![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/f/f4/Chandrayaan-2_lander_and_orbiter_integrated_module.jpg/640px-Chandrayaan-2_lander_and_orbiter_integrated_module.jpg&w=640&q=50)
ଚନ୍ଦ୍ରଯାନ-୨
ଭାରତୀୟ ଚନ୍ଦ୍ର ଅଭିଯାନ / From Wikipedia, the free encyclopedia
ଚନ୍ଦ୍ରଯାନ-୨ ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ ଥିଲା ।[4] ଚନ୍ଦ୍ରଯାନ-୧ର ସଫଳତା ପରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ବା ଇସ୍ରୋଦ୍ୱାରା ଏହି ମିଶନର ପରିକଳ୍ପନା କରାଯାଇଥିଲା । ଚନ୍ଦ୍ରଯାନ-୨ ଅଭିଯାନରେ ଇସ୍ରୋକୁ ୯୫ ପ୍ରତିଶତ ସଫଳତା ମିଳିଥିଲା ।[5]
![]() ଚନ୍ଦ୍ରଯାନ-୨ର ନମୁନାଚିତ୍ର | |||||
ମିସନ ପ୍ରକାର | Lunar orbiter, lander, rover | ||||
---|---|---|---|---|---|
ପରିଚାଳକ | ![]() | ||||
SATCAT № | 2019-042A | ||||
ୱେବସାଇଟ | www | ||||
ମିସନ ଅବଧି | Orbiter: 1 year ୱିକ୍ରମ ଲ୍ୟାଣ୍ଡର: <୧୫ ଦିନ [1] ପ୍ରଜ୍ଞାନ ରୋୱର: <୧୫ ଦିନ[1] | ||||
ମହାକାଶ ଯାନର ବିଶେଷତ୍ୱ | |||||
ଉତ୍ପାଦକ | ଇସ୍ରୋ | ||||
ସମୁଦାୟ ଉତକ୍ଷେପଣ ବସ୍ତୁତ୍ୱ | 3,850 kg (8,490 lb) | ||||
ଶୁଖିଲା ବସ୍ତୁତ୍ୱ | 1,308 kg (2,884 lb) | ||||
ଶକ୍ତି | ଅରବିଟର୍ ୧୦୦୦ ୱାଟ୍. ଲ୍ୟାଣ୍ଡର୍ ୬୫୦ ୱାଟ୍ ରୋଭର୍ ୫୦ୱାଟ୍ [2] | ||||
ମିସନ ପ୍ରାରମ୍ଭ | |||||
ଉତକ୍ଷେପଣ ତାରିଖ | ୨୨ ଜୁଲାଇ, ୨୦୧୯ [3] | ||||
ରକେଟ୍ | ଜିଏସଏଲଭି ମାକ-୩ | ||||
ଉତକ୍ଷେପଣ ସ୍ଥଳ | ସତୀଶ ଧୱନ ମହାକାଶ କେନ୍ଦ୍ର ଦ୍ୱିତୀୟ ପ୍ରକ୍ଷେପଣ ପ୍ୟାଡ | ||||
କଣ୍ଟ୍ରାକଟର | ଈସ୍ରୋ | ||||
କକ୍ଷପଥ ମାପଦଣ୍ଡ | |||||
ପରିକ୍ରମା ନିର୍ଦ୍ଦେଶ ପ୍ରଣାଳୀ | ଚନ୍ଦ୍ର କକ୍ଷପଥ | ||||
Periselene | 100 km (62 mi) | ||||
Aposelene | 100 km (62 mi) | ||||
Lunar orbiter | |||||
Orbits | 3,400 at EOM | ||||
----
|
ଏହାର ପୂର୍ବବର୍ତ୍ତୀ ଅଭିଯାନ ଚନ୍ଦ୍ରଯାନ-୧ ପରି ଚନ୍ଦ୍ରଯାନ-୨ ସାଇଣ୍ଟିଫିକ୍ ପେଲୋଡ୍ ସହିତ ଏକ ମୁନ୍-ଅର୍ବିଟର ଚନ୍ଦ୍ର ଚାରିପଟେ ପ୍ରଦିକ୍ଷଣ କରିଥିଲା । ଯୋଜନା ମୁତାବକ ଚନ୍ଦ୍ରଯାନ-୨ ଚନ୍ଦ୍ରର କକ୍ଷ ପଥରେ ପହଞ୍ଚିବା ପରେ, ପ୍ରଜ୍ଞାନ ରୋଭରକୁ ନେଇ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠରେ ଏକ ଅପେକ୍ଷାକୃତ ଉଚ୍ଚ ମଇଦାନରେ ଅବତରଣ କରିବାକୁ ଚେଷ୍ଟା କରିଥିଲା । ଚନ୍ଦ୍ର ଭୂମିପୃଷ୍ଠକୁ ଅବତରଣ କରିବାବେଳେ ବିକ୍ରମ ଲ୍ୟାଣ୍ଡରଟି ନିର୍ଦ୍ଧାରିତ କକ୍ଷପଥରୁ ବିଚ୍ୟୁତ ହୋଇଥିଲା ଏବଂ ଚନ୍ଦ୍ରପୃଷ୍ଠରୁ ୨.୧ କିଲୋମିଟର ଉଚ୍ଚତାରେ ଥିବା ସମୟରେ ଇସ୍ରୋ ସହ ସମସ୍ତ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା। [6] ଅର୍ବିଟର ଜରିଆରେ ପ୍ରାପ୍ତ ଥର୍ମାଲ୍ ଅପଟିକାଲ ଚିତ୍ରକୁ ଅନୁଧ୍ୟାନ କରି ବିକ୍ରମ ଲ୍ୟାଣ୍ଡର ହାର୍ଡ ଲ୍ୟାଣ୍ଡିଙ୍ଗ୍ କରିଛି ବୋଲି ବୋଲି ଇସ୍ରୋ ମୂଖ୍ୟ କେ. ଶିବନ ମତବ୍ୟକ୍ତ କରିଥିଲେ।[7] ଲ୍ୟାଣ୍ଡିଂର ୧୪ ଦିନ ମଧ୍ୟରେ ଲ୍ୟାଣ୍ଡର ବିକ୍ରମ ସହିତ ଯୋଗାଯୋଗ ପାଇଁ ଇସ୍ରୋ ଏବଂ ନାସା ପକ୍ଷରୁ ଉଦ୍ୟମ କରାଯାଇଥିଲା। କିନ୍ତୁ କୌଣସି ସଫଳତା ହାସଲ ହୋଇନଥିଲା। [8]
ଅନ୍ୟପକ୍ଷରେ ଚନ୍ଦ୍ରଯାନ-୨ର ଅର୍ବିଟର୍ ଅତି କମରେ ୭.୫ ବର୍ଷ ଧରି ଜହ୍ନ ଚାରିପଟେ ପରିକ୍ରମା କରିବ ଏବଂ ଏଥିରେ ଥିବା ଅୱଲୋହିତ (infrared) କ୍ୟାମେରାଦ୍ୱାରା ଜହ୍ନର ଦକ୍ଷିଣ ମେରୁ ଅଞ୍ଚଳରେ ଜଳ କିମ୍ବା ବରଫର ଚିହ୍ନଟ କରିବାକୁ ଚେଷ୍ଟା କରିବ ।[6][9]