ଭିଟାମିନ ଡି3 (D3), ଏକ ରାସାୟନିକ ମିଶ୍ରଣ From Wikipedia, the free encyclopedia
କୋଲିକ୍ୟାଲସିଫେରଲ (ଇଂରାଜୀ ଭାଷାରେ Cholecalciferol ବା colecalciferol, ଅନ୍ୟ ନାମ ଜୀବସାର ଘ୩/vitamin D3) ଏକ ପ୍ରକାର ଜୀବସାର ଘ (vitamin D) ଯାହା ଖାଦ୍ୟରେ ଓ ଖାଦ୍ୟ ଅନୁପୂରକରେ (dietary supplement) ଥାଏ ।[1] ଭିଟାମିନ ଡି ବା ଜୀବସାର ଘ ଅଭାବ ଜନିତ ରୋଗ ଯେପରିକି ରିକେଟ ଚିକିତ୍ସାରେ ଓ ପ୍ରତିଷେଧ ନିମନ୍ତେ ଏହା ଦିଆଯାଏ ।[2][3] ଫ୍ୟାମିଲିଆଲ ହାଇପୋଫସଫେଟିମିଆ (familial hypophosphatemia), ଅଳ୍ପ ରକ୍ତ କ୍ୟାଲସିଅମ (low blood calcium) କରୁଥିବା ହାଇପୋପାରାଥାଇରଏଡିଜ୍ମ (hypoparathyroidism) ଓ ଫାଙ୍କୋନି ସିଣ୍ଡ୍ରୋମ (Fanconi syndrome) ରୋଗମାନଙ୍କରେ ମଧ୍ୟ ଏହା ଦିଆଯାଏ ।[3][4]ଏହା ପାଟିରେ ଦିଆଯାଏ ।[4]
Clinical data | |
---|---|
Pronunciation | /ˌkoʊləkælˈsɪfərɒl/ |
Synonyms | vitamin D3, activated 7-dehydrocholesterol |
AHFS/Drugs.com | |
Pregnancy category |
|
ATC code |
|
Legal status | |
Legal status |
|
Identifiers | |
IUPAC name
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
ChEBI | |
ChEMBL | |
ECHA InfoCard | 100.000.612 |
Chemical and physical data | |
Formula | C27H44O |
Molar mass | 384.64 g/mol |
3D model (JSmol) | |
Melting point | 83 to 86 °C (181 to 187 °F) |
Boiling point | 496.4 °C (925.5 °F) |
Solubility in water | Practically insoluble in water, freely soluble in ethanol, methanol and some other organic solvents. Slightly soluble in vegetable oils. mg/mL (20 °C) |
SMILES
| |
InChI
|
ମାତ୍ରାଧିକ କୋଲିକ୍ୟାଲସିଫେରଲ ଦେଲେ ବାନ୍ତି, ଦୁର୍ବଳତା ଓ ମାନସିକ ଦ୍ୱନ୍ଦ୍ୱ ଜାତ ହୁଏ ।[5] ଏହା ବ୍ୟତୀତ ବୃକ୍କ ପଥର (kidney stones) ମଧ୍ୟ ଜାତ ହୋଇପାରେ ।[6] ନିର୍ଦ୍ଧାରିତ ମାତ୍ରାରେ ଦେଲେ ଗର୍ଭାବସ୍ଥାରେ ଏହା ନିରାପଦ ରହେ ।[5] ସାଂଘାତିକ ବୃକ୍କ ରୋଗ ଥିଲେ ଏହା କାମ ନକରିପାରେ ।[6] ଦେହରେ ଏହା ୧,୨୫-ଡାଇହାଇଡ୍ରୋକ୍ସିଭିଟାମିନ ଡିରେ (1,25-dihydroxyvitamin D) ପରିବର୍ତ୍ତିତ ହୋଇ ଅନ୍ତନଳୀରୁ ଅଧିକ କ୍ୟାଲସିଅମ (calcium) ଅବଶୋଷଣ କରେ ।[5] କେତେକ ପ୍ରକାରର ମାଛ (fish), ଛେନା ଓ ଅଣ୍ଡାରେ ଏହା ଥାଏ ।[7]
କୋଲିକ୍ୟାଲସିଫେରଲ ପ୍ରଥମେ ସନ ୧୯୩୬ରେ ବର୍ଣ୍ଣନା କରାଯାଇଥିଲା ।[8] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [9] ଏହା ଜେନେରିକ ଔଷଧ ନାମରେ (generic medication) ବିନା ପ୍ରେସକ୍ରିପସନରେ ବିକ୍ରୟ ହୁଏ ।[4] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୩୦ ମି:ଲି ବୋତଲର କ୍ରୟ ମୂଲ୍ୟ ପ୍ରାୟ ୨.୧୪ ଆମେରିକୀୟ ଡଲାର ।[10] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଚିକିତ୍ସାର ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ ଥାଏ ।[4] ଅନେକ ଦେଶରେ ଦୁଧ ଭଳି କେତେକ ଖାଦ୍ୟରେ କୋଲିକ୍ୟାଲସିଫେରଲ ମିଶାଯାଇଥାଏ ।[7]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.