![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/d/d4/Gray589.png/640px-Gray589.png&w=640&q=50)
ଡିମ୍ବାଶୟ
From Wikipedia, the free encyclopedia
ଡିମ୍ବାଶୟ (ଇଂରାଜୀ:Ovary) ସ୍ତ୍ରୀ ପ୍ରଜନନ ବିଭାଗରେ ଅନ୍ତର୍ଭୁକ୍ତ ଡିମ୍ବାଣୁ ଉତ୍ପନ୍ନ କରୁଥିବା ଏକ ଅଙ୍ଗ ଅଟେ । ଏହାର ଇଂରାଜୀ ଅନୁବାଦିତ ଶବ୍ଦ ovary ଲାଟିନ ଶବ୍ଦ ovariumରୁ ଆନୀତ, ଯାହାର ଅର୍ଥ ହେଉଛି ଅଣ୍ଡା ବା ମଞ୍ଜି । ଶରୀରର ଉଭୟପାର୍ଶ୍ୱରେ ଗୋଟିଏ ଲେଖାଏଁ ଡିମ୍ବାଶୟ ରହିଛି । ଡିମ୍ବାଶୟ ମଧ୍ୟ ଋତୁସ୍ରାବ ଏବଂ ପ୍ରଜନନକ୍ଷମତାକୁ ପ୍ରଭାବିତ କରୁଥିବା କେତେକ ଜୀବରସ ମଧ୍ୟ କ୍ଷରଣ କରିଥାଏ । କ୍ଷରଣ କରୁଥିବା ଜୀବରସମାନଙ୍କ ପାଇଁ ଏହା ଏକ ଅନ୍ତଃସ୍ରାବୀ ଗ୍ରନ୍ଥି ରୂପେ ଜଣା ।[1] ପ୍ରସବପୂର୍ବ ସମୟଠାରୁ ରଜୋନିବୃତ୍ତି ପର୍ଯ୍ୟନ୍ତ ଡିମ୍ବାଶୟଦ୍ୱୟ ବିଭିନ୍ନ ସ୍ତର ଦେଇ ବିକଶିତ ହୋଇଥାଏ ।
Quick Facts ଡିମ୍ବାଶୟ, ଲାଟିନ ଭାଷାରେ ...
ଡିମ୍ବାଶୟ | |
---|---|
![]() | |
ଡିମ୍ବବାହୀ ନଳୀଦ୍ୱାରା ଗର୍ଭାଶୟ ସହ ଜଡ଼ିତ ଡିମ୍ବାଶୟ | |
ଲାଟିନ ଭାଷାରେ | ovarium |
ବିଭାଗ | ସ୍ତ୍ରୀଜନନ ବିଭାଗ |
ଧମନୀ | ଡିମ୍ବବାହୀ ନଳୀ |
ଶିରା | ଡିମ୍ବବାହୀ ଶିରା |
ଲସିକା | ପାର୍ଶ୍ୱମହାଧମନୀୟ ଲସିକା ଗ୍ରନ୍ଥି |
Close