ଜୟଦେବ
ଉତ୍କଳୀୟ ବୈଷ୍ଣବ କବି ଓ ଗୀତଗୋବିନ୍ଦର ସ୍ରଷ୍ଟା / From Wikipedia, the free encyclopedia
ଜୟଦେବ ନାମକ ଓଡ଼ିଆ କଥାଚିତ୍ର ପାଇଁ ଜୟଦେବ (ଚଳଚ୍ଚିତ୍ର) ଓ ଜୟଦେବ (ଚଳଚ୍ଚିତ୍ର-୧୯୮୭) ପୃଷ୍ଠାଦୁଇଟି ଦେଖନ୍ତୁ ।
Quick Facts ଜୟଦେବ, ଜନ୍ମ ...
ଜୟଦେବ | |
---|---|
ଜନ୍ମ | ୧୫ଶ ଶତାବ୍ଦୀ |
ବୃତ୍ତି | ପୌରାଣିକ କବି |
ଉଲ୍ଲେଖନୀୟ କୃତି | ଗୀତ ଗୋବିନ୍ଦ |
ବୈବାହିକ-ସାଥୀ | ପଦ୍ମାବତୀ |
Close
ଜୟଦେବ ଓଡ଼ିଶାରେ ଜନ୍ମିତ ଜଣେ କବି ଥିଲେ । ସେ ତାହାଙ୍କର ଭକ୍ତି କାବ୍ୟ ଗୀତ ଗୋବିନ୍ଦ ପାଇଁ ଜଣାଶୁଣା । ଗୀତ ଗୋବିନ୍ଦରେ ହରି(କୃଷ୍ଣ) ଓ ରାଧାଙ୍କର ପ୍ରେମଗାଥା ବର୍ଣ୍ଣିତ ଯେଉଁ ଥିରେ ସେ ରାଧାଙ୍କୁ ହରିଙ୍କଠାରୁ ଅଧିକ ମାନ୍ୟତା ଦେଇଅଛନ୍ତି । ଏହାକୁ ହିନ୍ଦୁ ଧର୍ମର ବୈଷ୍ଣବ ଭକ୍ତି ଧାରାର ଏକ ପ୍ରଧାନ ଗ୍ରନ୍ଥ ଭାବରେ ବିବେଚନା କରାଯାଇଥାଏ ।[1] କେତେକ ଗବେଷକଙ୍କ ମତରେ ସେ ଜଣେ ସହଜଯାନୀ ବୌଦ୍ଧ ଥିଲେ। [2]