ଦନ୍ତ କ୍ଷୟ ହୋଇ ଭାଙ୍ଗିଯାଏ । From Wikipedia, the free encyclopedia
ଦନ୍ତ କ୍ଷୟ (ଇଂରାଜୀରେ Dental caries); (ଲାଟିନ ଭାଷାରେ caries ଅର୍ଥ ପଚା)[1]), ବା ଲୋକପ୍ରିୟ ନାମ ପୋକ ଖିଆ ଦାନ୍ତ ବା କୋଟର ଏକ ପ୍ରକାର ରୋଗ ଯେଉଁଥିରେ ଜୀବାଣୁ କାର୍ଯ୍ୟକଳାପ ଯୋଗୁ ଦାନ୍ତ କ୍ଷୟ ହୋଇଯାଏ । [2] ରୋଗାକ୍ରାନ୍ତ ଦାନ୍ତର ରଙ୍ଗ ହଳଦିଆରୁ କଳା ରଙ୍ଗ ପର୍ଯ୍ୟନ୍ତ ଅନେକ ପ୍ରକାର ରଙ୍ଗ ନିଏ । [3] ଏହାର ଲକ୍ଷଣ ମଧ୍ୟରେ ଦାନ୍ତ ମୂଳରେ ଯନ୍ତ୍ରଣା ଓ ଖାଇବା କଷ୍ଟକର ହୁଏ । [4][3] ଏହି ରୋଗର ଜଟିଳତା ମଧ୍ୟରେ ଦାନ୍ତ ଚାରିପଟେ ପ୍ରଦାହ, ଦାନ୍ତ ପଡ଼ିଯିବା ଓ ଦାନ୍ତ ମୂଳରେ ପୂଜ ଇତ୍ୟାଦି ଦେଖାଯାଏ । [1][3]
ଦାନ୍ତରେ ଲାଗିଥିବା ଖାଦ୍ୟାଂଶରୁ ଜୀବାଣୁଦ୍ୱାରା ଏସିଡ୍ ନିର୍ଗତ ହୋଇ କଠିନ ତନ୍ତୁରେ ତିଆରି ଦାନ୍ତର ଏନାମେଲ୍, ଡେଣ୍ଟିନ୍ ଓ ସେମେଣ୍ଟମ୍କୁ ନଷ୍ଟ କରିଦିଏ । [5] ଜୀବାଣୁର ଶକ୍ତିଦାୟୀ ଖାଦ୍ୟ ସରଳ ଶର୍କରା ହୋଇଥିବାରୁ ଶର୍କରାଜାତୀୟ ଖାଦ୍ୟ ରୋଗ ସଙ୍କଟ ସୃଷ୍ଟି କରିପାରେ । [5] ଦାନ୍ତରେ ଲବଣ ପ୍ରସ୍ତୁତିଠାରୁ ଲବଣ କ୍ଷୟ ପରିମାଣ ଅଧିକ ହେଲେ ଦନ୍ତ କ୍ଷୟ ହୁଏ । [5] କୌଣସି ରୋଗରେ ପାଟିରେ ନିସୃତ ଲାଳ ପରିମାଣ କମିଗଲେ ଏହି ରୋଗ ହୁଏ ଯେପରିକି ଡାଏବେଟିସ୍ ମାଲିଟସ୍, ଜୋଗ୍ରେନ ସିଣ୍ଡ୍ରୋମ୍ ଓ କେତେକ ଔଷଧ ସେବନ । [5] ଲାଳ କମେଇବା ଔଷଧଗୁଡ଼ିକ ମଧ୍ୟରେ ଆଣ୍ଟିହିସ୍ଟାମିନ ଓ ଆଣ୍ଟିଡିପ୍ରେସାଣ୍ଟ ମୁଖ୍ୟ । [5] ଦାରିଦ୍ର୍ୟ, ମୁଖ ପରିଚ୍ଛନ୍ନତାର ଅଭାବ ହେଲେ ଓ ମାଢ଼ି କମିଯାଇ ଦାନ୍ତ ମୂଳ ଅନାବରଣ ହେଲେ ଦନ୍ତ କ୍ଷୟ ଅଧିକ ହୁଏ । [6][2]
ପ୍ରତିଷେଧ ବ୍ୟବସ୍ଥାରେ ନିୟମିତ ଦାନ୍ତ ସଫା ରଖିବା, ଖାଦ୍ୟରେ ଶର୍କରା ଜାତୀୟ ଖାଦ୍ୟ କମ୍ ଖାଇବା ଓ ଫ୍ଲୋରାଇଡ ପରିମାନ କମ୍ ରଖିବା ଆବଶ୍ୟକ । [5][4] ଦିନକୁ ଦୁଇ ଥର ଦାନ୍ତ ଘସିବା ଓ ଥରେ ଦାନ୍ତ ସନ୍ଧିକୁ ଫ୍ଲସ୍ ସାହାଯ୍ୟରେ ସଫା କରିବାକୁ ଉପଦେଶ ଦିଆଯାଏ । [2][7] ଜଳରୁ, ଦାନ୍ତଘସା ପେସ୍ଟରୁ, ଲୁଣରୁ ବା ଅନ୍ୟ ଉତ୍ସରୁ ଫ୍ଲୋରାଇଡ ମିଳିପାରେ । [4] ମା'ର ଦନ୍ତ କ୍ଷୟ ଚିକିତ୍ସା କଲେ ଜୀବାଣୁ ଛୁଆକୁ ନ ଯାଇ ପାରି ତାର ଦନ୍ତ କ୍ଷୟ ସଙ୍କଟ ଟଳି ଯାଏ । [5] ସ୍କ୍ରିନିଙ୍ଗ କରି ପ୍ରାରମ୍ଭରୁ ରୋଗ ଚିହ୍ନଟ କରିବା ଉଚିତ । [2] ଦାନ୍ତ ବାହାର କରିବା (extraction) ବା ଚିକିତ୍ସା କରି ରଖିବା (restoration) କ୍ଷୟର ପରିମାଣ ଉପରେ ନିର୍ଭର କରେ । [2] କ୍ଷୟ ହୋଇଥିବା ବଡ଼ ଭାଗ ଦାନ୍ତକୁ ପୁନର୍ନିମାଣ ନିମନ୍ତେ କୌଣସି ପଦ୍ଧତି ଜଣାନାହିଁ । [8] ବିକାଶଶୀଳ ଦେଶମାନଙ୍କରେ ଚିକିତ୍ସା ଉପଲବ୍ଧି ବିଶେଷ ଉତ୍ସାହପ୍ରଦ ନୁହେଁ । [4] ଯନ୍ତ୍ରଣା ହେଲେ ପାରାସେଟାମଲ୍, ଆସେଟାମିନୋଫେନ କିମ୍ବା ଆଇବୁପ୍ରଫେନ ଦିଆଯାଏ । [2]
ପୃଥିବୀରେ ପ୍ରାୟ ୨.୪୩ ବିଲିଅନ୍ ଲୋକ ବା ଜନସଂଖ୍ୟାର ୩୬ % ଲୋକ ସ୍ଥାୟୀ ଦାନ୍ତରେ ଦନ୍ତ କ୍ଷୟ ରୋଗ ଭୋଗନ୍ତି । [9] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହିସାବରୁ ଜଣାଯାଏ, ପ୍ରାୟ ସମସ୍ତ ବୟସ୍କ ଲୋକ ଜୀବନର କୌଣସି ନା କୌଣସି ସମୟରେ ଏହି ରୋଗ ଭୋଗନ୍ତି । [4] ୬୨୦ ନିୟୁତ ଲୋକ ବା ୯ % ଲୋକଙ୍କର ଶିଶୁ ଅବସ୍ଥରେ ଦନ୍ତ କ୍ଷୟ ହୋଇଥାଏ । [9] ଅଧୁନା ଉଭୟ ପିଲା ଓ ବୟସ୍କଙ୍କୁ ଏହି ରୋଗ ଆକ୍ରମଣ କରୁଛି । [10] ବିକଶିତ ଦେଶମାନଙ୍କରେ ଲୋକମାନେ ଅଧିକ ଶର୍କରା ଜାତୀୟ ଖାଦ୍ୟ ଖାଉଥିବାରୁ ଏହି ରୋଗ ଅନ୍ୟ ଦେଶର ଲୋକଙ୍କ ଅପେକ୍ଷା ଅଧିକ ହେଉଛି । [2]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.