ମଧୁମେହ
ମଧୁମେହ ମେଟାବୋଲିକ ରୋଗମାନଙ୍କ ଏକ ଦଳକୁ ନିର୍ଦ୍ଦେଶ କରାଏ ଯେଉଁଥିରେ ରକ୍ତଶର୍କରା ସ୍ତର ଉଚ୍ଚ ଥାଏ ଅନେକ ଦିନ ପ / From Wikipedia, the free encyclopedia
ମଧୁମେହ (ଇଂରାଜୀରେ Diabetes mellitus, ସଂକ୍ଷେପରେ DM, ଡାଏବେଟିସ ନାମରେ ପରିଚିତ) ରୋଗ ମେଟାବୋଲିକ ରୋଗମାନଙ୍କ ଏକ ଦଳକୁ ନିର୍ଦ୍ଦେଶ କରାଏ ଯେଉଁଥିରେ ରକ୍ତଶର୍କରା ସ୍ତର ଉଚ୍ଚ ଥାଏ ଅନେକ ଦିନ ପର୍ଯ୍ୟନ୍ତ ।[2] ଉଚ୍ଚ ସ୍ତରର ରକ୍ତଶର୍କରା ଥିବାର ଲକ୍ଷଣମାନ: ପଲିୟୁରିଆ ବା ଘନ ଘନ ପରିସ୍ରା ହୁଏ, ପଲିଡିପ୍ସିଆ ବା ଅଧିକ ଶୋଷ ହୁଏ ଓ ପଲିଫେଜିଆ ବା ଅଧିକ ଭୋକ ହୁଏ । ଚିକିତ୍ସିତ ନ ହେଲେ ଏହି ରୋଗର ଅନେକ ଜଟିଳତା ସୃଷ୍ଟି ହୁଏ । [3] ସେଗୁଡ଼ିକ ନାମ - ଡାଏବେଟିକ କିଟୋଏସିଡୋସିସ ଓ ନନ୍କିଟୋଟିକ ହାଇପରଅସମୋଲାର କୋମା ବା ସାଧାରଣରେ ପରିଚିତ କୋମା । [4] ସାଂଘାତିକ ଦୀର୍ଘକାଳୀନ ଜଟିଳତା ଗୁଡ଼ିକର ନାମ - ହୃତ୍ପିଣ୍ଡରକ୍ତନଳୀ ରୋଗ, ସ୍ଟ୍ରୋକ୍, ବୃକ୍କ ଫେଲ୍, ପାଦ ଘାଆ ଓ ଡାଏବେଟିସ ଜନିତ ରେଟିନୋପାଥି [3]
ମଧୁମେହ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | diabetology[*] |
ଆଇସିଡ଼ି-୧୦ | E10.–E14. |
ଆଇସିଡ଼ି-୯-ସିଏମ୍ | 250 |
ମେଡ଼ିସିନ-ପ୍ଲସ | 001214 |
ଇ-ମେଡ଼ିସିନ | med/546 emerg/134 |
Patient UK | ମଧୁମେହ |
MeSH | C18.452.394.750 |
ଅଗ୍ନାଶୟରୁ (ଇଂରାଜୀରେ Pancreas) ଇନ୍ସୁଲିନ୍ କ୍ଷରଣ ନ ହେଲେ ବା ନିର୍ଗତ ଇନ୍ସୁଲିନ୍ ପ୍ରତି ଦେହର ଜୀବକୋଷ ପ୍ରତିକ୍ରିୟାହୀନ ହେଲେ ମଧୁମେହ ରୋଗ ହୁଏ ।[5] ମୂଖ୍ୟତଃ ତିନି ପ୍ରକାର ମଧୁମେହ ରୋଗ ଦେଖାଯାଏ ।
- ମଧୁମେହ ଟାଇପ ୧ (ଇଂରାଜୀରେ Type 1 DM) - ଯଥେଷ୍ଟ ଇନ୍ସୁଲିନ୍ ସ୍ରାବ ନ ହେବାରୁ ଏହି ରୋଗ ହୁଏ । ଏହି ରୋଗକୁ ପୂର୍ବେ ଇନ୍ସୁଲିନ୍ ଡିପେଣ୍ଡେଣ୍ଟ ଡାଏବେଟିସ୍ ମେଲିଟସ୍ କିମ୍ବା ଜୁଭେନାଅଇଲ ଡାଏବେଟିସ୍ (insulin-dependent diabetes mellitus" (IDDM) or "juvenile diabetes") କୁହାଯାଉଥିଲା । କେଉଁ କାରଣରୁ ଏହି ସ୍ରାବ ହୁଏ ନାହିଁ ତାହା ଜଣା ନାହିଁ । [3]
- ମଧୁମେହ ଟାଇପ ୨ (ଇଂରାଜୀରେ Type 2 DM) ରୋଗରେ ଇନ୍ସୁଲିନ ପ୍ରତି ଜୀବକୋଷ ପ୍ରତିକ୍ରିୟାହୀନ ହୁଏ । [3] ରୋଗ ଆଗେଇଲେ ଇନ୍ସୁଲିନ ଅଭାବ ମଧ୍ୟ ଦେଖାଯାଏ ।[6] ପୂର୍ବେ ଏହାକୁ ନନ୍ ଇନ୍ସୁଲିନ୍ ଡେପେଣ୍ଡେଣ୍ଟ ଡାଏବେଟିସ୍ (NIDDM) ବା ଆଡଲ୍ଟ ଅନସେଟ ଡାଏବେଟିସ୍ କୁହାଯାଉଥିଲା । ଏହି ରୋଗର ମୂଖ୍ୟ କାରଣ ମଧ୍ୟରେ ଅତ୍ୟଧିକ ଓଜନ ଓ ବ୍ୟାୟାନ ଅଭାବ ପରିଲକ୍ଷିତ ହୋଇଛି । [3]
- ଗର୍ଭାବସ୍ଥା ଡାଏବେଟିସ୍ - କେତେକ ମହିଳାମାନଙ୍କର ପୁର୍ବରୁ ଅଧିକ ରକ୍ତ ଶର୍କରା ନ ଥାଇ ମଧ୍ୟ ଡାଏବେଟିସ ହୁଏ । [3]
ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ, ବ୍ୟାୟାମ, ଧୁଆଁପତ୍ର ବା ଟୋବାକୋ ବର୍ଜନ ଓ ସଠିକ ଶାରୀରିକ ଓଜନ ଉପରେ ଏହି ରୋଗର ପ୍ରତିଷେଧ ଓ ଚିକିତ୍ସା ନିର୍ଭର କରେ । ଏହି ରୋଗରେ ରକ୍ତଚାପ ନିୟନ୍ତ୍ରଣ ଓ ପାଦଯତ୍ନ ନେବା ନିତାନ୍ତ ଆବଶ୍ୟକ । ଇନ୍ସୁଲିନ୍ ଇଞ୍ଜେକସନ୍ ଦେଇ ମଧୁମେହ ଟାଇପ ୧ ରୋଗ ଚିକିତ୍ସା କରାଯାଏ ।[3] ମଧୁମେହ ଟାଇପ ୨ ରୋଗକୁ ଔଷଧ ସାହାଯ୍ୟରେ ଇନ୍ସୁଲିନ୍ର ବିନା ସାହାଯ୍ୟରେ ଚିକିତ୍ସା କରାଯାଏ ।[7] କେତେକ ଔଷଧ ପାଟିବେଟେ ଖାଇବାକୁ ଦେଇ ରକ୍ତଶର୍କରା ସ୍ତର କମାଯାଏ ।[8] ମୋଟାପଣ ଥିଲେ ଓଜନ କମେଇବା ଅପରେଶନ (Weight loss surgery) କରି ଟାଇପ ୨ର ଚିକିତ୍ସା କରାଯାଏ ।[9] ଶିଶୁ ପ୍ରସବ ପରେ ଗର୍ଭାବସ୍ଥା ମଧୁମେହ ସାଧାରଣତଃ ଭଲ ହୋଇଯାଏ । [10]
ସନ ୨୦୧୪ର ହିସାବ ଅନୁସାରେ ପୃଥିବୀରେ ପ୍ରାୟ ୩୮୭ ନିୟୁତ ଲୋକଙ୍କର ମଧୁମେହ ରୋଗ ଅଛି,[11] ଯାହା ମଧ୍ୟରୁ ୯୦ % କେବଳ ଟାଇପ୍ ୨ ମଧୁମେହ ।[12][13] ଏହା ବୟଃପ୍ରାପ୍ତ ଲୋକଙ୍କ ମଧ୍ୟରୁ ପ୍ରାୟ ୮।୩ % ହେବେ,[13] ଓ ପୁରୁଷ ଓ ମହିଳା ହାର ସମାନ ।[14] ସନ ୨୦୧୨ରୁ ୨୦୧୪ ମଧ୍ୟରେ ଏହି ରୋଗ ଯୋଗୁ ବାର୍ଷିକ ୧.୫-୪.୯ ନିୟୁତ ମୃତ୍ୟୁ ହୋଇଥିଲା ।[7][11] ମୃତ୍ୟୁ ସଙ୍କଟ ଡାଏବେଟିସ୍ ଯୋଗୁ ଦୁଇ ଗୁଣ ହୋଇଯାଏ ।[3] ସନ ୨୦୩୫ ସୁଦ୍ଧା ଏହି ରୋଗୀ ସଂଖ୍ୟା ୫୯୨ ନିୟୁତ ହେବା ଆଶଙ୍କା କରାଯାଏ । [11] ପୃଥିବୀରେ ଏହି ରୋଗ ଯୋଗୁ ୨୦୧୨ରେ ଆର୍ଥିକ କ୍ଷତି ପ୍ରାୟ ୬୨୧ ବିଲିଅନ ଆମେରିକା ଡଲାର ।[15] କେବଳ ଆମେରିକାରେ ୨୦୧୨ରେ ୨୪୫ ବିଲିଅନ ଡଲାର କ୍ଷତି ହୋଇଥିଲା । [16]
ଶରୀରରେ ସ୍ୱାଭାବିକ ରକ୍ତ ଶର୍କରା ମାତ୍ରା ଶତକଡା଼ ୧୦୦ ମିଲିଗ୍ରାମରୁ କମ ଓ ଖାଇବାର ୨ ଘଣ୍ଟା ପରେ ଶତକଡା଼ ୧୪୦ ମିଲିଗ୍ରାମରୁ କମ । ରକ୍ତ ଶର୍କରା ମାତ୍ରା ବୃଦ୍ଧିପାଇ ଖାଲି ପେଟରେ ୧୨୬ ମିଲିଗ୍ରାମ ଓ ଖାଇବାର ଦୁଇଘଣ୍ଟା ପରେ ୨୦୦ ମିଲିଗ୍ରାମରୁ ଅଧିକ ହେଲେ ମଧୁମେହ (ଡାଇବେଟିସ) ହୋଇଛି ବୋଲି କୁହାଯାଏ । ରକ୍ତ ଶର୍କରା ଶତକଡା ୧୮୦ ମିଲିଗ୍ରାମରୁ ଅଧିକ ହେଲେ ପରିସ୍ରାରେ ମଧ୍ୟ ଶର୍କରା ଆସିଥାଏ । ଶର୍କରାକୁ ଇଂରାଜୀରେ ଗ୍ଲୁକୋଜ କୁହାଯାଏ।ଫଳରେ ଡାକ୍ତରମାନେ ରକ୍ତ ଗ୍ଲୁକୋଜ ଓ ପରିସ୍ରା ଗ୍ଲୁକୋଜ ମାପିଥାନ୍ତି ।
ଡାଇବେଟିସ ଏକା ଆସେ ନାହିଁ । କିଛି ଦିନ ଏପରି ରୋଗରେ ଆକ୍ରାନ୍ତ ହେବାପରେ ଉଚ୍ଚ ରକ୍ତଚାପ, ହୃଦ ରୋଗ, ସ୍ନାୟୁ ରୋଗ, ସ୍ମୃତିହାସ ରୋଗ, ଯୌନଶକ୍ତି ହ୍ରାସ, ସଂକ୍ରମଣ ରୋଗ, ଚର୍ମ ରୋଗପରି ବହୁ ରୋଗ ଶରୀରରେ ବସା ବାନ୍ଧନ୍ତି ।
୧୯୨୦ ମସିହା ପରଠାରୁ ବ୍ୟାଣ୍ଟିଂ ଓ ବେଷ୍ଟ ଇନସୁଲିନ ଆବିଷ୍କାର କରି ନୋବେଲ ପୁରସ୍କାର ପାଇସାରିବା ପରେ ପ୍ରାୟ ଦଶ ଜଣରୁ ଉର୍ଦ୍ଧ ବୈଜ୍ଞାନିକ ଡାଇବେଟିସ ରୋଗଉପରେ ଗବେଷଣାରେ ନୋବେଲ ପୁରସ୍କାର ପାଇସାରିଲେଣି । ୨୦୧୧ରେ ଭାରତରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ଥିଲା ପ୍ରାୟ ଛଅ କୋଟି ଚାଳିଶ ଲକ୍ଷ । ୧୯୭୦-୮୦ ମସିହାରେ ଭାରତରେ ଶହେଜଣରେ ଦୁଇଜଣଙ୍କୁ ଡାଇବେଟିସ ହୋଇଥିବା ବେଳେ ଏବେ ଗ୍ରାମାଞ୍ଚଳରେ ଶହେଜଣରେ ଦଶଜଣ ଓ ସହରାଞ୍ଚଳରେ ୨୦ଜଣଙ୍କୁ ଡାଇବେଟିସ ହେଉଛିବୋଲି ଗଣନାରୁ ଜଣା ପଡ଼ିଛି ।