ଗାଜର

ପନିପରିବା From Wikipedia, the free encyclopedia

ଗାଜର

ଗାଜର ଏକ ପରିବା ଅଟେ, ଏହା ଲାଲ, କଳା, ନାରଙ୍ଗୀ, ଧଳା ଏବଂ ହଳଦିଆ ପରି ବିଭିନ୍ନ ରଙ୍ଗରେ ମିଳିଥାଏ ।[] ଏହା ଏକ ବଣୁଆ ଗାଜର ଘରୋଇକରଣ ଉତ୍ପାଦ । ଏହା ବୋଧେ ପ୍ରାରମ୍ଭରେ ପର୍ସିଆରେ ଏହାର ମଞ୍ଜି ଏବଂ ପତ୍ର ପାଇଁ ଚାଷ କରାଯାଉଥିଲା ।

Quick Facts Carrot, ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ ...
Carrot
Thumb
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ଉଦ୍ଭିଦ ସାମ୍ରାଜ୍ୟ
ଗୋଷ୍ଠୀ: ଟ୍ରାକିଓଫାଇଟା
ଗୋଷ୍ଠୀ: ସ୍ପର୍ମାଟୋଫାଇଟା
ଗୋଷ୍ଠୀ: ଆବୃତବୀଜୀ
ଗୋଷ୍ଠୀ: ୟୁଡିକୋଟ
Clade: Asterids
Order: Apiales
Family: Apiaceae
Genus: Daucus
ଜାତି: D. carota
ଉପଜାତି: D. c. subsp. sativus
ଟ୍ରାଇନୋମିଆଲ ନାମ
Daucus carota subsp. sativus
(Hoffm.) (Schübl.) & (G. Martens)
Close

ସଂଯୁକ୍ତ ରାଷ୍ଟ୍ରର ଖାଦ୍ୟ ଏବଂ କୃଷି ସଂଗଠନ (ଏଫଏଓ)ର ରିପୋର୍ଟ ଅନୁସାରେ କ୍ୟାଲେଣ୍ଡର ବର୍ଷ ୨୦୧୩ ମସିହା ପାଇଁ ଗାଜର ଏବଂ ଉଦ୍ଭିଦ ମୂଳ (ଏହି ଗଛ ଗୁଡିକୁ ଏଫଏଓଦ୍ୱାରା ସଂଯୁକ୍ତ କରାଗଲା)ର ବିଶ୍ୱ ଉତ୍ପାଦନ ୩୭.୨ ମିଲିୟନ ଟନ ଥିଲା; ପାଖାପାଖି ଅଧା (~ ୪୫%) ଚୀନରେ ବିକଶିତ କରାଯାଇଥିଲା । ଗାଜର ବ୍ୟାପକ ରୂପରେ ବହୁ ବ୍ୟଞ୍ଜନରେ ବ୍ୟବହାର କରାଯାଏ । ବିଶେଷ ରୂପେ ସାଲଡ଼ର ପ୍ରସ୍ତୁତିରେ ଏବଂ ବହୁ ପାରମ୍ପରିକ ବ୍ୟଞ୍ଜନରେ ଗାଜର ଯୁକ୍ତ ସାଲଡ଼ ଏକ ପରମ୍ପରା ଅଟେ ।

ଇତିହାସ

Thumb
ବିଭିନ୍ନ ରଙ୍ଗର ଗାଜର

ଲିଖିତ ଇତିହାସ ଏବଂ ଆଣବିକ ଅନୁବଂଶୀକ ଅଧ୍ୟୟନଦ୍ୱାରା ଜଣାଯାଏ କି, ଘରୋଇ ଗାଜରର ମଧ୍ୟ ଏସିଆରେ ଏକମାତ୍ର ହିଁ ମୂଳ ରହିଛି । ୮ବିଂଶ ଶତାବ୍ଦୀରେ "ମୁର୍ସ"ଦ୍ୱାରା ଏହି ଗଛକୁ ସ୍ପେନରେ ପରିଚୟ କରାଯାଇଥିଲା । ୧୦ବିଂଶ ଶତାବ୍ଦୀରେ ପଶ୍ଚିମ ଏସିଆ, ଭାରତ ଏବଂ ୟୁରୋପରେ ଗଛର ମୂଳ ବାଇଗେଣି ଥିଲା ।[] ଆଧୁନିକ ଗାଜରର ଉତ୍ପତ୍ତି ଏହି ସମୟରେ ଆଫଗାନିସ୍ତାନରେ ହୋଇଥିଲା।[] ୧୧ବିଂ ଶତାବ୍ଦୀରେ ୟହୁଦୀ ବିଦ୍ୱାନ "ଶୀମୋନ ସେଠ" , ଲାଲ ଏବଂ ହଳଦିଆ ରଙ୍ଗର ଗାଜର ବିଷୟରେ ବର୍ଣ୍ଣନା କରିଥିଲେ ।


ସ୍ୱାସ୍ଥ୍ୟ ବର୍ଦ୍ଧକ

ଗୋଟେ ଗ୍ଲାସ ଗାଜର ରସ ମଣିଷ ଶରୀର ପାଇଁ ଏକ ପୂର୍ଣ୍ଣ ଭୋଜନ ଅଟେ । ଏହାର ସେବନଦ୍ୱାରା ରକ୍ତରେ ବୃଦ୍ଧି ଆସିଥାଏ ।[] ମଧୁମେହ ଆଦି ରୋଗକୁ ଛାଡି ଗାଜର ପ୍ରାୟତଃ ସବୁ ରୋଗରେ ସେବନ କରାଯାଇ ପାରେ । ଗାଜର ରସରେ ଭିଟାମିନ "ଏ", "ବି", "ସି", "ଇ", "ଜୀ", ଏବଂ "କେ" ମିଳିଥାଏ । ଗାଜର ଜୁସ ପିଇବା କିମ୍ବା କଞ୍ଚା ଗାଜର ଖାଇବାଦ୍ୱାରା ମଳକଣ୍ଟକର ଅସୁବିଧାରୁ ମୁକ୍ତି ମିଳିଥାଏ । ଏହା ଜଣ୍ଡିସ ରୋଗର ପ୍ରାକୃତିକ ଔଷଧ ଅଟେ । ଏହାର ସେବନ ଲ୍ୟୁକେମିୟା (ବ୍ଲଡ଼ କ୍ୟାନ୍ସର) ଏବଂ ପେଟର କ୍ୟାନ୍ସର ପାଇଁ ଲାଭ ଦାୟକ ଅଟେ । ଏହାର ସେବନଦ୍ୱାରା କୋଷ ଏବଂ ଧମନୀକୁ ସଂଜୀବନି ମିଳିଥାଏ । ଗାଜରରେ ବିଟା-କେରୋଟିନ ନାମକ ଔଷଧୀୟ ତତ୍ତ୍ୱ ରହିଥାଏ , ଯାହା କ୍ୟାନ୍ସର ଉପରେ ନିୟନ୍ତ୍ରଣ କରିବା ପାଇଁ ସାହାଯ୍ୟ କରିଥାଏ । [ଆଧାର ଲୋଡ଼ା] ଏହାର ସେବନଦ୍ୱାରା ଇମ୍ୟୁନିଟି ସିଷ୍ଟମ ଦୃଢ଼ ହୋଇଥାଏ ଏହା ସହିତ ଆଖିର ପାୱାର ବଢିଥାଏ । ଗାଜର ସେବନଦ୍ୱାରା ଶରୀରକୁ ଉର୍ଜା ମିଳିଥାଏ ।[][]

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.