ରାସାୟନିକ ପଦାର୍ଥ From Wikipedia, the free encyclopedia
କ୍ଲୋନିଡିନ (ଇଂରାଜୀ ଭାଷାରେ Clonidine, ଏକ ବିକ୍ରୟ ନାମ କାଟାପ୍ରେସ) ଏକ ପ୍ରକାର ଔଷଧ ଯାହା ଔଷଧ (drug), ଆଲକୋହୋଲ, ଓପିଅଏଡ (opioids) ନିକୋଟିନ ଉଇଥଡ୍ରୟାଲ (smoking), ଉଚ୍ଚ ରକ୍ତଚାପ, ଧ୍ୟାନାଭାବ ଓ ଅତିସକ୍ରିୟତା ବିକାର, ଋତୁବନ୍ଦ ଲାଲିମା (menopausal flushing), ତରଳ ଝାଡ଼ା ଓ କେତେକ ଯନ୍ତ୍ରଣାଦାୟକ ଅବସ୍ଥାର ଚିକିତ୍ସା ନିମନ୍ତେ ଦିଆଯାଏ ।[4] ଏହା ପାଟିରେ, ଇଞ୍ଜକସନ ବା ଚର୍ମ ପ୍ୟାଚ ଆକାରରେ ଦିଆଯାଏ । [4] ଏକ ଘଣ୍ଟା ମଧ୍ୟରେ ରକ୍ତଚାପ ଉପରେ ପ୍ରଭାବ ଆରମ୍ଭ ହୋଇଯାଏ ଓ ପ୍ରାୟ ୮ ଘଣ୍ଟା ପର୍ଯ୍ୟନ୍ତ ରହେ ।[4]
Clinical data | |
---|---|
Pronunciation | /ˈklɒnədiːn/ |
Trade names | Catapres, Kapvay, Nexiclon, others |
AHFS/Drugs.com | monograph |
MedlinePlus | a682243 |
data |
|
Pregnancy category |
|
Routes of administration | By mouth, epidural, IV, transdermal, topical |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 75–95% (oral), 60–70% (transdermal)[1] |
Protein binding | 20–40%[2] |
Metabolism | Liver to inactive metabolites,[2] 2/3 CYP2D6 |
Elimination half-life | IR: 12–16 hours,[3] 48 hours for repeated dosing[1] |
Excretion | Urine (72%)[2] |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.021.928 |
Chemical and physical data | |
Formula | C9H9Cl2N3 |
Molar mass | 230.093 g/mol |
3D model (JSmol) | |
SMILES
| |
InChI
| |
(verify) |
କ୍ଲୋନିଡିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଷ୍କ ପାଟି, ମୁଣ୍ଡ ଓଜନିଆ, ମୁଣ୍ଡ ବିନ୍ଧା ଓ ନିଦ୍ରାଳୁ ଭାବ ହୋଇପାରେ । [4] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ହାଲୁସିନେସନ (ଅନ୍ୟମାନେ ଦେଖି ଶୁଣି ପାରୁନଥିବା ଜିନିଷ ନିଜେ ଅନୁଭବ କରିବା ), ଅନିୟମିତ ହୃତ୍ପିଣ୍ଡ ଗତି (heart arrhythmias) ଓ ଦ୍ୱନ୍ଦ୍ୱ ହୋଇପାରେ ।[5] ହଠାତ୍ ଔଷଧ ବନ୍ଦ କରିଦେଲେ ଉଇଥଡ୍ରୟାଲ ସିଣ୍ଡ୍ରୋମ ହୋଇପାରେ ।[4] ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଔଷଧ ଦେବାକୁ ମନା କରାଯାଏ ।[5] କ୍ଲୋନିଡିନଦ୍ୱାରା ମସ୍ତିଷ୍କରେ ଥିବା ଆଲଫା-୨ ଆଡ୍ରେନର୍ଜିକ ରିସେପ୍ଟର (α2 receptors) ଉତ୍ତେଜିତ ହେବା ଫଳରେ ଅନେକ ରକ୍ତନଳି ଶିଥିଳ ହୋଇଯିବା ଫଳରେ ରକ୍ତଚାପ କମିଯାଏ ।[4]
କ୍ଲୋନିଡିନ ସନ ୧୯୬୧ରେ ପେଟେଣ୍ଟ ହେବାପରେ ସନ ୧୯୬୬ରେ ଡାକ୍ତରୀ ଚିକିତ୍ସାରେ ବ୍ୟବହାର କରାଗଲା ।[6][7][8] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[4] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସ ନିମନ୍ତେ ପ୍ରାୟ ୮ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[5] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ସନ ୨୦୧୯ରେ ପ୍ରାୟ ୨.୭୦ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[9] ସନ ୨୦୧୬ରେ ଏହି ଔଷଧର ୧୦ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ୭୬ ସ୍ଥାନ ଅଧିକାର କରିଥିଲା ।[10]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.