From Wikipedia, the free encyclopedia
ପରିବାକୁ ଗଛର ସେହି ଭାଗକୁ କୁହାଯାଏ ଯାହାକୁ ନିଆଁରେ ରନ୍ଧାହୋଇ ଖାଦ୍ୟ ରୂପେ ଗ୍ରହଣ କରାଯାଏ । ବୀଜ ଏବଂ ମିଠା ଫଳକୁ ପ୍ରାୟତଃ ପରିବା କୁହାଯାଏ ନାହିଁ। ଖିଆ ଯାଉଥିବା ପତ୍ର, ତଳି, ମୂଳ ଇତ୍ୟାଦିକୁ ପ୍ରାୟତଃ ପରିବା କୁହାଯାଏ । ସାଂସ୍କୃତିକ ଦୃଷ୍ଟିରେ "ପରିବା"ର ପରିଭାଷା ସ୍ଥାନୀୟ ପ୍ରଥା ଅନୁସାରେ ଅଲଗା ଅଲଗା ହୋଇଥାଏ । ଉଦାହରଣ ସ୍ୱରୂପ: ବହୁତ ଲୋକ ଛତୁକୁ ପରିବା ବୋଲି ମାନିଥାନ୍ତି , କିନ୍ତୁ ଜୀବ ବିଜ୍ଞାନ ଦୃଷ୍ଟିରୁ ଏହାକୁ "ପତ୍ର" ଭାବେ ଗ୍ରହଣ କରାଯାଏ ନାହିଁ ଏବଂ ଅନ୍ୟ ଲୋକମାନଙ୍କ ଅନୁସାରେ ଏହା ପରିବା ନୁହେଁ; ଏହା ଏକ ଅନ୍ୟ ଖାଦ୍ୟ ଶ୍ରେଣୀ ଯୁକ୍ତ ଅଟେ ।[1][2]
କିଛି ପରିବାକୁ କଞ୍ଚା ଖିଆ ଯାଇପାରେ , ଅନ୍ୟ ପରିବାକୁ କେବଳ ରାନ୍ଧିକରି ଖିଆ ଯାଇପାରେ । ସାଧାରଣତଃ ପରିବାକୁ ଲୁଣ ସହିତ ରନ୍ଧାଯାଏ , କିନ୍ତୁ କିଛି ପରିବାକୁ ଚିନି ସହିତ ରାନ୍ଧି ତା'ର ମିଠା ହାଲୁଆ ତିଆରି କରାଯାଏ (ଯେପରି: ଗାଜର) ।
"ପରିବା"ର ଅର୍ଥ "ଭୋଜନ ପାଇଁ ବିକଶିତ କରାଯାଉଥିବା ଗଛ" ଅଟେ ଯାହା, ୧୮ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ସ୍ଥାପିତ ନଥିଲା ।[3] ୧୭୬୭ ମସିହାରେ, ବିଶେଷ ରୂପେ "ଭୋଜନ" ଏକ ଖାଦ୍ୟ ଜଡ଼ିବୁଟି କିମ୍ବା ଜଡ଼ ପାଇଁ ବିକଶିତ କରାଯାଇଥିବା ଗଛର ଅର୍ଥ ଥିଲା । ୧୯୫୫ ମସିହାରେ ଲଘୁ, ସ୍ଲେଙ୍ଗ ଶବ୍ଦ "ବେଜୀ"ର୍ ପ୍ରଥମ ଉପଯୋଗ ଦେଖାଯାଇଥିଲା ।
ଏକ ବିଶେଷଣ ରୂପେ, ପରିବା ଶବ୍ଦର ପ୍ରୟୋଗ ବୈଜ୍ଞାନିକ ଏବଂ ବୈଷୟିକ ସନ୍ଦର୍ଭରେ ଅଲଗା ଏବଂ ବହୁ ବ୍ୟାପକ ଅର୍ଥ ସହିତ କରାଯାଏ, ଯାହାର ଅର୍ଥ ହେଉଛି: "ଗଛରୁ ସମ୍ବନ୍ଧିତ" ସାମାନ୍ୟ ରୂପେ ଖାଦ୍ୟ ପଦାର୍ଥ କିମ୍ବା "ପରିବା ପଦାର୍ଥ", "ପରିବା ରାଜ୍ୟ", "ପରିବା ମୂଳ" ଇତ୍ୟାଦି ।[4]
ହିନ୍ଦୀ ଭାଷାରେ "ସବ୍ଜ" ଶବ୍ଦର ଅର୍ଥ ଆଧୁନିକ ଫରାସୀରେ "ସବୁଜ" ତଥା କେବେ କେବେ "କଳା" ହୋଇଥାଏ । ଫରାସୀରେ (ହିନ୍ଦୀ: ସବ୍ଜୀ) "ପରିବା" କେବଳ ବାସ୍ତବରେ ସବୁଜ ରଙ୍ଗ ପତ୍ର - ପରିବାକୁ କୁହାଯାଏ, କିନ୍ତୁ ହିନ୍ଦୀ, ଉର୍ଦ୍ଦୁ, ପଞ୍ଜାବୀ, କାଶ୍ମୀରୀ ଓ ଉତ୍ତର ଭାରତୀୟ ଉପ-ମହାଦ୍ବୀପର ଅନ୍ୟ ଭାଷାରେ "ପରିବା" ଶ୍ରେଣୀରେ ବିଭିନ୍ନ ରଙ୍ଗର ପରିବା ସାମିଲ ରହିଛି । ସଂସ୍କୃତ ଓ ଫରାସୀ (ହିନ୍ଦୀ-ଇରାଣୀ ଭାଷା ପରିବାର) ଅନ୍ତର୍ଗତ ହୋଇଥିବା କାରଣରୁ ହଜାର ସଜାତୀୟ ଶବ୍ଦ ରଖିଥାନ୍ତି ଏବଂ ସବ୍ଜ ମଧ୍ୟ ଏମାନଙ୍କ ମଧ୍ୟରୁ ଗୋଟିଏ ଅଟେ । ସଂସ୍କୃତରେ ଏହି ଶବ୍ଦର ଅର୍ଥ "ଶସ୍ୟ" ଅଟେ, ଯାହାର ମୂଳ ଅର୍ଥ (ଖାଦ୍ୟ ରୂପେ ବ୍ୟବହାର କରା ଯାଉଥିବା ଦାନା କିମ୍ବା ଫଳ) ଅଟେ ।[5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.