ଓଡ଼ିଆ ଅଭିନେତା From Wikipedia, the free encyclopedia
ନରେନ୍ଦ୍ର କୁମାର ବେହେରା ଓଡ଼ିଆ କଥାଚିତ୍ର ଜଗତର ଜଣେ ହାସ୍ୟ ଅଭିନେତା ଥିଲେ । ଦର୍ଶକଙ୍କ ନିକଟରେ 'ନରି' ଭାବେ ବେଶୀ ପରିଚିତ ଥିଲେ ।[1] ହାସ୍ୟ ଅଭିନେତା ଶ୍ୟାମଳେନ୍ଦୁଙ୍କ ସହ ସେ ବହୁ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ । [2]
ନରେନ୍ଦ୍ର କୁମାର ବେହେରା (ନରି) | |
---|---|
ଜନ୍ମ | ୨୮ ଜୁଲାଇ ୧୯୪୩ |
ମୃତ୍ୟୁ | ୧୪ ଅକ୍ଟୋବର ୧୯୯୫ ୫୨) | (ବୟସ
ଶିକ୍ଷାନୁଷ୍ଠାନ | ମିସନ ସ୍କୁଲ, କଟକ |
ବୃତ୍ତି | ଅଭିନେତା |
ନରି, ୧୯୪୩ ଜୁଲାଇ ୨୮ତାରିଖରେ ଏକ ଗୋପାଳ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ସ୍ୱର୍ଣ୍ଣକାର ଭାବରେ କାର୍ଯ୍ୟ କରୁଥିଲେ ମଧ୍ୟ ଜଣେ ସଙ୍ଗୀତପ୍ରିୟ ବ୍ୟକ୍ତି ଥିଲେ । ପିତାଙ୍କ ପ୍ରଭାବ ନରିଙ୍କ ଉପରେ ପଡ଼ିଥିଲା । ଶୈଶବରୁ ସେ ତବଲା, ମୃଦଙ୍ଗ ବଜାଇ ପାରୁଥିଲେ । ପାଠ ପଢ଼ିବାରେ ତାଙ୍କର ମନ ଲାଗୁନଥିଲା । ଲକ୍ଷ୍ୟ ଥିଲା ସଙ୍ଗୀତ ଅବା ଅଭିନୟ କ୍ଷେତ୍ରରେ ନାଁ କମେଇବେ । ଅଭିନେତା ହେବା ପାଇଁ ଘର ଛାଡି ମୁମ୍ବାଇ ପଳାଇଥିଲେ । ସେଠାରେ କାମ ନମିଳିବାରୁ ଘରକୁ ଫେରି ଆସି ଆଇ.ଟି.ଆଇରେ ତାଲିମ ନେଇ କିଛି ଦିନ ମେକାନିକ ଭାବରେ କାମ କରିଥିଲେ । "କଳାଶ୍ରୀ", "ଅନ୍ନପୂର୍ଣ୍ଣ" ରଙ୍ଗମଞ୍ଚରୁ ତାଙ୍କର ଅଭିନେତା ଜୀବନ ଆରମ୍ଭ ହୋଇଥିଲା । ସେ ଟ୍ରାଙ୍ଗୋ ବଜେଇବାରେ ମଧ୍ୟ ନିପୁଣ ଥିଲେ । ଏଥି ଯୋଗୁଁ ତାଙ୍କୁ ମେଲୋଡ଼ି ପାର୍ଟିରେ କାମ ମିଳି ଯାଉଥିଲା । ମଞ୍ଚରେ ହାସ୍ୟରସ ପରିବେଷଣ କରୁଥିଲେ । ଅନ୍ୟ ଅଭିନେତାମାନଙ୍କର ସ୍ୱରକୁ ନକଲ କରି ଦର୍ଶକମାନଙ୍କର ମନୋରଞ୍ଜନ କରୁଥିଲେ ।[3]
୧୯୬୮ ମସିହାରେ କିଏ କାହାର କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିବା ନରି, ୧୯୯୪ ମସିହାରେ ନିର୍ମିତ ଲକ୍ଷେ ଶିବ ପୂଜି ପାଇଛି ପୁଅ ପର୍ଯ୍ୟନ୍ତ ୪୪ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.