ନେତ୍ରପଟଳ ସ୍ଖଳନ
ଚକ୍ଷୁ ରୋଗ / From Wikipedia, the free encyclopedia
ନେତ୍ରପଟଳ ସ୍ଖଳନ ଏକ ଚକ୍ଷୁ ରୋଗ ଯେଉଁଥିରେ ଚକ୍ଷୁର ରେଟିନା ତାହାର ପାର୍ଶ୍ୱବର୍ତ୍ତୀ ବର୍ଣ୍ଣକଣା ସ୍ତରଠାରୁ ସ୍ଖଳିତ ହୋଇଯାଏ । [1] ଏହି ରୋଗ ହେଲେ ଆଖିରେ ଭାସମାନ ପଦାର୍ଥ (floaters) ଦୃଶ୍ୟ ହୁଏ, ଫୋଟୋପ୍ସିଆ (flashes of light) ହୁଏ ଓ ଦୃଷ୍ଟିକ୍ଷେତ୍ରର ପରିଧି ଇଲାକା ଦୃଶ୍ୟ (outer part) ଉତ୍ତମ ରୂପେ ଦେଖାଯାଏ ନାହିଁ ।[2][1] ଦୃଷ୍ଟିକ୍ଷେତ୍ରର ଏକ ଅଂଶ ଚାଦର ଆବୃତ ହୋଇଯିବା ଭଳି ବର୍ଣ୍ଣନା କରାଯାଏ ।[2] ପ୍ରାୟ ୭% ରୋଗୀଙ୍କର ଉଭୟ ଆଖିରେ ଏହି ରୋଗ ଥାଏ ।[3] ଚିକିତ୍ସା ନ ପାଇଲେ ସ୍ଥାୟୀ ଦୃଷ୍ଟିହାନୀ ହୁଏ ।[4]
ନେତ୍ରପଟଳ ସ୍ଖଳନ | |
---|---|
ଇଂରାଜୀରେ Detached retina | |
ସ୍ଲିଟଲ୍ୟାମ୍ପ (Slit lamp) ଫୋଟୋଗ୍ରାଫରେ ନେତ୍ରପଟଳ ସ୍ଖଳନ ଦେଖାଯାଉଛି । | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | ଚକ୍ଷୁ ବିଭାଗ |
ଆଇସିଡ଼ି-୧୦ | H33. |
ଆଇସିଡ଼ି-୯-ସିଏମ୍ | 361 |
ରୋଗ ଡାଟାବେସ | 11417 |
ମେଡ଼ିସିନ-ପ୍ଲସ | 001027 |
ଇ-ମେଡ଼ିସିନ | oph/504 |
Patient UK | ନେତ୍ରପଟଳ ସ୍ଖଳନ |
MeSH | D012163 |
ସାଧାରଣତଃ ରେଟିନା ବା ନେତ୍ରପଟଳରେ ଛିଦ୍ର ହୁଏ ଓ ଏହା ଫଳରେ ଭିଟ୍ରିଅସ ହ୍ୟୁମର (fluid in the eye) ରେଟିନା ପଛକୁ ବୋହିଯାଏ । ଚକ୍ଷୁ ପ୍ରଦାହ, ଆଘାତ ଓ ପୃଷ୍ଠ ନେତ୍ରପଟଳ ସ୍ଖଳନ (posterior vitreous detachment) ଯୋଗୁ ଛିଦ୍ର ହୁଏ । ନିକଟ ଦୃଷ୍ଟି ଓ ପୂର୍ବତନ ପରଳ ଅପରେଶନ ମଧ୍ୟ ସଙ୍କଟଦାୟକ ଅବସ୍ଥା ହୋଇପାରେ । କରଏଡାଲ ଅର୍ବୁଦ (choroidal tumor) ଯୋଗୁ କ୍ୱଚିତ ନେତ୍ରପଟଳ ସ୍ଖଳନ ହୁଏ ।[1] ଅଫଥାଲମୋସ୍କୋପ (ophthalmoscope) ସାହାଯ୍ୟରେ ଚକ୍ଷୁର ପୃଷ୍ଠଦେଶ ପରିଦର୍ଶନ କରି ବା ଅଲଟ୍ରାସାଉଣ୍ଡ (ultrasound) କରି ରୋଗ ନିର୍ଣ୍ଣୟ କରାଯାଏ ।[1][4]