ପାଇରାଣ୍ଟେଲ
From Wikipedia, the free encyclopedia
ପାଇରାଣ୍ଟେଲ (ଇଂରାଜୀ ଭାଷାରେ Pyrantel) ଏକ ଔଷଧ ଯାହା ଅନେକ ପ୍ରକାରରର ପରଜୀବୀ ସଂକ୍ରମଣର (parasitic worm infection) ଚିକିତ୍ସାରେ ଦିଆଯାଏ । ଏହି ପରଜୀବୀମାନଙ୍କ ମଧ୍ୟରେ ଗୋଲ କୃମି, ଅଙ୍କୁଶକୃମି, ଏଣ୍ଟେରୋବାଏସିସ (enterobiasis) ବା (pinworm infection), ଟ୍ରାଇକୋସ୍ଟ୍ରୋଙ୍ଗିଲିଆସିସ (trichostrongyliasis), ଓ ଟ୍ରିଚିନେଲୋସିସ (trichinellosis) ଇତ୍ୟାଦିଙ୍କ ନାମ ଉଲ୍ଲେଖନୀୟ ।. ଏହି ଔଷଧ ପାଟିରେ ଦିଆଯାଏ । [2]
Clinical data | |
---|---|
Trade names | Pin-X, Combantrin, others[1] |
Pregnancy category |
|
ATC code | |
Identifiers | |
IUPAC name
| |
CAS Number | |
PubChem CID | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.036.143 |
Chemical and physical data | |
Formula | C11H14N2S |
Molar mass | 206.31 g/mol |
3D model (JSmol) | |
SMILES
| |
InChI
|
ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ମୁଣ୍ଡବଥା, ମୁଣ୍ଡବୁଲା, ନିଦ୍ରା ସମସ୍ୟା ଓ ରାସ ଇତ୍ୟାଦି ଲକ୍ଷଣ ଦେଖାଯାଏ । ଯକୃତ ରୋଗ ଥିଲେ ଅଳ୍ପ ମାତ୍ରା ଦିଆଯାଏ ।[2] ଗର୍ଭାବସ୍ଥାରେ ଏହାଦ୍ୱାରା କ୍ଷତିର ପ୍ରମାଣ ନ ମିଳିଥିଲେ ମଧ୍ୟ ଏହାର ଉପଯୁକ୍ତ ଅନୁଶୀଳନ ହୋଇନାହିଁ ।[3] ସେହିଭଳି ସ୍ତନ୍ୟପାନରେ କୌଣସି ସମ୍ଭାବ୍ୟ ହାନୀ ନିମନ୍ତେ ଅନୁଶୀଳନ ହୋଇନାହିଁ ।[2] ଏହା ଆଣ୍ଟିହେଲମିଣ୍ଟିକ (antihelmintic) ପରିବାରର ଏକ ଔଷଧ । ଏହାଦ୍ୱାରା ପରଜୀବୀଙ୍କର ପାରାଲିସିସ ହୋଇଯାଏ ।[4]
ପାଇରାଣ୍ଟେଲ ବିଷୟ ପ୍ରଥମେ ସନ ୧୯୬୫ରେ ବର୍ଣ୍ଣନା କରାଯାଇଥିଲା ।[5] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[6] ଏହା ଜେନେରିକ ଔଷଧ (generic medication) ନାମରେ ଉପଲବ୍ଧ ହୁଏ ।[4] ଏହାର ଏକ କୋର୍ଷର ମୂଲ୍ୟ ଯୁକ୍ତରାଷ୍ଟ୍ର ଆମେରିକାରେ ୨୫ ଆମେରିକୀୟ ଡଲାରରୁ କମ୍ ।[1] କେତେକ ପଶୁଙ୍କର ରୋଗ ଚିକିତ୍ସା ନିମନ୍ତେ ମଧ୍ୟ ଏହା ଦିଆଯାଏ ।[5]