From Wikipedia, the free encyclopedia
ପଣସ (Artocarpus heterophyllus) ଦକ୍ଷିଣ ଏସିଆରେ ଦେଖାଯାଉଥିବା ଏକ ଗଛ ଅଟେ । ଏହାର ଫଳ ମାଂସଳ ଓ ହଳଦିଆ ରଙ୍ଗର ଅଟେ । ପ୍ରଥମରୁ ଏହା ଭାରତରେ ଦେଖାଯାଉଥିଲା । ଗୋଆ , କେରଳ, ଓଡ଼ିଶା, ତାମିଲନାଡୁ [6], ମହାରାଷ୍ଟ୍ର [7] ଆଦି ରାଜ୍ୟ ମାନଙ୍କରେ ଏହା ଦେଖାଯାଏ । ଏହା ସବୁଠାରୁ ବଡ଼ ଫଳ ଅଟେ [8]। ସବୁଠାରୁ ବଡ଼ ପଣସର ଓଜନ ୩୫ କିଲୋ , ୯୦ ସେଣ୍ଟିମିଟର ଲମ୍ବା, ଓ ୫୦ ସେଣ୍ଟିମିଟର ଚଉଡା ଅଟେ ।[9]
Jackfruit | |
---|---|
Jackfruit | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Rosids |
ଗଣ: | Rosales |
କୁଳ: | Moraceae |
ଗୋଷ୍ଠୀ: | Artocarpeae |
ପ୍ରଜାତି: | Artocarpus |
ଜାତି: | A. heterophyllus |
ବାଇନୋମିଆଲ ନାମ | |
Artocarpus heterophyllus | |
Synonyms[3][4][5] | |
|
ଭାରତୀୟ ଚାଷରେ ପ୍ରାୟ ୩୦୦୦ରୁ ୪୦୦୦ ବର୍ଷ ତଳୁ ପଣସ ଏକ ଗୁରୁତ୍ୱପୂର୍ଣ ଭୂମିକା ସମ୍ପର୍ଣ୍ଣ କରି ଆସୁଛି । ଦକ୍ଷିଣ ଏସିଆରେ ଏହା ଅଧିକ ପରିମାଣରେ ଉତ୍ପାଦନ କରାଯାଏ । ଭାରତର ଗ୍ରୀଷ୍ମ ମଣ୍ଡଳୀୟ ଅଞ୍ଚଳ । ଭାରତର ସମଗ୍ର ପଶ୍ଚିମ ଉପକୂଳରେ ଏବଂ ପୂର୍ବ ପଟେ ଆସାମ, ପଶ୍ଚିମବଙ୍ଗ, ଓଡ଼ିଶା, ବିହାର ପ୍ରଭୃତି ରାଜ୍ୟରେ ଚାଷ କରାଯାଏ ।
ପଣସ ଗ୍ରୀଷ୍ମମଣ୍ଡଳୀୟ ଫଳ । ଏହା ଉଷ୍ମ ଓ ଆଦ୍ର ଜଳବାୟୁରେ ଭଲ ହୁଏ । ସମୁଦ୍ର ପତନଠାରୁ ୧୫୦୦ ମିଟର ପର୍ଯ୍ୟନ୍ତ ପଣସ ଚାଷ କରାଯାଇ ପାରେ । କିନ୍ତୁ ୧୨୦୦ ମିଟର ଉଚ୍ଚତା ପରେ ଏହା କମ ଫଳେ । ଏହା ବୃଷ୍ଟିବହୁଳ ଅଞ୍ଚଳରେ ଭଲ ବଢିଲେ ମଧ୍ୟ ଏହାର ମୂଳରେ ପାଣି ଜମି ରହିଲେ ଏହା ସହ୍ୟ କରି ପାରେ ନାହିଁ ।
ପଣସ ନିଗିଡା ଉଚ୍ଚ ଜମିରେ ଭଲ ହୁଏ । ନିଗିଡା, ଲାଲ, ଲାଲ ଦୋରସା, ରୁଗୁଡିଆ ଲାଲ ଓ ପଟୁ ମାଟିରେ ଭଲ ବଢେ । ସନ୍ତସନ୍ତିଆ ଜମିରେ ଏହା ଖୁବ ଭଲ ହୁଏନି ଓ ଗଛ ମରିଯାଏ । ଓଡ଼ିଶାର ପାହାଡ଼ିଆ ଅଞ୍ଚଳରେ ଏହା ଖୁବ ଭଲ ହୁଏ ।
ପଣସ ଦୁଇ ପ୍ରକାର । ଗୋଟିଏ କାଦୁଆ ଓ ଅନ୍ୟଟି ହେଲା ଖଜରା । କାଦୁଆ ପଣସର କୋଷାଗୁଡିକ ଗୋଲାକାର ପାଚିଗଲେ ନରମ ହୋଇ ତୁଳା ପରି ହୋଇଯାଏ । ଖଜରା ପଣସର କୋଷାଗୁଡ଼ିକ ସାରୁ, ଲମ୍ବାଳିଆ, ଦୁଧିଆ ରଙ୍ଗ ବା ଧଳାଚମ୍ପା ଫୁଲ ରଙ୍ଗ ପରି । ତେବେ ଭଲ ପଣସ ଭିତରେ ସିଙ୍ଗାପୁର ବା ସିଲୋ ପ୍ରଥମ । ବର୍ତ୍ତମାନ ଦେଶୀ ପଣସ ସହ ସିଙ୍ଗାପୁର ପଣସର କୃତିମ ସଙ୍ଗମ କରାଯାଇ କେତେକ ଉନ୍ନତ କିସମର ପଣସ ବାହାର କରାଗଲାଣି ।
ସାଧାରଣତଃ ମଞ୍ଜିରୁ ଗଛ କରାଯାଏ । ଆଖି କଲମୀ ଓ ଯୋଡ କଲମିରେ ରୁଦ୍ରାକ୍ଷୀ ପଣସ ଗଛକୁ ମୂଳ ଗଛ ହିସାବରେ ବ୍ୟବହାର କରାଯାଏ ।
ସାଧାରଣତଃ ପଣସ ଗଛରେ ଖତସାର କେହି ଦିଅନ୍ତିନି । କିନ୍ତୁ ଫଳ ଅମଳ ପରେ ପ୍ରତି ଗଛର ୨/୩ ଟୋକେଇ ଖତ ଓ ୨କେଜି ଜୈବିକ ସାର ବର୍ଷା ଋତୁ ଆରମ୍ଭରେ ଦେଲେ ବେଶୀ ଫଳ ମିଳେ । ବୋରନ ଅଣୁସାର ଅଭାବ ହେଲେ ଫଳ ଆସିବା କମିଯାଏ । ଗଛ ପ୍ରତି ୫୦୦ ଗ୍ରାମ ବୋରାକ୍ସ ଦେଲେ ଭଲ ଫଳ ଅମଳ ଆସେ ।
ପଣସ ଗଛରେ ମାଈଫୁଲ ଓ ଅଣ୍ଡିରା ଫୁଲ ଫୁଟେ । ଗଛରେ ପ୍ରଥମେ ଅଣ୍ଡିରା ଫୁଲ ଫୁଟେ ଓ ତା’ପରେ ମାଈ ଓ ଅଣ୍ଡିରା ଫୁଲ ଫୁଟେ ଓ ଶେଷରେ କେବଳ ମାଈଫୁଲ ଫୁଟେ । ଅଣ୍ଡିରା ଫୁଲ ଫୁଟିବାର ୨-୩ ସପ୍ତାହ ମଧ୍ୟରେ ଗଛରୁ ଝରିପଡେ । ଏକ ପ୍ରକାରର ଛୋଟ ଛୋଟ ଫଳ କଷି ଗଛରୁ ଝଡୁ ଥିବାରୁ ଲକ୍ଷକରି ଏହା କୌଣସି ରୋଗରୁ ବା ଅନ୍ୟକାରଣରୁ ହେଉଛି ବୋଲି ଭାବନ୍ତି । ଅଣ୍ଡିରା ଫୁଲଗୁଡ଼ିକ ଖଡିପଡେ । ସାଧାରଣତଃ ଅଣ୍ଡିରା ଫୁଲଗୁଡ଼ିକ ଗଛର ଶାଖା ଓ ପ୍ରଶାଖାରେ ଫୁଟେ । କିନ୍ତୁ ମାଈଫୁଲ ସାଧାରଣତଃ ଗଛର ମୂଳ ଅଂଶରେ କିମ୍ବା ଗଣ୍ଡିରୁ ବାହାରି ଥିବା ମୁଖ୍ୟ ଶାଖାକାଣ୍ଡରେ ବାହାରି ଥାଏ । ସେଥିପାଇଁ ପଣସ ସବୁ ଗଛର ଗଣ୍ଡି ପାଖରେ ଫଳିଥାନ୍ତି ।
ମଞ୍ଜି ଗଛରେ ୭/୮ ବର୍ଷ ପରେ ଫଳ ଆସେ କଲମୀ ଗଛ ୫/୭ ବର୍ଷ ପରେ ଫଳ ଆସେ । ଗୋଟିଏ ଗଛରୁ ୧୦୦ କେଜିରୁ ୧୦୦୦ କେଜି ପର୍ଯ୍ୟନ୍ତ ଫଳ ମିଳେ ।
ସେମାନେ ଏହାକୁ ନଙ୍ଗକା କୁହନ୍ତି ।
ପଣସରେ ୧୦୦ ଗ୍ରାମ ପ୍ରୋଟିନ,ଭିଟାମିନ ସି(୧୩.୭ମିଲିଗ୍ରାମ)[10] ଓ କ୍ୟାଲୋରି ଥାଏ ।
ପଣସ କାଠରେ ଘରର ଆସବାପତ୍ର ତିଆରି ହୁଏ ଯଥା କବାଟ,ଝରକା,ଆଲମାରି ଇତ୍ୟାଦି । ଏହା ସଙ୍ଗୀତ ବାଦ୍ୟ ତିଆରିରେ ସାହାଯ୍ୟ କରେ ।
"Jackfruit: Improvement in the Asia-Pacific Region" (PDF). Asia-Pacific Association of Agricultural Research Institutions.</ref>
ସ୍ଥାନ | ଦେଶ | ଉତ୍ପାଦନ (୧୦୦୦ ଟନ) |
---|---|---|
୧ | ଭାରତ | ୧୪୩୬ |
୨ | ବଙ୍ଗଳାଦେଶ | ୯୨୬ |
୩ | Thailand | ୩୯୨ |
୪ | ଇଣ୍ଡୋନେସିଆ | ୩୪୦ |
୫ | ନେପାଳ | ୧୮.୯୭ |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.