କାହ୍ନା ଜାତୀୟ ଉଦ୍ୟାନ
From Wikipedia, the free encyclopedia
କାହ୍ନା ବ୍ୟାଘ୍ର ଅଭୟାରଣ୍ୟ ବା କାହ୍ନା ଜାତୀୟ ଉଦ୍ୟାନ ଭାରତର ପ୍ରମୁଖ ଜାତୀୟ ଉଦ୍ୟାନମାନଙ୍କ ମଧ୍ୟରୁ ଗୋଟିଏ । ଏହା ମଧ୍ୟ ପ୍ରଦେଶର ସର୍ବ ବୃହତ୍ ଅଭୟାରଣ୍ୟ । ବର୍ତ୍ତମାନର କାହ୍ନା ଅଭୟାରଣ୍ୟ ହାଲୋନ୍ (୨୫୦ ବର୍ଗ କି.ମି.) ଓ ବଞ୍ଜର୍ (୩୦୦ ବର୍ଗ କି.ମି.) - ଏପରି ଦୁଇଟି ଭାଗରେ ବିଭକ୍ତ ।[1] ୧୯୫୫ ମସିହରେ କାହ୍ନା ଜାତୀୟ ଉଦ୍ୟାନର ସ୍ଥାପନା କରାଯାଇଥିଲା ଓ ୧୯୭୩ ମସିହାରେ ଏହାକୁ ଏକ ବ୍ୟାଘ୍ର ଅଭୟାରଣ୍ୟ ଭାବେ ମାନ୍ୟତା ଦିଆଗଲା । ୯୪୦ ବର୍ଗ କି.ମି. ପରିମିତ ଏହି ସଂରକ୍ଷିତ ଜଙ୍ଗଲ ମଧ୍ୟ ପ୍ରଦେଶର ମଣ୍ଡଳ ଓ ବଳଘାଟ ଜିଲ୍ଲାରେ ବ୍ୟାପ୍ତ । କାହ୍ନାର କୋର୍ ଅଞ୍ଚଳ, ଅଣ-କୋର୍ ଜଙ୍ଗଲକୁ ମିଶାଇ ୧୦୬୭ ବର୍ଗ କି.ମି., ଆଖାପାଖି ୧୧୦ ବର୍ଗ କି.ମି. ଜଙ୍ଗଲ ଓ ଫେନ୍ ଅଭୟାରଣ୍ୟକୁ ମିଶାଇ କାହ୍ନା ବ୍ୟାଘ୍ର ଅଭୟାରଣ୍ୟ ବୋଲି କୁହାଯାଏ ।[2][3] ତେଣୁ ଏହା ମଧ୍ୟ ଭାରତର ସର୍ବ ବୃହତ୍ ବାଘ ଅଭୟାରଣ୍ୟ । ୨୦୧୫ ମସିହାର ଏକ ସର୍ବେକ୍ଷଣ ଅନୁସାରେ ପର୍ଯ୍ୟଟକଙ୍କ ତାଲିକାରେ ସର୍ବୋତ୍କୃଷ୍ଟ ୧୦ଟି ସ୍ଥାନ ମଧ୍ୟରୁ କାହ୍ନା ଅଭୟାରଣ୍ୟ ଅନ୍ୟତମ ଥିଲା ।[4]
କାହ୍ନା ଜାତୀୟ ଉଦ୍ୟାନ | |
---|---|
କାହ୍ନା ବ୍ୟାଘ୍ର ଅଭୟାରଣ୍ୟ | |
IUCN Category II (National Park) | |
କାହ୍ନା ଜଙ୍ଗଲର ଏକ ମହାବଳ ବାଘ | |
ଅବସ୍ଥାନ | ମଧ୍ୟ ପ୍ରଦେଶ, ଭାରତ |
ପାଖ ସହର | ମଣ୍ଡଳNearest city: ମଣ୍ଡଳ |
ଦିଗବାରେଣି | 22°20′N 80°38′E |
କ୍ଷେତ୍ରଫଳ | ୯୪୦ ବର୍ଗ କି.ମି. |
ପରିଚାଳନା | Madhya Pradesh Forest Department |
ଏହି ଜାତୀୟ ଉଦ୍ୟାନରେ ମହାବଳ ବାଘ, କଲରାପତରିଆ ବାଘ, ଭାଲୁ, ବାରାଶିଂଘା ହରିଣ, ବଳିଆ କୁକୁର ଆଦି ପ୍ରାଣୀ ବହୁ ସଂଖ୍ୟାରେ ଦେଖାଯାନ୍ତି । କାହ୍ନା ଓ ଆଖାପାଖି ଜଙ୍ଗଲରୁ ଅନୁପ୍ରାଣୀତ ହୋଇ ରୁଡ୍ୟାର୍ଡ୍ କିପ୍ଲିଂଗ୍ ପ୍ରସିଦ୍ଧ ଦ ଜଙ୍ଗଲ୍ ବୁକ୍ ପୁସ୍ତକ ଲେଖିଥିଲେ ବୋଲି କୁହଯାଏ ।[5] ଭୁର୍ସିଂ ନାମକ ଏକ ବାରାଶିଂଘା ହରିଣକୁ କାହ୍ନା ଅଭୟାରଣ୍ୟର ମାସ୍କଟ୍ ରୂପେ ବ୍ୟବହାର କରାଯାଏ ଓ ଏପରି କରିବାରେ କାହ୍ନା ଭାରତର ପ୍ରଥମ ଜାତୀୟ ଉଦ୍ୟାନ ।[6]