ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ From Wikipedia, the free encyclopedia
ନିକିତା, ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ ଥିଲେ । ସେ ଓଡ଼ିଆ କଥାଚିତ୍ର ତୁ ମୋ ଆଖିର ତାରା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[3] ଏହାପରେ ସେ କିଛି ଓଡ଼ିଆ କଥାଚିତ୍ରରେ ନାୟିକ ଏବଂ ପାର୍ଶ୍ୱ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ । ନିକିତା ଓଡ଼ିଆ କଥାଚିତ୍ର ସହ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ ।[4] ୨୦୧୯ ମସିହା ଜାନୁଆରୀ ମାସ ୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।[2]
ନିକିତା କଟକରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ସନାତନ ବେହେରା ପୂର୍ତ୍ତ ବିଭାଗର ଜଣେ ବିତ୍ତ ଅଧିକାରୀ ।[1] ନିକିତା ୨୦୧୭ ମସିହାରେ ଅଭିନେତା ଲିପନ ସାହୁଙ୍କୁ ବିବାହ କରିଥିଲେ । ଉଭୟଙ୍କର ୫ ମାସର ଏକ ଶିଶୁ ପୁତ୍ର ଥିବାବେଳେ ନିକିତାଙ୍କର ମୃତ୍ୟୁ ହୋଇଥିଲା ।[5]
ନିକିତା ୨୦୦୫ ମସିହାରେ ଓଡ଼ିଆ କଥାଚିତ୍ର ତୁ ମୋ ଆଖିର ତାରା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[3] ଏହି କଥାଚିତ୍ରଟିରେ ନିକିତା ନାୟିକା ବର୍ଷା ପ୍ରିୟଦର୍ଶିନୀଙ୍କ ସାନ ଭଉଣୀ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ନାୟକ । ଏହି କଥାଚିତ୍ରଟିରେ ସିଦ୍ଧାନ୍ତ ମହାପାତ୍ର, ବିଜୟ ମହାନ୍ତି, କୁନା ତ୍ରିପାଠୀ, ପପୁ ପମ ପମ ଆଦି କଳାକାରମାନେ ଅଭିନୟ କରିଥିଲେ ।
ଏହାପରେ ନିକିତା ୨୦୧୧ ମସିହାରେ ଓଡ଼ିଆ କଥାଚିତ୍ର ଚୋରି ଚୋରି ମନ ଚୋରିରେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ ।[6] ଏହି କଥାଚିତ୍ରଟିରେ ନିକିତାଙ୍କ ସହ ନାୟକ ଭୂମିକାରେ ଅଭିନୟ କରିଥିଲେ ଦେବାଶିଷ ପାତ୍ର । ରାଜୀବ ମହାନ୍ତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିରେ ମିହିର ଦାସ, କୁନା ତ୍ରିପାଠୀ, ସ୍ନିଗ୍ଧା ମହାନ୍ତି, ଜୀବନ ପଣ୍ଡା, ମୀନକେତନ, ଭଗବାନ, ପୁଷ୍ପା ପଣ୍ଡା, ପିଣ୍ଟୁ ନନ୍ଦ ଆଦି କଳାକାରମାନେ ଅଭିନୟ କରିଥିଲେ ।
୨୦୧୨ରେ ନିକିତା ଓଡ଼ିଆ କଥାଚିତ୍ର ମୁଁରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ନିଶିକାନ୍ତ ଦଳବେହେରା ।[7] ଏହି କଥାଚିତ୍ରଟିରେ ସୁମନ, ମିହିର ଦାସ, ରୋମି, ରଫି, ପ୍ରଜ୍ଞା, ବୀଣା ମହାପାତ୍ର, ରବି ମିଶ୍ର, ଚୌଧୁରୀ ଜୟପ୍ରକାଶ ଦାସ, ଭୂପତି ତ୍ରିପାଠୀ, ଦେବୀ ବାରିକ ଆଦି କଳାକାରମାନେ ଅଭିନୟ କରିଥିଲେ ।[8]
୨୦୧୩ରେ ନିକିତା ମିତ ବସିଛି ମୁଁ ଭୂତ ସାଥିରେ କଥାଚିତ୍ରରେ ଅଭିନୟ କରିଥିଲେ ।[9] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ନାୟକ । ଆକାଶ ଦାସନାୟକ, ପ୍ରିୟା ଚୌଧୁରୀ, ଦୁଷ୍ମନ୍ତ ପଣ୍ଡା, ବିଜୟ ମହାନ୍ତି, ସ୍ନିଗ୍ଧା ମହାନ୍ତି, କୁନା ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[10]
୨୦୧୬ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ଗୁଣ୍ଡାରେ ନିକିତା ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ସହ ଅଭିନୟ କରିଥିଲେ ।[11] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଶୁଭାଶିଷ ପତି । ଝାନ୍ସି ରାଣୀ, ମିହିର ଦାସ, ରକ୍ ପାତ୍ର, ବାପି ରାୟ, ହିମିକା, ପ୍ରଜ୍ଞା ଖଟୁଆ, ମାମୁନି ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[12] ଏହି କଥାଚିତ୍ର ଥିଲା ତାଙ୍କର ଶେଷ କଥାଚିତ୍ର ।
ନିକିତା ଓଡ଼ିଆ କଥାଚିତ୍ର ବ୍ୟତୀତ ଓଡ଼ିଆ ଦୂରଦର୍ଶନରେ କିଛି ଧାରାବାହିକରେ ଅଭିନୟ କରିଛନ୍ତି । ସେ ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ତପସ୍ୟାରେ ଶୀର୍ଷକ ଭୂମିକାରେ ଅଭିନୟ କରିଥିଲେ ।[4]
ଏହାପରେ ନିକିତା ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ଏସପି ନିକିତାରେ ଶୀର୍ଷକ ଭୂମିକାରେ ଅଭିନୟ କରିଥିଲେ ।[2] ଏହି ଧାରାବାହିକଟି ଚାଲିଥିବାବେଳେ ହଠାତ୍ ଧାରାବାହିକଟିର ଅଧିକାଂଶ କଳାକାର ବଦଳି ଯାଇଥିଲେ । ତେଣୁ ନିକିତା ମଧ୍ୟ ଅଧାରୁ ଧାରାବାହିକଟି ଛାଡ଼ିଥିଲେ ଏବଂ ଅନ୍ୟ ଜଣେ ନାୟିକା ତାଙ୍କ ଭୂମିକାରେ ଅଭିନୟ କରିଥିଲେ ।
ନିକିତା ୪ ଜାନୁଆରୀ ୨୦୧୯ରେ ରାତି ପାଖାପାଖି ସାଢ଼େ ୧୦ଟା ବେଳେ କଟକଠାରେ ତାଙ୍କ ଘରର ୨ ମହଲା ଛାତ ଉପରୁ ତଳକୁ ଖସି ପଡ଼ିଥିଲେ, ଫଳରେ ମୁଣ୍ଡରେ ଆଘାତ ଲାଗିଥିଲା[2] ଏବଂ ପରେ ତାଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା, ମାତ୍ର ପରଦିନ ଜାନୁଆରୀ ୫ ତାରିଖରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।[13] ନିକିତାଙ୍କର ମୃତ୍ୟୁ ପରେ ତାଙ୍କୁ ତାଙ୍କର ସ୍ୱାମୀ ଲିପନ ସାହୁ ହତ୍ୟା କରିଥିଲେ ବୋଲି ତାଙ୍କ ବାପା ଅଭିଯୋଗ କରିଥିଲେ ।[1]
ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୦୫ | ତୁ ମୋ ଆଖିର ତାରା | ନିକି | ପ୍ରଥମ ଓଡ଼ିଆ କଥାଚିତ୍ର |
୨୦୧୧ | ଚୋରି ଚୋରି ମନ ଚୋରି | ଖୁସି | ନାୟିକା ଭାବରେ ପ୍ରଥମ ଓଡ଼ିଆ କଥାଚିତ୍ର |
୨୦୧୧ | ମଥାରେ ଦେଇ ପାଟ ଓଢ଼ଣୀ | ||
୨୦୧୨ | ମୁଁ | ପ୍ରିୟା | |
୨୦୧୩ | ମିତ ବସିଛି ମୁଁ ଭୂତ ସାଥିରେ | ଲକ୍ଷ୍ମୀ | |
୨୦୧୬ | ଗୁଣ୍ଡା |
ଧାରାବାହିକ | ଚେନାଲ | ଭୂମିକା |
---|---|---|
ତପସ୍ୟା | ଇ ଟିଭି ଓଡ଼ିଆ | ତପସ୍ୟା |
ଏସିପି ନିକିତା | ତରଙ୍ଗ ଟିଭି | ନିକିତା |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.