![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/2/23/Itch.jpg/640px-Itch.jpg&w=640&q=50)
ଗଲୁ
ଗଲୁ ବା କୁଣ୍ଡେଇେବା ଇଚ୍ଛା ଏକ ପ୍ରକାର ଚେତନା ଯାହା ହେଲେ ଗଲୁ ସ୍ଥାନରେ କୁଣ୍ଡେଇବାକୁ ବାଧ୍ୟତାମୂଳକ ଇଚ୍ଛା ହୁ / From Wikipedia, the free encyclopedia
ଗଲୁ ବା କୁଣ୍ଡେଇେବା ଇଚ୍ଛା (ଇଂରାଜୀ ଭାଷାରେ pruritus) ଏକ ପ୍ରକାର ଚେତନା ଯାହା ହେଲେ ଗଲୁ ସ୍ଥାନରେ କୁଣ୍ଡେଇବାକୁ ବାଧ୍ୟତାମୂଳକ ଇଚ୍ଛା ହୁଏ ।[1]ଏହି ଗଲୁ ଯୋଗୁ ଜୀବନ ଏକ ନକାରାତ୍ମକ ଭାବରେ ପ୍ରଭାବିତ ହୋଇପାରେ | [2] ଦୀର୍ଘକାଳୀନ ଗଲୁ ହେଲେ ଚର୍ମ ମୋଟା ହୋଇଯାଏ, ନିଦ ଭଲ ଭାବରେ ହୁଏ ନାହିଁ ଓ ଥକ୍କାପଣ ହୋଇପାରେ | [2]
Itch | |
---|---|
Pruritus, automatic tickle | |
![]() A man scratching his back | |
ବିଭାଗ | Dermatology |
ଲକ୍ଷଣ | Sensation that results in the desire to scratch[1] |
କାରଣ | Dry skin, eczema, cirrhosis, blood disorders, infections, reactions to medications, hyperthyroidism, kidney disease, cancer, psychosis, obsessive-compulsive disorder, substance use[2] |
ଔଷଧ | Corticosteroids, antihistamines, capsaicin[2] |
ଚିକିତ୍ସା | Moisturizers, lower temperature environment, not scratching, avoiding irritants[2] |
ପୁନଃପୌନିକ | Relatively common[2] |
ଶରୀରର ଅଧିକାଂଶ ଅଂଶ ଜଡ଼ିତ ହେଉଥିଲେ ଶୁଖିଲା ଚର୍ମ ଓ ଏକଜିମା ବା ଚର୍ମ ପ୍ରଦାହ ଏହାର ସାଧାରଣ କାରଣ ହୋଇଥାଏ | [2] ସିରୋସିସ୍, ରକ୍ତ ବେମାରୀ, ସଂକ୍ରମଣ, ଔଷଧର ପ୍ରତିକ୍ରିୟା, ହାଇପରଥାଇରଏଡିଜମ, ବୃକ୍କ ରୋଗ, ଏବଂ କର୍କଟ ରୋଗ ଭଳି ଅନ୍ୟାନ୍ୟ ଅବସ୍ଥାରେ ମଧ୍ୟ ଗଲୁ ହୋଇପାରେ। [2] ମାନସିକ ରୋଗ ଯେପରିକି ସାଇକୋସିସ୍, ଅବସେସିଭ୍-କମ୍ପଲସିଭ ଡିଜଅର୍ଡ଼ର ଏବଂ ଔଷଧର ଅସୁବିଧା ଥିବା ଜାଣି ମଧ୍ୟ ବ୍ୟବହାର କରୁଥିଲେ ଏହି ରୋଗ ହୋଇପାରେ | [2]
ଏହାର ମୂଳ କାରଣ ଉପରେ ଚିକିତ୍ସା କରାଯିବା ଉଚିତ | [2] ମୌଳିକ ପଦକ୍ଷେପରେ ମଏସ୍ଚରାଇଜର ବା ନରମକାରୀ ମଲମ, ଏକ ନିମ୍ନ ତାପମାତ୍ରା ପରିବେଶ, କୁଣ୍ଡେଇ ନହେବା ଏବଂ ଉତ୍ତେଜକକୁ ଏଡ଼େଇଲେ ସାହାଯ୍ୟ ହୋଇଥାଏ | [2] ବ୍ୟବହୃତ ଔଷଧ ମଧ୍ୟରେ କର୍ଟିକୋଷ୍ଟିରଏଡ, ଆଣ୍ଟିହିଷ୍ଟାମିନ ଓ କାପସାଇସିନ ଅନ୍ତର୍ଭୁକ୍ତ ହୋଇପାରେ। [2] I ଗଲୁ ଏକ ସାଧାରଣ ଚର୍ମ ସମ୍ପର୍କୀୟ ଲକ୍ଷଣ ଅଟେ। [2]