ ପରେ ଏହା ତୃତୀୟ ସର୍ବାଧିକ ବେମାରୀ ଯାହା ନିମନ୍ତେ ଲୋକମାନେ ଚିନ୍ତାଗ୍ରସ୍ତ ହୋଇ ଦାନ୍ତ ଚିକିତ୍ସା (dental care) ଖୋଜନ୍ତି ।[3][4] ବୟସ ବୃଦ୍ଧି ହେଲେ ଏହି ଲକ୍ଷଣ ଅଧିକ ହୁଏ ।[1] ଏହି ଲକ୍ଷଣକୁ ଏକ ସାମାଜିକ କଳଙ୍କ (taboo) ଧରାଯାଏ ଓ ଏଥି ଯୋଗୁ ସମାଜରେ ଏକ ଘରିକିଆ (stigmatized) ହୋଇଯାଆନ୍ତି । [3][1] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ବେମାରୀ ପିଛା ଲୋକମାନେ ପ୍ରାୟ ବର୍ଷକୁ ଏକ ବିଲିଅନ ଡଲାର ଖର୍ଚ୍ଚ କରନ୍ତି ।[4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.