![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/8/81/Gray3.png/640px-Gray3.png&w=640&q=50)
ଡିମ୍ବାଣୁ
ସ୍ତ୍ରୀମାନଙ୍କ ଶରୀରରେ ଥିବା ପ୍ରଜନନ କୋଶ / From Wikipedia, the free encyclopedia
ଡିମ୍ବାଣୁ (ଇଂରାଜୀ: Egg Cell ବା Ovum) ଲୈଙ୍ଗିକ ପ୍ରଜନନ କରୁଥିବା ପ୍ରାଣୀ ଏବଂ ଉଦ୍ଭିଦମାନଙ୍କଠାରେ ଥିବା ଏକ ପ୍ରଜନନ କୋଷ ତଥା ସ୍ତ୍ରୀଯୁଗ୍ମକ ।[1] ପଶୁ ଏବଂ ଏମ୍ବ୍ରୋଫାଇଟ୍ ଉଭୟଙ୍କ ଡିମ୍ବାଣୁ ଉତ୍ପନ୍ନ କରିଥାନ୍ତି । ଡିମ୍ବାଣୁ ମୁଖ୍ୟତଃ କ୍ରିୟାଶୀଳ ଅବସ୍ଥାରେ ନ ଥାଏ ।[2] ଶୁକ୍ରାଣୁ ତୁଳନାରେ ଡିମ୍ବାଣୁ ଅପେକ୍ଷାକୃତ ବଡ଼ ହୋଇଥାଏ ଏବଂ ଖାଲି ଆଖିରେ ଦେଖିହୁଏ । ଏହି ଡିମ୍ବାଣୁ ଯେତେବେଳେ ଶୁକ୍ରାଣୁ ସଂସ୍ପର୍ଶରେ ଆସି ଗର୍ଭାଧାନ ହୁଏ, ଡିପ୍ଲଏଡ଼ କୋଷ ତଥା ଯୁଗ୍ମକ ସୃଷ୍ଟି ହୋଇଥାଏ ।