![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/2/24/Clomifene.svg/langor-640px-Clomifene.svg.png&w=640&q=50)
କ୍ଲୋମିଫିନ
From Wikipedia, the free encyclopedia
କ୍ଲୋମିଫିନ (ଇଂରାଜୀ ଭାଷାରେ Clomifene, ଅନ୍ୟ ପ୍ରକାର ଲେଖାଯାଏ clomiphene) ଏକ ଔଷଧ ଯାହା ଡିମ୍ବକ୍ଷରଣ ନହେବା (do not ovulate) ଯୋଗୁ ବନ୍ଧ୍ୟା (infertility) ହୋଇଥିବା ମହିଳାଙ୍କର ଚିକିତ୍ସାରେ ଦିଆଯାଏ । ବିଶେଷତଃ ପଲିସିସ୍ଟିକ ଓଭାରି ସିଣ୍ଡ୍ରୋମ (polycystic ovary syndrome ଥିଲେ ଏହି ଔଷଧ ଦିଆଯାଏ । ଏହା ଯୋଗୁ ଯାଆଁଳା (twins) ପିଲା ହେବା ସଂଭାବନା ଅଧିକ ଥାଏ । ଦିନକୁ ଥରେ ଏହି ଔଷଧ ପାଟିରେ ଦିଆଯାଏ । [1]
![]() | |
![]() | |
Clinical data | |
---|---|
Trade names | Clomid, others |
AHFS/Drugs.com | monograph |
Pregnancy category |
|
Routes of administration | by mouth |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | High (>90%) |
Metabolism | liver (with enterohepatic circulation) |
Elimination half-life | 5-7 days |
Excretion | mainly kidney, some biliary |
Identifiers | |
IUPAC name
| |
CAS Number |
|
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.011.826 ![]() |
Chemical and physical data | |
Formula | C26H28ClNO |
Molar mass | 406 or 598.10 g/mol (with citrate) |
3D model (JSmol) | |
SMILES
| |
InChI
| |
![]() ![]() |
କ୍ଲୋମିଫିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଲଭିସ ବା ଶ୍ରୋଣୀ ଯନ୍ତ୍ରଣା (pelvic pain) ଓ ହଟ ଫ୍ଲସ (hot flushes) ହୋଇପାରେ ।[1] ଆଉ ମଧ୍ୟ ଦୃଷ୍ଟି ପରିବର୍ତ୍ତନ, ବାନ୍ତି, ନିଦ୍ରା ସମସ୍ୟା, ଓଭାରି କର୍କଟ ଓ ବାତ (seizures) ମଧ୍ୟ ହୋଇପାରେ ।[2][1] ଯକୃତ ରୋଗ liver disease ଓ ଗର୍ଭାବସ୍ଥାରେ ଏହା ଦିଆଯାଏନାହିଁ ।[2] ସିଲେକ୍ଟିଭ ଏସ୍ଟ୍ରୋଜେନ ରିସେପ୍ଟର ମୋଡ୍ୟୁଲେଟର (selective estrogen receptor modulator) ବା (ଏସଇଆରଏମ/SERM) ଶ୍ରେଣୀର କ୍ଲୋମିଫିନ ଏକ ଔଷଧ ।[3] ଏହି ଔଷଧଦ୍ୱାରା ହାଇପୋଥାଲାମସରୁ (hypothalamus) ଗୋନାଡୋଟ୍ରଫିନ (gonadotrophin) କ୍ଷରଣ ହୁଏ ଓ ଏହାଦ୍ୱାରା ଔଷଧ କାର୍ଯ୍ୟକ୍ଷମ ହୁଏ ।[2]
ଡାକ୍ତରୀ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୬୭ରେ କ୍ଲୋମିଫିନ ସ୍ୱୀକୃତ ହୋଇଥିଲା ।[1] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[4] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[1] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ କୋର୍ଷର ହୋଲସେଲ ମୂଲ୍ୟ ପ୍ରାୟ ୨.୦୦ ଆମେରିକୀୟ ଡଲାର ।[5] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷର ହୋଲସେଲ ମୂଲ୍ୟ ୪.୮୦ ଆମେରିକୀୟ ଡଲାର ।[6] ସହାୟକ ପ୍ରଜନନ ପ୍ରଯୁକ୍ତି (assisted reproductive technology) କାଳରେ ଏହାର ପ୍ରୟୋଗ ଆରମ୍ଭ ହୋଇଥିଲା ।[7]