![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/4/4e/Jayi_Rajaguru_01.png/640px-Jayi_Rajaguru_01.png&w=640&q=50)
ଜୟୀ ରାଜଗୁରୁ
ଓଡ଼ିଆ ସ୍ଵାଧୀନତା ସଂଗ୍ରାମୀ / From Wikipedia, the free encyclopedia
ଜୟକୃଷ୍ଣ ରାଜଗୁରୁ ମହାପାତ୍ର (୨୯ ଅକ୍ଟୋବର ୧୭୩୯ - ୬ ଡିସେମ୍ବର ୧୮୦୬) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ଖୋର୍ଦ୍ଧାର ରାଜା ଗଜପତି ମୁକୁନ୍ଦ ଦେବ ଦ୍ୱିତୀୟଙ୍କ ରାଜଦରବାରରେ ରାଜକୀୟ ରାଜଗୁରୁ ହେବା ସହ ରାଜାଙ୍କ ସେନାବାହିନୀର ମୁଖ୍ୟ ସେନାପତି ଓ ରାଜାଙ୍କ ପ୍ରଶାସନିକ ପ୍ରତିନିଧି ମଧ୍ୟ ଥିଲେ ।
Quick Facts ଜୟୀ ରାଜଗୁରୁ, ଜନ୍ମ ...
ଜୟୀ ରାଜଗୁରୁ | |
---|---|
![]() | |
ଜନ୍ମ | ଜୟକୃଷ୍ଣ ରାଜଗୁରୁ ମହାପାତ୍ର (1739-10-29)ଅକ୍ଟୋବର ୨୯, ୧୭୩୯ ହରେକୃଷ୍ଣପୁରପୁର, ପୁରୀ |
ମୃତ୍ୟୁ | ୬ ଡିସେମ୍ବର ୧୮୦୬(1806-12-06) (ବୟସ ୬୭) ମେଦିନୀପୁର |
ମୃତ୍ୟୁର କାରଣ | ହତ୍ୟା |
ଜାତୀୟତା | ଭାରତୀୟ |
ଶିକ୍ଷା | ଏମାର ମଠ ଓ ଗୋବର୍ଦ୍ଧନ ମଠରୁ ଶିକ୍ଷାଲାଭ |
ବୈବାହିକ-ସାଥୀ | ଅବିବାହିତ[1] |
ପିତାମାତା | ଚାନ୍ଦ ରାଜଗୁରୁ, ହାରାମଣୀ ଦେବୀ |
ସମ୍ପର୍କୀୟ | ଗଦାଧର ରାଜଗୁରୁ ମହାପାତ୍ର (ପିତାମହ, ‘ଗଦାଧର ପଦ୍ଧତି’ ନାମକ ସ୍ମୃତି ଗ୍ରନ୍ଥର ରଚୟିତା ।) |
Close
ଲିଖିତ ଇତିହାସରେ ଇଂରେଜମାନଙ୍କ ବିରୁଦ୍ଧରେ ସେ ଭାରତର ପ୍ରଥମ ଶହୀଦ ଭାବେ ପରିଚିତ । କିନ୍ତୁ ଏହା ବିବାଦିତ, କାରଣ ତାଙ୍କର ଲଢେଇ ମୁଖ୍ୟତଃ ଇଂରେଜମାନଙ୍କଦ୍ୱାରା ଅଧିକୃତ ସାମନ୍ତ ଅଞ୍ଚଳ ପାଇଁ ଥିଲା । ଓଡ଼ିଶାର କିମ୍ବା ଭାରତର ସ୍ୱାଧୀନତା ପାଇଁ ନଥିଲା ବୋଲି ଅନେକଙ୍କ ମନ୍ତବ୍ୟ । ପରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ତ୍ୱରେ ପାଇକ ବିଦ୍ରୋହକୁ ଇଂରେଜମାନଙ୍କ ବିରୁଦ୍ଧରେ ଓଡ଼ିଆମାନଙ୍କ ପ୍ରଥମ ବିଦ୍ରୋହ ବୋଲି ଅନେକ କ୍ଷେତ୍ରରେ ଗ୍ରହଣ କରାଯାଏ ।