ନିଲୋଟିନିବ
କ୍ରନିକ ମାୟେଲୋଜେନସ ଲିଉକେମିଆ ରୋଗରେ ଦିଆଯାଏ । / From Wikipedia, the free encyclopedia
ନିଲୋଟିନିବ, ବିକ୍ରୟ ନାମ ଟାସିଗନା, ହେଉଛି ଏକ ଔଷଧ ଯାହା କ୍ରନିକ୍ ମାଇଲୋଜେନସ୍ ଲ୍ୟୁକେମିଆ (ସିଏମଏଲ/ CML)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଯେଉଁଥିରେ ଫିଲାଡେଲଫିଆ କ୍ରୋମୋଜୋମ ଥାଏ | [2] କ୍ରନିକ୍ ପର୍ଯ୍ୟାୟ ସିଏମଏଲର ପ୍ରାରମ୍ଭିକ କ୍ଷେତ୍ର ଓ ତ୍ୱରିତ ତଥା କ୍ରନିକ ପର୍ଯ୍ୟାୟ ସିଏମଏଲରେ ବ୍ୟବହୃତ ହୋଇପାରେ ଯାହା ଇମାଟିନିବକୁ ପ୍ରତିକ୍ରିୟା କରିନଥାଏ | [3] [4] ଏହା ପାଟିରେ ଦିଆଯାଏ | [5]
![]() | |
![]() | |
Clinical data | |
---|---|
Trade names | Tasigna, others |
Synonyms | AMN107 |
AHFS/Drugs.com | monograph |
MedlinePlus | a608002 |
data | |
Pregnancy category |
|
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | 30%[1] |
Protein binding | 98%[1] |
Metabolism | Liver (mostly CYP3A4-mediated)[1] |
Elimination half-life | 15-17 hours[1] |
Excretion | Faeces (93%)[1] |
Identifiers | |
IUPAC name
| |
ECHA InfoCard | 100.166.395 ![]() |
Chemical and physical data | |
Formula | C28H22F3N7O |
Molar mass | ୫୨୯.୫୩ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ପ୍ଲାଟଲେଟ, କମ୍ ଶ୍ୱେତ ରକ୍ତ କଣିକା, ରକ୍ତହୀନତା, ରାସ୍, ବାନ୍ତି, ତରଳ ଝାଡ଼ା ଏବଂ ଗଣ୍ଠି ଯନ୍ତ୍ରଣା ହୋଇପାରେ | [4] ଅନ୍ୟାନ୍ୟ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ କ୍ୟୁଟି ବିସ୍ତାର, ଆକସ୍ମିକ ମୃତ୍ୟୁ, ଅଗ୍ନାଶୟ ପ୍ରଦାହ ଏବଂ ଯକୃତ ସମସ୍ୟା ହୋଇପାରେ | [5] ଗର୍ଭାବସ୍ଥାରେ ବ୍ୟବହାର ପାଇଁ ଏହା ନିରାପଦ ନୁହେଁ | [5] ନିଲୋଟିନିବ ହେଉଛି ଏକ ବିସିଆର-ଏବିଏଲ ଟାଇରୋସିନ କାଇନେଜ ଇନହିବିଟର ଏବଂ କର୍କଟ କୋଷ ମଧ୍ୟରେ ସିଗନାଲରେ ହସ୍ତକ୍ଷେପ କରି କାର୍ଯ୍ୟକ୍ଷମ ହୁଏ | [5]
୨୦୦୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ନିଲୋଟିନିବ ଅନୁମୋଦିତ ହୋଇଥିଲା । [4] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ତାଲିକାରେ ଏହାର ନାମ ଅଛି ।[6] ଯୁକ୍ତରାଜ୍ୟରେ ୨୦୧୮ ସୁଦ୍ଧା ମାସକୁ ୨,୪୩୩ ପାଉଣ୍ଡ ଖର୍ଚ୍ଚ ହେଉଛି | [7] ଯୁକ୍ତରାଷ୍ଟ୍ରରେ ଏହି ରାଶି ୨୦୧୯ ସୁଦ୍ଧା ୧୪,୩୬୮ ଆମେରିକୀୟ ଡଲାର ଅଟେ। [8]