ମଧୁମେହ ଟାଇପ ୨
From Wikipedia, the free encyclopedia
ମଧୁମେହ ଟାଇପ ୨ (ଇଂରାଜୀ ଭାଷାରେ Diabetes mellitus type 2) ଏକ ଦୀର୍ଘକାଳୀନ ଚୟାପଚୟ ବେମାରୀ (metabolic disorder) ଯେଉଁଥିରେ ଅଧିକ ରକ୍ତ ଶର୍କରା, ଇନସୁଲିନ ପ୍ରତିରୋଧ ଓ ଆପେକ୍ଷିକ ଇନସୁଲିନ ଅଭାବ ଦେଖାଯାଏ ।[3] ଏହାର ସାଧାରଣ ଲକ୍ଷଣ ମଧ୍ୟରେ ଅଧିକ ଶୋଷ, ଅଧିକ ପରିସ୍ରା ଓ ଅକାରଣ ଓଜନ ହ୍ରାସ ହୁଏ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଅଧିକ ଭୋକ, ଥକ୍କା ଲାଗିବା ଓ ଶୁଖୁ ନ ଥିବା ଘାଆ ଦେଖାଯାଏ ।[4] ଲକ୍ଷଣ ଗୁଡ଼ିକ ଧୀରେ ଧୀରେ ପ୍ରକାଶ ପାଏ ।[3] ଦୀର୍ଘକାଳୀନ ଅଧିକ ରକ୍ତ ଶର୍କରା ଥିବା କାରଣରୁ ହୃଦ୍ରୋଗ, ସ୍ଟ୍ରୋକ, ଡାଏବେଟିକ ରେଟିନୋପାଥି ଯୋଗୁ ଅନ୍ଧତ୍ୱ, ବୃକ୍କ ଫେଲ ଓ ସ୍ୱଳ୍ପ ରକ୍ତ ସଞ୍ଚାଳନ ହେବା ଯୋଗୁ ଅବୟବ ଆମ୍ପୁଟେସନ କରିବାକୁ ପଡ଼େ ।[1] ହଠାତ୍ ହାଇପରମୋଲାର ହାଇପରଗ୍ଲାଇସେମିକ ଷ୍ଟେଟ ଆରମ୍ଭ ହୋଇପାରେ, କିନ୍ତୁ ଡାଏବେଟିକ କିଟୋଏସିଡୋସିସ କ୍ୱଚିତ ହୁଏ ।[5][6]
ମଧୁମେହ ଟାଇପ ୨ | |
---|---|
noninsulin-dependent diabetes mellitus (NIDDM), adult-onset diabetes[1] | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Endocrinology |
ଆଇସିଡ଼ି-୧୦ | E11. |
ଆଇସିଡ଼ି-୯-ସିଏମ୍ | 250.00, 250.02 |
ଓଏମ୍ଆଇଏମ୍ | 125853 |
ରୋଗ ଡାଟାବେସ | 3661 |
ମେଡ଼ିସିନ-ପ୍ଲସ | 000313 |
ଇ-ମେଡ଼ିସିନ | article/117853 |
MeSH | D003924 |
ସାଧାରଣତଃ ଜେନେଟିକ ସମ୍ବେଦନଶୀଳ ଥିବା ଓ ବ୍ୟାୟାମ ନ କରୁଥିବା ମୋଟା ଲୋକଙ୍କୁ ଟାଇପ ୨ ମଧୁମେହ ରୋଗ ହୁଏ ।[1][3] ସମୁଦାୟ ମଧୁମେହ ରୋଗୀଙ୍କ ମଧ୍ୟରୁ ୯୦% ଏହି ଧରଣର ରୋଗୀ ଓ ବାକି ୧୦% ପ୍ରାଥମିକ ଡାଏବେଟିସ ଟାଇପ ୧ ଓ ଗର୍ଭ ଡାଏବେଟିସ ଧରଣର ରୋଗୀ ।[1] ଡାଏବେଟିସ ମେଲିଟସ ଟାଇପ ୧ ରୋଗୀଙ୍କର ଅଗ୍ନାଶୟରେ ଥିବା ଆଇଲେଟ ଅଫ ଲାଙ୍ଗରହାନସ୍ ତୄଟି ଯୋଗୁ ଇନସୁଲିନ କ୍ଷରଣର ଘୋର ଅଭାବ ଥାଏ ।[7] ଏହି ରୋଗ ନିର୍ଣ୍ଣୟ ନିମନ୍ତେ ଫାସ୍ଟିଙ୍ଗ ପ୍ଲାଜମା ଗ୍ଲୁକୋଜ, ଓରାଲ ଗ୍ଲୁକୋଜ ଟୋଲେରାନ୍ସ ଟେଷ୍ଟ ବା ଗ୍ଲାଇକେଟେଡ ହେମୋଗ୍ଲୋବିନ ଏ୧ସି ରକ୍ତ ପରୀକ୍ଷା କରାଯାଏ ।[4]
ସାଧାରଣ ଓଜନ, ନିୟମିତ ବ୍ୟାୟାମ ଓ ଉପଯୁକ୍ତ ଖାଦ୍ୟ ସାହାଯ୍ୟରେ ଡାଏବେଟିସ ଟାଇପ ୨ ପ୍ରତିରୋଧ କରିହୁଏ । ଡାଏବେଟିକ ଖାଦ୍ୟ ଓ ବ୍ୟାୟାମ ହିଁ ଏହାର ଚିକିତ୍ସା ।[1] ରକ୍ତ ଶର୍କରା ନ କମିଲେ ମେଟଫର୍ମିନ ଔଷଧ ଦିଆଯାଏ ।[8] ଅନେକ ରୋଗୀ ଇନସୁଲିନ ଇଞ୍ଜେକସନ ଆବଶ୍ୟକ କରନ୍ତି ।[9] ଇନସୁଲିନ ଇଞ୍ଜେକସନ ନେଉଥିବା ଲୋକଙ୍କର ରୁଟିନ ରକ୍ତ ଶର୍କରା ଚେକଅପ୍ ଆବଶ୍ୟକ ହୁଏ କିନ୍ତୁ ବଟିକା ଖାଉଥିବା ଲୋକଙ୍କର ଆବଶ୍ୟକ ହୁଏନି ।[10] ମୋଟା ଲୋକଙ୍କର ବାରିଆଟ୍ରିକ ଅପରେଶନଦ୍ୱାରା ରୋଗରେ ଉନ୍ନତି ହୁଏ ।[11][12]
ସନ ୧୯୬୦ ପରଠାରୁ ଡାଏବେଟିସ ୨ ଟାଇପ ରୋଗ ହାର ମୋଟାପଣ ହାର ସହିତ ସମାନ୍ତରାଳ ଭାବରେ ବଢ଼ିଚାଲିଛି ।[13] ସନ ୧୯୮୫ରେ ୩୬୫ ନିୟୁତ ରୋଗୀ ଥିବା ବେଳେ ସନ ୨୦୧୩ରେ ଏହି ସଂଖ୍ୟା ବଢ଼ି ୩୬୫ ନିୟୁତ ହୋଇଛି ।[14][15] ମଧ୍ୟ ବୟସ ବା ବାର୍ଦ୍ଧକ୍ୟରେ ଏହି ରୋଗ ଆରମ୍ଭ ହୁଏ ।[3] ଏହି ରୋଗ ଯୋଗୁ ୧୦ ବର୍ଷ ଆୟୁଷ କମିଯାଏ ।[16] ବର୍ଣ୍ଣନା କରାଯାଇଥିବା ପ୍ରଥମ ରୋଗୀଙ୍କ ମଧ୍ୟରୁ ଡାଏବେଟିସ ଗୋଟିସ ।[17] ଡାଏବେଟିସ ରୋଗରେ ଇନସୁଲିନର ଗୁରୁତ୍ୱ ସନ ୧୯୨୦ରେ ଅବଧାରଣ କରାଯାଇଥିଲା । [18]