From Wikipedia, the free encyclopedia
ଡାଏଜେପାମ ପ୍ରଥମେ ଭାଲିଅମ ନାମରେ ମାର୍କେଟରେ ମିଳୁଥିଲା; ଏହା ବେଞ୍ଜୋଡାଏଜେପିନ ଟାଇପର ଔଷଧ ଯାହା ମସ୍ତିଷ୍କର କାମ ବଦଳେଇ ଦିଏ । ଉତ୍କଣ୍ଠା, ଆଲକୋହୋଲ ଉଇଥଡ୍ରୟାଲ ସିଣ୍ଡ୍ରୋମ, ବିଞ୍ଜୋଡାଏଜେପିନ ଉଇଥଡ୍ରାୟାଲ ସିଣ୍ଡ୍ରୋମ, ମାଂସପେଶୀ ସ୍ପାଜ୍ମ, ବାତ, ନିଦ୍ରାହୀନତା ଓ ରେସ୍ଟଲେସ ଲେଗ ସିଣ୍ଡ୍ରୋମ ଇତ୍ୟାଦି ରୋଗମାନଙ୍କର ଚିକିତ୍ସାରେ ବ୍ୟବହୃତ ହୁଏ । [3] କେତେକ ଡାକ୍ତରୀ ପ୍ରଥାରେ ଏହା ସ୍ମୃତି କ୍ଷୟ କରିବା ନିମନ୍ତେ ବ୍ୟବହାର କରାଯାଏ । [4][5] ଏହା ପାଟିରେ ଖିଆଯାଏ, ମଳାଶୟ ମଧ୍ୟରେ ପ୍ରବେଶ କରେଇଦିଆଯାଏ, ଇଞ୍ଜେକସନ ଆକାରରେ ମାଂସପେଶୀ ବା ଶିରାରେ ଦିଆଯାଏ । [5] ଶିରାରେ ଇଞ୍ଜେକସନ ଦେଲେ ୧ରୁ ୫ ମିନିଟ ମଧ୍ୟରେ ଏହାର ପ୍ରଭାବ ଆରମ୍ଭ ହୁଏ ଓ ଏକ ଘଣ୍ଟା ପର୍ଯ୍ୟନ୍ତ ରହେ । [5] ପାଟିରେ ଦେଲେ ଏହା ପ୍ରାୟ ୪୦ ମିନିଟରେ କାମ କରେ । [6]
Clinical data | |
---|---|
Pronunciation | /daɪˈæz[invalid input: 'ɨ']pæm/ |
Trade names | Diastat, Valium |
AHFS/Drugs.com | monograph |
MedlinePlus | a682047 |
Pregnancy category |
|
Dependence liability | Moderate |
Addiction liability | Moderate[1][2] |
Routes of administration | Oral, IM, IV, suppository |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | (93–100%) |
Metabolism | Hepatic – CYP2B6 (minor route) to desmethyldiazepam - CYP2C19 (major route) to inactive metabolites – CYP3A4 (major route) to desmethyldiazepam |
Elimination half-life | 20–100 hours (36–200 hours for main active metabolite desmethyldiazepam) |
Excretion | Renal |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.006.476 |
Chemical and physical data | |
Formula | C16H13ClN2O |
Molar mass | 284.7 g/mol |
3D model (JSmol) | |
SMILES
| |
InChI
| |
(what is this?) (verify) |
ଏହାର ସାଧାରଣ ପାର୍ଶ୍ୱପ୍ରତିକ୍ରିୟା ମଧ୍ୟରେ ନିଦୁଆ ଲାଗିବା ଓ ସମନ୍ୱୟ (coordination) ଅଭାବ ହୁଏ । [5] ଗମ୍ଭୀର ପାର୍ଶ୍ୱପ୍ରତିକ୍ରିୟା କ୍ୱଚିତ ଦେଖାଯାଏ । [3] ତାହା ମଧ୍ୟରେ ଆତ୍ମହତ୍ୟା, ଶ୍ୱାସକ୍ରିୟା କମିବା ଓ ଅଧିକ ବାତ ମାରିବା ବିଶେଷତଃ ଯାହାର ଏପିଲେପ୍ସି ଥାଏ । [3][5] ବେଳେ ବେଳେ ଉତ୍ତେଜନା ମଧ୍ୟ ହୁଏ । [7][8] ଦୀର୍ଘକାଳୀନ ବ୍ୟବହାର କଲେ ଔଷଧ ସହନଶୀଳତା, ଆଶ୍ରିତ (dependence) ଆଦି ପ୍ରଭାବ ଦେଖାଯାଏ ଓ ଔଷଧ କମେଇଲେ ଉଇଥଡ୍ରୟାଲ ଲକ୍ଷଣ ଦେଖାଯାଏ । ହଠାତ ଔଷଧ ଦେବା ବନ୍ଦ କଲେ ବିପଦଜନକ ହୋଇପାରେ । [3] ଏହା ଫଳରେ କଗନିଟିଭ ସମସ୍ୟା ୬ମାସ ପର୍ଯ୍ୟନ୍ତ ଚାଲୁ ରହିପାରେ । [7] ଗର୍ଭାବସ୍ଥାରେ ବା ସ୍ତନ୍ୟପାନ ସମୟରେ ଏହି ଦେବାକୁ ମନା କରାଯାଏ । [5] ନିଉରୋଟ୍ରାନ୍ସମିଟର (ଜିଏବିଏ)ର କାର୍ଯ୍ୟକୁ ବୃଦ୍ଧି କରିବା ଏହାର କାର୍ଯ୍ୟ । [7]
ଲିଓ ସ୍ଟର୍ଣ୍ଣବ୍ୟାକ ପ୍ରଥମେ ଡାଏଜେପାମ ସଂଶ୍ଳେଷଣ କରିଥିଲେ ଓ ହଫମ୍ୟାନ-ଲା ରୋସ ପ୍ରଥମେ ଉତ୍ପାଦନ କରିଥିଲେ । ସନ ୧୯୬୩ରେ ଏହାର ପ୍ରସ୍ତୁତି ପରଠାରୁ ବହୁଳ ଭାବରେ ଏହାର ପ୍ରେସ୍କ୍ରିପସନ ଲେଖାହେଉଛି । ସନ ୧୯୬୮ରୁ ୧୯୮୨ ମଧ୍ୟରେ ଏହା ଆମେରିକାରେ ସର୍ବାଧିକ ବିକ୍ରି ହୋଇଥିବା ଔଷଧ ଥିଲେ । ସନ ୧୯୮୫ରେ ଏହାର ପେଟେଣ୍ଟ ସରିଯିବା ପରେ ମାର୍କେଟରେ ୫୦୦ ପ୍ରକାର ନାମରେ ଏହି ଔଷଧ ମିଳୁଛି । [3] ମୌଳିକ ସ୍ୱାସ୍ଥ୍ୟ ସାରଣୀରେ ଏହା ଏକ ଅତ୍ୟାବଶ୍ୟକ ଔଷଧ ଭାବରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ୱୀକୃତି ଦେଇଛି । [9]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.