ଗୋଲ କୃମି
From Wikipedia, the free encyclopedia
ଗୋଲ କୃମି ମନୁଷ୍ୟ ଶରୀରର ଏକ ପରଜୀବୀ ଯାହାଦ୍ୱାରା ଦେହରେ ଅନେକ ପ୍ରକାର ରୋଗ ହୁଏ । ଏହି ପରଜୀବୀକୁ ଓଡ଼ିଆରେ ଜିଆ, କେଞ୍ଚୁଆ ଓ ଜିଆନାଡ଼ କୁହାଯାଏ । ଏହାକୁ ଇଂରାଜୀରେ ଆସ୍କାରିସ୍ ଲୁମ୍ବ୍ରିକଏଡେସ୍ (Ascaris lumbricoides) କୁହାଯାଏ । ଏହି ଗୋଲ କୃମି ସଂକ୍ରମଣଦ୍ୱାରା ୮୫ % ଲୋକ ଲକ୍ଷଣବିହୀନ ଥାଆନ୍ତି ବିଶେଷତଃ ଯଦି ସେମାନଙ୍କ ସଂଖ୍ୟା ଅଳ୍ପ ଥାଏ ।[1] ପରଜୀବୀ ସଂଖ୍ୟା ଅଧିକ ଥିଲେ ଆରମ୍ଭରେ ଛୋଟ ଶ୍ୱାସ କ୍ରିୟା ହୁଏ ଓ ଜ୍ୱର ହୁଏ । ଏହା ପରେ ପେଟ ଫୁଲିଯାଏ, ପେଟରେ ଯନ୍ତ୍ରଣା ହୁଏ ଓ ତରଳ ଝାଡ଼ା ବା ଡାଇରିଆ ହୁଏ । ପିଲାମାନଙ୍କୁ ଏହି ରୋଗ ବେଶୀ ହୁଏ ଓ ଏହାଦ୍ୱାରା ସ୍ୱଳ୍ପ ଓଜନ ବୃଦ୍ଧି ହୁଏ, ପୋଷକ ହାନୀ ବା malnutrition ହୁଏ ଓ ଶିଖିବା ବାଧାପ୍ରାପ୍ତ ହୁଏ ।[2]
ମଳରେ ଗୋଲ କୃମିର ଅଣ୍ଡା ଥାଏ । ଏହା ସହ ଖାଦ୍ୟ ବା ପାନୀୟ ଅପମିଶ୍ରିତ ହେବା ପରେ ଏହାକୁ ଖାଦ୍ୟ ହିସାବରେ ଗ୍ରହଣ କଲେ ସଂକ୍ରମଣ ହୁଏ । ଏହି ଅଣ୍ଡାକୁ ଗ୍ରହଣ କରିଥିବା ଲୋକର ଅନ୍ତନଳୀରେ ଛୁଆ ଫୁଟେ । ଏହି ଛୁଆ ଅନ୍ତନଳୀର କାନ୍ଥ ଭେଦ କରି ରକ୍ତାରେ ପ୍ରବେଶ କରି ଫୁସଫୁସକୁ ଯାଏ ଓ ଶ୍ୱାସ ନଳୀ ବାଟ ଦେଇ ତଣ୍ଟିରେ ପହଞ୍ଚେ । ସେଠାରେ ଏହା ଗିଳି ହୋଇ ପାକସ୍ଥଳୀ ଦେଇ ପୁନଶ୍ଚ ଅନ୍ତନଳୀରେ ପ୍ରବେଶ କରେ ଓ ଏଠାରେ ବୟଃପ୍ରାପ୍ତ ହୁଏ ।
ଉନ୍ନତ ପରିଛନତାଦ୍ୱାରା ଏହି ରୋଗ ରୋକି ହେବ । ଆଧୁନିକ ପାଇଖାନା ବ୍ୟବହାର୍ ଓ ମଳ ଦୂରୀକରଣ ଏଥି ନିମନ୍ତେ ଆବଶ୍ୟକ ।[1][3] ସାବୁନଦ୍ୱାରା ହାତ ପରିଷ୍କାର କଲେ ସଂକ୍ରମଣ ହୋଇପାରେ ନାହିଁ ।[4] ଯେଉଁ ସ୍ଥାନରେ ୨୦% ଲୋକଙ୍କର ଏହି ରୋଗ ଅଛି, ସେଠାରେ ନିୟମିତ ବ୍ୟବଧାନରେ ପ୍ରତ୍ୟେକ ଲୋକଙ୍କୁ ଚିକିତ୍ସା କରିବା ଆବଶ୍ୟକ । ଚିକିତ୍ସା ପରେ ମଧ୍ୟ ପୁନଃସଂକ୍ରମଣ ହୋଇପାରେ ।[5] ଏହା ନିମନ୍ତେ କୌଣସି ଟିକା ତିଆରି ହୋଇନାହିଁ ।
ଆଲ୍ବେଣ୍ଡାଜୋଲ୍, ମେବେଣ୍ଡାଜୋଲ୍, ଲେଭାମିସୋଲ୍ ଓ ପାରାଣ୍ଟେଲ ପାମୋଏଟ୍ ଔଷଧ ଦେଲେ ଏହି ରୋଗ ଦୂର ହୁଏ ।[6] ଏହି ବ୍ୟତିତ ଟ୍ରାବେଣ୍ଡିମିଡିନ ଓ ନିଟାଜୋକ୍ସାନାଇଡ ମଧ୍ୟ ଭଲ କାମ କରେ ।
ପୃଥିବୀରେ ୦.୮ରୁ ୧.୨ ବିଲିଅନ ଲୋକ ଏହି ରୋଗ ଭୋଗୁଛନ୍ତି । ସବ୍-ସାହାରା, ଲାଟିନ୍ ଆମେରିକା ଓ ଏସିଆରେ ସର୍ବାଧିକ ଲୋକ ଏହାର ଶିକାର ହେଉଛନ୍ତି ।[7] ୧୯୯୦ ମସିହାରେ ୩୪୦୦ ଲୋକ ମରିଥିବା ବେଳେ ୨୦୧୦ମସିହାରେ ୨୭୦୦ ଲୋକ ମରିଛନ୍ତି । [8]