From Wikipedia, the free encyclopedia
ଟେଷ୍ଟିକୁଲାର ଟର୍ସନ (ଇଂରାଜୀ ଭାଷାରେ Testicular torsion) ସମ୍ଭବ ହୁଏ ଯେତେବେଳେ ଟେସ୍ଟିସ ବା ମୁଷ୍କକୁ ଝୁଲାଉଥିବା ସ୍ପର୍ମାଟିକ କର୍ଡ (spermatic cord) ମୋଡ଼ିହୋଇଯାଏ ଓ ଏହା ଫଳରେ ଟେସ୍ଟିସର ରକ୍ତ ସରବରାହ (blood supply) ବନ୍ଦ ହୋଇଯାଏ ।[3] ପିଲାଙ୍କର ଏଭଳି ଅବସ୍ଥା ହେଲେ ସାଂଘାତିକ ଟେସ୍ଟିସ ଯନ୍ତ୍ରଣା (testicular pain) ହୁଏ ।[1] ସାଧାରଣ ସ୍ଥାନ ଅପେକ୍ଷା ଅଣ୍ଡକୋଷ ଉଚ୍ଚ ସ୍ଥାନରେ ଅବସ୍ଥାନ କରିଥାଏ ଓ ବାନ୍ତି (vomiting) ହୁଏ ।[1][2] ନବଜାତ ଶିଶୁଙ୍କର (newborns) ଅଧିକାଂଶ ସମୟରେ ଯନ୍ତ୍ରଣା ହୁଏନାହିଁ ବା ନିଜସ୍ୱ ସ୍ଥାନରୁ ଟେସ୍ଟିସ ଅଦୃଶ୍ୟ ହୋଇଯାଏ ଓ ଅଣ୍ଡକୋଷ (scrotum) ବେରଙ୍ଗୀ ହୋଇଯାଏ ।[1]
ଟେଷ୍ଟିକୁଲାର ଟର୍ସନ (Testicular torsion) | |
---|---|
ବିଭାଗ | ମୂତ୍ର ରୋଗ ଚିକିତ୍ସା ବିଜ୍ଞାନ (Urology) |
ଲକ୍ଷଣ | ସାଂଘାତିକ ଟେସ୍ଟିସ ଯନ୍ତ୍ରଣା (testicular pain), ଉର୍ଦ୍ଧ୍ୱଗାମୀ ଟେସ୍ଟିସ (elevated testicle)[1] |
ଆକ୍ରାନ୍ତ ସମୟ | ହଠାତ୍ [1] |
ବିପଦ କାରକ | ବେଲ କ୍ଲାପର ଡିଫରମିଟି ("Bell clapper deformity"), ଟେସ୍ଟିସ ଅର୍ବୁଦ (testicular tumor), ଥଣ୍ଡା ତ୍ତାପମାନ (cold temperature)[1] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁଯାୟୀ[1] |
ସଠିକ ରୋଗ ନିର୍ଣ୍ଣୟ | ଏପିଡିଡାଇମାଇଟିସ (Epididymitis), ଇଙ୍ଗୁଇନାଲ ହାର୍ନିଆ (inguinal hernia), ଟର୍ସନ ଅଫ ଦି ଆପେଣ୍ଡିକ୍ସ ଟେସ୍ଟିକ୍ଲ (torsion of the appendix testicle)[2] |
ଚିକିତ୍ସା | ଶାରୀରିକ ବିପରୀତ ଘୁର୍ଣ୍ଣନ, ଅପରେଶନ[1] |
Prognosis | ଶୀଘ୍ରାତିଶୀଘ୍ର ଚିକିତ୍ସାରେ ସୁଫଳ ମିଳେ [1] |
ପୁନଃପୌନିକ | ବାର୍ଷିକ ୧୫,୦୦୦ରେ ଜଣେ (୨୫ ବର୍ଷ ବୟସରୁ କମ୍)[2][3] |
ଏ ଭଳି ରୋଗୀଙ୍କର ସାଧାରଣତଃ ପୂର୍ବରୁ କୌଣସି ସ୍ୱାସ୍ଥ୍ୟ ସମସ୍ୟା ନଥାଏ ।[1] ବେଳେ ବେଳେ ଅର୍ବୁଦ ଥାଇପାରେ ବା ଆଘାତ ଇତିହାସ ଥାଇପାରେ ।[1][3] ସଙ୍କଟ କାରକ ମଧ୍ୟରେ କନଜେନିଟାଲ ମାଲଫର୍ମେସନ (congenital malformation) ବା ବେଲ କ୍ଲାପର ଡିଫରମିଟି ଥିବା ଲୋକଙ୍କର ଟେସ୍ଟିସ ଭଲରୂପେ ସଂଯୁକ୍ତ ହୋଇନଥିବା କାରଣରୁ ଟେସ୍ଟିସ ମୁକ୍ତ ଭାବରେ ଚଳନ ହୋଇଯିବା ଫଳରେ ମୋଡ଼ିହେବା ସମ୍ଭାବନା ବଢ଼ିଯାଏ ।[1] ଥଣ୍ଡା ପାଗ ମଧ୍ୟ ଏହି ସଙ୍କଟ ସୃଷ୍ଟି କରେ ।[1] ଲକ୍ଷଣ ଅନୁସାରେ ରୋଗ ନିର୍ଣ୍ଣୟ (diagnosis) ହୋଇପାରେ ।[1][2] ଅସ୍ପଷ୍ଟ କେଶ୍ରେ ଅଲଟ୍ରାସାଉଣ୍ଡ (ultrasound) ସାହାଯ୍ୟ ନିଅଯାଇପାରେ । [2]
ଟେସ୍ଟିସକୁ ହାତ ସାହାଯ୍ୟରେ ମୋଡ଼ି ସାଧାରଣ ଅବସ୍ଥାକୁ ଆଣିବାକୁ ଚେଷ୍ଟା କରାଯାଏ ଓ ତାହା ସମ୍ଭବ ନହେଲେ ଅପରେଶନ କରାଯାଏ ।[1] ଯନ୍ତ୍ରଣା ନିବାରଣ ନିମନ୍ତେ ଓପିଅଏଡ (opioids) ଦିଆଯାଏ ।[1] ବିତିଥିବା ସମୟ ଅନୁସାରେ ଚିକିତ୍ସାର ଫଳ ମିଳେ ।[1] ଛଅ ଘଣ୍ଟା ମଧ୍ୟରେ ଭଲ ଫଳ ମିଳେ, ୧୨ ଘଣ୍ଟାରୁ ଅଧିକ ରହିଯାଇଥିଲେ ଟେସ୍ଟିସର ସୁରକ୍ଷା ମିଳିପାରେ ନାହିଁ ।[1] ପ୍ରାୟ ୪୦% ରୋଗୀଙ୍କର ଅର୍କିଡେକ୍ଟୋମି (removal of the testicle) ଅପରେଶନ କରି ଟେସ୍ଟିସକୁ ବାହାର କରିଦିଆଯାଏ ।[2]
ଏହି ରୋଗ ସାଧାରଣତଃ ଜନ୍ମ ପରେ ଓ ଯୌବନାରମ୍ଭ (puberty) ସମୟରେ ଦେଖାଯାଏ ।[2] ପ୍ରାୟ ୪,୦୦୦ରେ ଜଣେରୁ ଆରମ୍ଭ କରି ୨୬,୦୦୦ରେ ଜଣକୁ ଏହି ରୋଗ ହୁଏ ।[2][3] ତୁରନ୍ତ ଟେସ୍ଟିସ ଯନ୍ତ୍ରଣା ଭୋଗୁଥିବା ରୋଗୀଙ୍କ ମଧ୍ୟରୁ ୧୦% ରୋଗୀ ଏହି ରୋଗରେ ପୀଡ଼ିତ ହୋଇଥାଆନ୍ତି ।[2] କେଶ୍ ଜଟିଳ ହେଲେ ବନ୍ଧ୍ୟାତ୍ୱ (inability to have children) ପ୍ରାପ୍ତ ହୋଇପାରେ ।[2] ଏହି ରୋଗ ବିଷୟରେ ସନ ୧୮୪୦ରେ ପ୍ରଥମେ ଲୁଇ ଡେଲାସିଏଭ ବର୍ଣ୍ଣନା କରିଥିଲେ ।[4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.